Posted inଖେଳ

ଅମୋଲ ମଜୁମ୍‌ଦାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍‌ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ରମେଶ ପାଓ୍ବାର ଭାରତୀୟ ମହିଳା ଦଳର ଦାୟିତ୍ୱ ନେବା ପରେ ଏହି ପଦବୀ ଖାଲିପଡ଼ିଥିଲା। ଯତୀନ ପରଞ୍ଜପେ (ଚେୟାରମ୍ୟାନ), ନୀଲେଶ କୁଲକର୍ନୀ ଓ ବିନୋଦ କୁମ୍ବାଲିଙ୍କୁ ନେଇ ଗଠିତ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ର କ୍ରିକେଟ ଇମ୍ପ୍ରୁଭମେଣ୍ଟ କମିଟି (ସିଆଇଏସ୍‌) ମଜୁମ୍‌ଦାରଙ୍କୁ ମନୋନୀତ କରିଥିଲା। ମୁମ୍ବାଇ ସିନିୟର ଦଳ ପାଇଁ ଅନ୍ୟ ୮ ଜଣ ପ୍ରାର୍ଥୀ ରହିଥିଲେ। ସେମାନେ ହେଲେ ବଲଓ୍ବିନ୍ଦର ସିଂ ସାନ୍ଧୁ, ଓ୍ବାସିମ୍‌ ଜାଫର, ସାଇରାଜ ବାହୁତୁଲେ, ସୁଲକ୍ଷଣା କୁଲକର୍ନୀ, ପ୍ରଦୀପ ସୁନ୍ଦରମ, ନନ୍ଦନ ଫାଡ୍‌ନିସ, ଉମେଶ ପାଟଓ୍ବାଲ ଓ ବିନୋଦ ରାଘବନ। ୪୬ ବର୍ଷୀୟ ମୁମ୍ବାଇ ଷ୍ଟଲଓ୍ବାର୍ଟ ମଜୁମ୍‌ଦାର ୧୯୯୩ରୁ ୨୦୧୩ ମଧ୍ୟରେ ୧୭୧ ପ୍ରଥମଶ୍ରେଣୀ ମ୍ୟାଚରେ ୧୧,୧୬୭ ରନ କରିଛନ୍ତି। ଅବସର ନେବା ପରେ ସେ ଜଣେ ଭଲ କମେଣ୍ଟେଟର ଭାବେ ପଚିଚିତି ଲାଭ କରିଥିଲେ। ସେ ଏନ୍‌ସିଏ, ଆଇପିଏଲ ଟିମ୍‌ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ୨୦୧୯-୨୦ ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କାମଚଳା କୋଚ୍‌ ଦାୟିତ୍ୱ ତୁଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ କ୍ଷମା ମାଗିଲେ ଏହି ଖେଳାଳି

ସିଡ୍‌ନୀ, ୧୨।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣର ମଙ୍ଗଳବାର ଭାରତୀୟ ଖେଳାଳିଙ୍କ ଉପରେ ଜାତିଆଣ ମନ୍ତବ୍ୟକୁ ବିରୋଧ କରି ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ...

ମ୍ୟାଚ ଫି’ ଅପେକ୍ଷାରେ ଘରୋଇ କ୍ରିକେଟର

ମୁମ୍ବାଇ, ୨୯।୬: ଗତ କ୍ରିକେଟ ସିଜନରେ ରଣଜୀ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଖେଳିଥିବା ଅନେକ ଘରୋଇ କ୍ରିକେଟର ଏପର୍ଯ୍ୟନ୍ତ ମ୍ୟାଚ...

ସ୍ମିଥ୍‌-କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ରୁଟ୍‌

ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ଟେଷ୍ଟ ଟିମ୍‌ର ପୂର୍ବ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ପୁଣି ଏକ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ସେମିରେ ଥିମ, ଜେଭରେଭ, ହାଲେପ୍‌

ମେଲବୋର୍ନ, ୩୦।୧(ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୧୦ ଦିବସ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ସଜାଣ୍ଡର ଜେଭରେଭ,...

ଗତ ୧୦ ବର୍ଷରେ କ୍ରିକେଟର ବାଦ୍‌ଶାହ ପାଲଟିଛନ୍ତି ‘ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୦ ବର୍ଷ ଭିତରେ କ୍ରିକେଟର ବାଦ୍‌ଶାହ ପାଲଟିଯାଇଛନ୍ତି। ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ ସେ...

ଟ୍ରାନ୍ସଜେଣ୍ଡର ହୁବାର୍ଡଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍‌) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍‌ ଡିଭିଜନ...

ଆଇସିସି ଅଧ୍ୟକ୍ଷ ପଦରୁ ଓହରିଲେ ମନୋହର

ଦୁବାଇ, ୧।୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)ର ପ୍ରଥମ ସ୍ବାଧୀନ ଅଧ୍ୟକ୍ଷଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବୁଧବାର ସେ ନିଜ ପଦରୁ ଓହରି ଯାଇଛନ୍ତି।...

ୟୁରୋକପ୍‌ ଫୁଟ୍‌ବଲ: ଇଂଲଣ୍ଡ- ଡେନ୍‌ମାର୍କ ସେମିଫାଇନାଲ

ରୋମ,୫।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଦୀର୍ଘ ୨୫ ବର୍ଷ ପରେ ସେମିଫାଇନାଲରେ ପହଞ୍ଚିଛି। ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ...

Advertisement
Archives

Model This Week