Posted inଜାତୀୟ

ଗିରଫ ହେଲେ ପୂର୍ବତନ ଆଇପିଏସ୍ ଅମିତାଭ ଠାକୁର

ଲକ୍ଷ୍ନୌ,୨୭ ।୮: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ହଜରତଗଞ୍ଜ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ଶୁକ୍ରବାର ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ରହିଛି କି ସେ ବଳାତ୍କର ପୀଡ଼ିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଉ ଥିଲେ । ଏସ୍‌ଏସ୍‌ଆଇ ଦୟାଶଙ୍କର ଦ୍ୱିବେଦୀଙ୍କ ଅଭିଯୋଗ ଉପରେ ଏହି ମାମଲା ରୁଜୁ ହାଇଛି । ଗିରଫ ହୋଇଥିବା ଖବର ନିଜେ ଅମିତାଭ ଠାକୁର ଟୁଇଟ୍ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ଅମିତାଭଙ୍କୁ ୨୧ ଅଗଷ୍ଟରୁ ହାଉସ ଆରେଷ୍ଟ ବା ଗୃହବନ୍ଦୀ କରି ରଖାଯାଇଥିଲା । ୨୧ ଅଗଷ୍ଟରେ ସେ ଗୋରଖପୁର ଓ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ଥିଲା । ଶୁକ୍ରବାର ତାଙ୍‌କ ନାଁରେ ହଜରତଗଞ୍ଜ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି । ଅମିତାଭ ଠାକୁରଙ୍କ ଉପରେ ବଳାତ୍କାର ଅଭିଯୁକ୍ତ ବହୁଜନ ସମାଜ ପାର୍ଟି ନେତା ଅତୁଲ ରାୟଙ୍କୁ ସହଯୋଗ କରିବାର ଅଭିଯୋଗ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ବଡ଼ ଝଟ୍‌କା

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କ୍ୟାମ୍ପ ସହିତ ଜଡିତ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟାଳୟର...

ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଏସସିଓ ପାଇଁ ଏକ ଚ୍ୟାଲେଞ୍ଜ: ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକରେ ଯୋଗ ଦେଇଛନ୍ତି। ତାଙ୍କ ଅଭିଭାଷଣରେ ସେ...

‘ଛୋଟୁ ରିପୋର୍ଟର୍‌’ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଚଣ୍ଡିଗଡ,୮।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଛୋଟୁ ରିପୋର୍ଟରଙ୍କ ଭିଡିଓ। ଯେଉଁ ବୟସରେ ପିଲା ସ୍କୁଲ ଯାଆନ୍ତି, ଖେଳରେ ମାତିଥାନ୍ତି ସେହି ବୟସରେ ହାତରେ...

‘ଭାରତ ବନ୍ଦ’ ସମର୍ଥନରେ ୧୮ରୁ ଅଧିକ ବିପକ୍ଷ ଦଳ

ନୂଆଦିଲ୍ଲୀ,୬।୧୨:ଦିଲ୍ଲୀ ସୀମାରେ କୃଷକମାନେ ସେମାନଙ୍କର ଦାବି ଗ୍ରହଣ କରିବାକୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସରକାରଙ୍କ ବିରୋଧରେ କୃଷକଙ୍କ ପକ୍ଷରୁ ଭାରତ ବନ୍ଦ...

ବଲିଉଡ୍‌ରେ ଶୋକ: ପରପାରିରେ ନିର୍ଦ୍ଦେଶକ ରଜତ

ମୁମ୍ବାଇ,୧୯।୭: ବଲିଉଡ୍‌ ଦୁନିଆକୁ ଲାଗିଛି ଆଉ ଏକ ଧକ୍କା। ନାମୀଦାମୀ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କୁ ହରାଇଛି ସିନେ ଦୁନିଆ। ଶନିବାର ରାତିରେ ଜୟପୁରଠାରେ ତାଙ୍କର ଦେହାନ୍ତ...

ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର...

ଜୁଲାଇରେ ଆସିବ ଫାଇଜର

ନୂଆଦିଲ୍ଲୀ, ୨୮।୫:ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନୀକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଟିକା ନୀତିରେ ପରବର୍ତ୍ତନ କରାଯିବ...

କଂଗ୍ରେସକୁ ବଡ଼ ଝଟ୍‌କା: ୪୬ ବର୍ଷ ପରେ ଦଳର ହାତ ଛାଡ଼ିଲେ ଅଶ୍ୱିନୀ କୁମାର

ଚଣ୍ଡିଗଡ଼,୧୫।୨: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ...

Advertisement
Archives

Model This Week