ପ୍ରତିକ ବାବରଙ୍କ ଗର୍ଲ ଫ୍ରେଣ୍ଡ ଭାବେ ଚର୍ଚ୍ଚାରେ ଥିଲେ ଏମି

ମୁମ୍ବାଇ: ଏମି ଜ୍ୟାକସନ ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ‘୨.୦ ଦ ଭିଲେନ’ ମୁଭିରେ ଏମିଙ୍କର ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ସେ ମୂଳ ବ୍ରିଟିଶ ବାସିନ୍ଦା । ଏମି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସିଙ୍ଗ ଇଜ୍ ବ୍ଲିଙ୍ଗ’କୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏମିଙ୍କ ପିତା ବିବିସି ରେଡିଓରେ ପ୍ରେଜେଣ୍ଟର ଥିଲେ । ତେଣୁ ଏମି ମାତ୍ର ୧୭ ବର୍ଷ ବୟସରେ ଆର୍‌ଜେ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୮ରେ ସେ ମିସ ଟିନ ୱାର୍ଲ ବିଜୟିନୀ ହୋଇଥିଲେ । ତାଙ୍କ କ୍ୟାରିୟର ତାମିଲ ଫିଲ୍ମ ‘ମଦ୍ରାସାପନ୍ତିନମ’ରୁୁ ଆରମ୍ଭ ହୋଇଥିଲା । ଏହା ବକ୍ସ ଅଫିସରେ ହିଟ୍ ହେବା ସହ କିଛି ଆୱାର୍ଡ ଜିତିଥିଲେ ଏମି ।
ଜର୍ଜ ପାନାୟିଓତୋଉଙ୍କୁ ବିବାହ କରିଥିବା ଏମି ୨୦୧୯ରେ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ଇନଷ୍ଟାଗ୍ରାରେ ସେ ପରିବାରର ଫଟୋ ଶେୟାର କରି ଲେଖିଥିଲେ ଆମର ଆଞ୍ଜେଲକୁ ସ୍ୱାଗତ । ଏମିଙ୍କ ସ୍ୱାମି ଜଣେ ମଲ୍ଟି ମିଲେନିୟର । ଜର୍ଜ, ବ୍ରିଟିଶ ପ୍ରପଟି ଡେଭଲପର ଆଣ୍ଡପାନାୟିଟୁଙ୍କ ପୁଅ । ତାଙ୍କର ନେଟୱର୍ଥ ୩୬୦୦କୋଟିରୁ ଅଧିକ । ଜର୍ଜ ଲକଜରି ହୋଟେଲ ଚେନର ଓନର ।
ଏହାପୂର୍ବରୁ ଏମି ବଲିଉଡ୍ ଅଭିନେତା ପ୍ରତିକ ବାବରଙ୍କ ସହ ରିଲେସନଶିପରେ ଥିବା ଆଲୋଚନା ହେଉଥିଲା । ଯାହାପାଇଁ ସେ ଥିଲେ ଚର୍ଚ୍ଚାରେ । ୨୦୧୨ରେ ଏମିଙ୍କ ପ୍ରଥମ ବଲିଉଡ ମୁଭି ‘ଏକ ଦିୱାନା’ ରିଲିଜ ହୋଇଥିଲା । ଏଥିରେ ତାଙ୍କ ଅପୋଜିଟରେ ଥିଲେ ପ୍ରତିକ ବାବର । ଏହାପରେ ଉଭୟଙ୍କ ମଧ୍ୟରେ ରିଲେସନ ଡେଭଲପ କରିଥିଲା । ହେଲେ କିଛିଦିନ ପରେ ଉଭୟଙ୍କର ବ୍ରେକ୍ ଅପ୍ ହୋଇଯିବାରୁ ପ୍ରତିକ ଡିପ୍ରେଶନକୁ ଚାଲିଯିବା ଏକ ସାକ୍ଷାତ୍‌କାରରେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri