ଜନ୍ମଦିନରେ ନିଜ ବୟସ ଭୁଲ୍‌ କହିଲେ ଅମିତାଭ, ସୁଧାରି ନେଲେ ଝିଅ

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଆଜି ୭୯ତମ ଜନ୍ମଦିନ ପାଳନ କରୁଛନ୍ତି। ବିଗ ବିଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ ତାରକା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେବଳ ଏତିକି ନୁହେଁ, ଅମିତାଭ ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ନିଜର ବିଶେଷ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସହିତ ସେ ତାଙ୍କ ବୟସକୁ ନେଇ ଏକ ଭୁଲ୍‌ ତଥ୍ୟ ଉପସ୍ଥାପନ କରିଛନ୍ତି। ପରେ ଅମିତାଭଙ୍କ ଝିଅ ଶ୍ୱେତା ଭୁଲ୍‌କୁ ସୁଧାରି ଥିଲେ।
ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ପ୍ରଶଂସକଙ୍କ ସହ ବିଶେଷ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ତାଙ୍କର ୭୯ତମ ଜନ୍ମଦିନ ଅବସରରେ ଅମିତାଭ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଫଟୋର ଏକ କୋଲାଜ ଶେୟାର କରିଛନ୍ତି। ବିଗ ବି ଫଟୋ ସହିତ ଏକ ବିଶେଷ କ୍ୟାପସନ ଲେଖିଥିଲେ,୮୦ ଦଶକକୁ ଯିବା ବାଟରେ…। ଷାଠିଏ ହେଲେ ପାଠ, ଯେତେବେଳେ ଅଶୀ, ସେତେବେଳେ ଲସି। ଢଗଢମାଳିକୁ ବୁଝିବା ମଧ୍ୟ ଏକ ବୁଝାମଣା। କିନ୍ତୁ କ୍ୟାପସନରେ ସେ ତାଙ୍କ ବୟସକୁ ୮୦ ବୋଲି କହିଥିଲେ। କିନ୍ତୁ ଅମିତାଭଙ୍କ ପ୍ରକୃତ ବୟସ ୭୯। ଅମିତାଭ ଭୁଲ ତଥ୍ୟ ଦେବା ପରେ ଶ୍ୱେତା ବଚ୍ଚନ ବାପାଙ୍କର ପ୍ରକୃତ ବୟସ ବିଷୟରେ କହିଥିଲେ।
ଅମିତାଭ ବଚ୍ଚନଙ୍କ ଫଟୋ ଏବଂ ତାଙ୍କ ଝିଅର ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅମିତାଭଙ୍କ ପ୍ରଶଂସକମାନେ ଶ୍ୱେତାଙ୍କ ମନ୍ତବ୍ୟକୁ ପସନ୍ଦ କରୁଛନ୍ତି ଏବଂ ମନ୍ତବ୍ୟ ଦେଇ ସେମାନଙ୍କ ମତାମତ ଦେଉଛନ୍ତି।
ଅମିତାଭ ବଚ୍ଚନ ତାଙ୍କର ଆଗାମୀ ଅନେକ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଖୁବ ଶୀଘ୍ର ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ବ୍ରହ୍ମାସ୍ତ୍ର ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଅଭିନେତା ରଣବୀର କପୁର, ଅଭିନେତ୍ରୀ ଆଲିଆ ଭଟ୍ଟ, ମୌନି ରୟ ଏବଂ ଦକ୍ଷିଣର ସୁପରଷ୍ଟାର ନାଗାର୍ଜୁନ ପ୍ରମୁଖ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମରେ ରୋମାଣ୍ଟିକ୍‌ ଦୃଶ୍ୟ କାହିଁକି କରନ୍ତି ନାହିଁ ଦବଙ୍ଗ ଖାନ୍‌? ପୂର୍ବ ପ୍ରେମିକା ଦେଲେ ଏଭଳି ଜବାବ

ବମ୍ବେ: ବଲିଉଡ୍‌ର ସଫଳ ଏବଂ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରୁ ଜଣେ ହେଲେ ସଲମାନ୍‌ ଖାନ୍‌। ୧୯୮୮ରେ ଫିଲ୍ମ ‘ବିବି ହୋ ତୋ ଏସି’ରୁ ସେ ନିଜର...

ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ୯ ଘଣ୍ଟା ଜେରା କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବହୁ ଚର୍ଚ୍ଚା ହେଉଛି। ଏ ଦିଗରେ ମୁମ୍ବାଇ ପୋଲିସ ତାର ତଦନ୍ତକୁ ଜୋରଦାର କରିଛି।...

ରାଜକୁମାରୀ ଲୁକରେ ନୋରା

ମୁମ୍ବାଇ: ନୋରା ଫତେହି । ଆଜିକାଲି ଯୁବବର୍ଗଙ୍କ ପାଇଁ ଏହି ନାଁ ହିଁ ବହୁତ କିଛି । ଡ୍ୟାନ୍ସିଂ କୁଇନ୍ ତଥା ବଲିଉଡ୍ ଅଭିନେତ୍ରୀ ନୋରା...

ହ୍ରିତିକ୍‌ଙ୍କ ଏହି ଫଟୋକୁ ଦେଖି ପୂର୍ବପତ୍ନୀ କହିଲେ ‘୨୧ ବର୍ଷର ଭଳି ଲାଗୁଛ’; ଭାଇରାଲ ହେଉଛି…

ବମ୍ବେ: ଛାଡପତ୍ର ପରେ ପୂର୍ବ ସ୍ବାମୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ସୁଜୈନ ଖାନ୍‌। ଅଭିନେତା ହ୍ରିତିକ ରୋଶନ ଏବଂ ସେ ଅନେକ ପାର୍ଟିରେ ଏକାଠି...

‘ଶେହଜାଦା’ରେ କାର୍ତ୍ତିକଙ୍କ ଜବରଦସ୍ତ ଏଣ୍ଟ୍ରି

ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍‌ ହୋଇଛି। ତେବେ ‘ଶେହଜାଦା’ରେ କାର୍ତ୍ତିକ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଏଥିସହ...

ସେଲିବ୍ରିଟି ହେବା ପରେ ବଦଳିଗଲେଣି ରାନୁ ମଣ୍ଡଳ, ଛୁଇଁଦେବା ଯୋଗୁ ପ୍ରଶଂସକଙ୍କ ଉପରେ ରାଗିଲେ

ମୁମ୍ବାଇ: ରାଣାଘାଟ ଷ୍ଟେଶନ ବସି ଗାଉଥିବା ଜଣେ ସାଧାରଣ ମହିଳାରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ନୂଆ ଏକ ଚର୍ଚ୍ଚା। ସେଇଟି ପୁଣି...

ଚୁଜି ହେଲେଣି ଦିଶା

ଏଣିକି ଦିଶା ପଟାନି ବଲିଉଡ୍‌ରେ ଦେଖି ଚାହିଁ ପାଦ ପକାଇବେ। ତାଙ୍କ ଅଭିନୀତ କେତୋଟି ସିନେମା ହିଟ୍‌ ହେବା ପରେ ସେ ନିଜ କ୍ୟାରିୟରକୁ ହାଲ୍‌କା...

ଶାହରୁଖଙ୍କ ଝିଅ ପାଇଁ ଆସିଲା ବିବାହ ପ୍ରସ୍ତାବ: ପୁଅର ମାସିକ ରୋଜଗାର ଏତିକି..

ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ନିକଟରେ ୨୧ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି...

Advertisement
Archives

Model This Week