Posted inଖେଳ

ପଡ଼ିଆ ଭିତରକୁ ଆସିଲା ଆମ୍ବୁଲାନ୍ସ

କୋଇମ୍ବାଟୁର, ୧୭।୯(ପି.ଟି.): ଦୁଲିପ ଟ୍ରଫି କ୍ରିକେଟ ସେମିଫାଇନାଲ ଅବସରରେ ଖେଳାଳିଙ୍କ ଆହତ ସମସ୍ୟା ଯୋଗୁ ଆମ୍ବୁଲାନ୍ସକୁ ପଡ଼ିଆ ଭିତରକୁ ଆସିବାକୁ ପଡ଼ିଛି। ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଚାଲିଥିବା ମ୍ୟାଚ ଅବସରରେ ଶୁକ୍ରବାର ଏହି ଘଟଣା ଘଟିଥିଲା। ପଶ୍ଚିମାଞ୍ଚଳ ମିଡିୟମ ପେସର ଚିନ୍ତନ ଗାଜାଙ୍କ ଏକ ବିପଜ୍ଜନକ ଥ୍ରୋରେ କେନ୍ଦ୍ରାଞ୍ଚଳର ଭେଙ୍କଟେଶ୍‌ ଆୟାର ଆହତ ହୋଇଥିଲେ। ଗାଜା ଫଲୋ ଥ୍ରୁ ଅବସରରେ ତରବରିଆଭାବେ କରିଥିବା ଥ୍ରୋ ଭେଙ୍କଟେଶ୍‌ଙ୍କ ମୁଣ୍ଡରେ ବାଜିଥିଲା। ଭାରତୀୟ ଦଳ ପକ୍ଷରୁ ଖେଳି ସାରିଥିବା ଭେଙ୍କଟେଶ ଏଠାରେ ଗାଜାଙ୍କ ବଲ୍‌ରେ ଏକ ଛକା ମାରି ନିଜ ଇନିଂସ ଆରମ୍ଭ କରିଥିଲେ। ପରବର୍ତ୍ତୀ ବଲ୍‌କୁ ସେ ଗାଜାଙ୍କ ଆଡ଼କୁ ମାରିଥିଲେ। ମାତ୍ର ଗାଜା ବଲ୍‌କୁ ଫିଲ୍ଡିଂ କରିନେଇ ଭେଙ୍କଟେଶଙ୍କ ଆଡ଼କୁ ଥ୍ରୋ କରିଥିଲେ। ମୁଣ୍ଡରେ ବଲ୍‌ ଆଘାତ ଦେବାବରେ ଭେଙ୍କଟେଶ୍‌ ଯନ୍ତ୍ରଣା ଅନୁଭବ କରି ପଡ଼ିଆରେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ପଡ଼ିଆ ମଝିକୁ ଆସିଥିଲା। ଷ୍ଟ୍ରେଚର ମଧ୍ୟ ବାହାର କରାଯାଇଥିଲା। ମାତ୍ର ୨୭ ବର୍ଷୀୟ ଆୟାର ଚାଲିଚାଲି ପଡ଼ିଆ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ବିଶ୍ରାମ ନେବାପରେ ଭେଙ୍କଟେଶ୍‌ ଯଦିଓ ବ୍ୟାଟିଂ କରିବାକୁ ଆସିଥିଲେ ତେବେ ମାତ୍ର ୧୪ ରନକରି ଆଉଟ ହୋଇ ଯାଇଥିଲେ। ତେବେ ସେ ପରେ ଫିଲ୍ଡିଂ କରିବାକୁ ଆସି ନ ଥିଲେ। ତାଙ୍କ ସ୍ଥାନରେ ଅଶୋକ ମିନାରିଆ ଫିଲ୍ଡିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ପରମ୍ପରାରେ ବିବାହ କଲେ ଅଷ୍ଟ୍ରେଲୀୟ କ୍ରିକେଟର୍‌

ଚେନ୍ନାଇ,୨୯।୩: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ତାଙ୍କ ଭାରତୀୟ ପ୍ରେମିକା ଭିନି ରମଣଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଚେନ୍ନାଇରେ ତାମିଲ ରୀତିନୀତି ଅନୁଯାୟୀ...

ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ବିକାଶ

ଅମାନ (ଜୋର୍ଡାନ),୧୦।୩- ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ବିକାଶ କ୍ରିଷ୍ଣନ ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ପ୍ରବେଶ କିରଛନ୍ତି। କିନ୍ତୁ ୫୨ କେଜି ଓଜନ...

କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଟି-୨୦ ବିଶ୍ୱକପ୍‌ ଦଳରେ ହୋଇଛନ୍ତି ମନୋନୀତ

ନୂଆଦିଲ୍ଲୀ,୧୨।୯: ନେଦରଲ୍ୟାଣ୍ଡର ଭେଟେରାନ କ୍ରିକେଟର ରିୟାନ ଟେନ୍‌ ଡୋସଚାଟେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। ୨୦୨୧ ସିଜନ ଶେଷ ହେବା ପରେ ସେ କ୍ରିକେଟରୁ ବିଦାୟ ନେବେ।...

ବିରାଟ କୋହଲିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ କ୍ରିକେଟର୍‌: ଶୀଘ୍ର ବିବାହ ଯୋଗୁ…

ନୂଆଦିଲ୍ଲୀ,୨୪।୧:ଭାରତୀୟ ଦଳର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ କିଛି ଦିନ ହେବ ଖରାପ ଚାଲିଛି। ଗତ ଦୁଇ ବର୍ଷ ଧରି ସେ ଗୋଟିଏ ଶତକ...

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି।...

୭ ମ୍ୟାଚ୍‌ରୁ ୭୩୭ ରନ୍‌ କରିଥିବା କ୍ରିକେଟର୍‌ଙ୍କୁ ନିଜ ଦଳରୁ ବାଦ୍‌ ଦେଲେ ଲକ୍ଷ୍ମଣ

ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ...

୨୦୧୧ ବିଶ୍ୱକପ୍‌ ଫାଇନାଲ ଫିକ୍ସିଂ ଅଭିଯୋଗ: ଆପରାଧିକ ତଦନ୍ତ ନିର୍ଦ୍ଦେଶ

କଲମ୍ବୋ, ୧ା୭: ଆଇସିସି ବିଶ୍ୱକପ୍‌ ୨୦୧୧ ଫାଇନାଲ ଫିକ୍ସିଂ ହୋଇଥିବା ଯେଉଁ ଅଭିଯୋଗ ହୋଇଛି ତାହାର ଆପରାଧିକ ଯାଞ୍ଚ ପାଇଁ ଶ୍ରୀଲଙ୍କା ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ପାକିସ୍ତାନରେ ମନ୍ଦିର ଭଙ୍ଗାରୁଜା ଭିଡିଓ ଶେୟାର କଲେ ଏହି କ୍ରିକେଟର୍‌: ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ

ଇସଲାମାବାଦ୍‌,୨୨।୧୨: ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର ମାମଲା ପୁଣି ସାମ୍ନାକୁ ଆସିଛି। ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ଏହା ସହ ଜଡିତ ଏକ ଭିଡିଓ ଶେୟାର...

Advertisement
Archives

Model This Week