Posted inଫୁରସତ

କଖାରୁରେ ଚଢ଼େଇ

ବୁଲଗେରିଆର ଆଞ୍ଜେଲ ବୋରାଲିଭ୍‌ ଜଣେ ଫୁଡ୍‌ ଆର୍ଟିଷ୍ଟ। ତାଙ୍କ ହାତରେ ଅଛି ଅଦ୍ଭୁତ ଯାଦୁ। ସେ ଖାଦ୍ୟକୁ ଦେଇପାରନ୍ତି ଅତି ସୁନ୍ଦର ରୂପ। ତେବେ ୭ ବର୍ଷ ତଳେ ସେ ଆରମ୍ଭ କରିଥିଲେ ଆଉ ଏକ କଳା। ଆଞ୍ଜେଲ କଖାରୁକୁ ଅତି ସୁନ୍ଦରଭାବେ ଖୋଦେଇ କରି ଭିନ୍ନ ଭିନ୍ନ ରୂପ ଦେବା ଆରମ୍ଭ କଲେ। ତେବେ କଖାରୁରେ ତିଆରି ବିଭିନ୍ନ ଚଢେଇର କଳାକୃତୀ ଦେଖିଲେ ଯେକେହି ହତବାକ ହୋଇଯାଆନ୍ତି। ଏଥିରେ ତାଙ୍କର ନିଖୁଣ କାରିଗରି ଦେଖିବାକୁ ମିଳେ। ଚଢେଇର ପର, ଥଣ୍ଟ, ଆଖି, ପଞ୍ଝା ଆଦିକୁ ସେ ଏତେ ସୁନ୍ଦରଭାବେ ଖୋଦେଇ କରନ୍ତି ଯେ, ତାହା ବେଶ୍‌ ବାସ୍ତବ ଲାଗେ। ପ୍ରଥମ ନଜରରେ ଜାଣି ହୁଏନା ଏହା କଖାରୁରେ ତିଆରି ବୋଲି। ଏହାବାଦ୍‌ ସେ ତରଭୁଜ ଓ ସାବୁନ ଖୋଦେଇ କରି ବି ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ କଖାରୁରେ ତିଆରି ଚଢେଇ ପ୍ରତିକୃତିଗୁଡିକୁ ଲୋକେ ଅଧିକ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri