ଆପଣ ଗରିବ ଲୋକଙ୍କୁ କାହିଁକି ଦାନ କରୁନାହାନ୍ତି, ପ୍ରଶ୍ନରେ ଏମିତି ଜବାବ ଦେଲେ ଅମିତାଭ ବଚ୍ଚନ

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ନିକଟରେ କରୋନାକୁ ହରାଇ ଘରକୁ ଫେରିଛନ୍ତି। ସୋସିଆଲ ମିଡିଆରେ ବିଗ୍‌ ବି ବେଶ୍‌ ସକ୍ରିୟ ରହୁଛନ୍ତି। ନିଜ ସ୍ବାସ୍ଥ୍ୟ ବିଷୟରେ ପ୍ରତିଦିନ ପ୍ରଶଂସକଙ୍କୁ ଅପଡେଟ୍‌ ମଧ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର୍ସ ବିଗ ବି କୁ ଲେଖିଛନ୍ତି – ଆପଣ କାହିଁକି ଗରିବ ଲୋକଙ୍କୁ ଦାନ କରନ୍ତି ନାହିଁ। ଆପଣଙ୍କ ପାଖରେ ଯଥେଷ୍ଟ ଟଙ୍କା ଅଛି ଏବଂ ଇଶ୍ବରଙ୍କ କୃପା ମଧ୍ୟ ଅଛି। ଉଦାହରଣ ସୃଷ୍ଟି କରିବା ଉଚିତ୍‌। ଏହା କହିବା ସହଜ, କିନ୍ତୁ ଏକ ଉଦାହରଣ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଗ ବିଙ୍କୁ ଏହା ଖରାପ ଲାଗିଥିଲା। ସେ ତତ୍‌କ୍ଷଣାତ୍‌ ଏହାର ଜବାବ ଦେଇଥିଲେ। ସେ ଏହାର ଜବାବ ଦେଇ କହିଛନ୍ତି ଲକଡାଉନ ସମୟରେ ପ୍ରତିଦିନ ୫ ହଜାର ଲୋକଙ୍କୁ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଦେଇଛନ୍ତି। ସେ ମୁମ୍ବାଇରୁ ଯାଉଥିବା ୧୨ ହଜାର ପ୍ରବାସୀ ଶ୍ରମିକଙ୍କୁ ଜୋତା ଏବଂ ଚପଲ ଦେଇଛନ୍ତି। ଶ୍ରମିକମାନଙ୍କ ପାଇଁ ବିହାର ଏବଂ ୟୁପିରେ ପହଞ୍ଚିବା ପାଇଁ ବସ ବ୍ୟବସ୍ଥା କରାଯାଇଛି। ଅମିତାଭ ବଚ୍ଚନ ଆହୁରି କହିଛନ୍ତି, ଟ୍ରେନ ବାତିଲ ଯୋଗୁ ଇଣ୍ଡିଗୋର ୬ ବିମାନ ମାଧ୍ୟମରେ ୧୮୦ ଯାତ୍ରୀଙ୍କୁ ସେମାନଙ୍କ ଘରକୁ ସ୍ଥାନାନ୍ତର କରାଯାଇଥିଲା। ସେ ତାଙ୍କ ଖର୍ଚ୍ଚରେ ୧୫ ହଜାର ପିପିଇ କିଟ, ୧୦ ହଜାର ମାସ୍କ ଦେଇଛନ୍ତି। ସେ ଦିଲ୍ଲୀର ଶିଖ ସମ୍ପ୍ରଦାୟର ଅଧ୍ୟକ୍ଷଙ୍କୁ ଅନେକ ଦାନ ଦେଇଛନ୍ତି। ସେ ନିରନ୍ତର ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି।
ସୂଚନାଯୋଗ୍ୟ, ବିଗ୍‌ ବି ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲାବେଳେ ସୋସିଆଲ ମିଡିଆରେ ଟ୍ରୋଲ ଏବଂ ସମାଲୋଚକଙ୍କ ସମ୍ମୁଖୀନ ହୋଇଥିଲେ। ଜଣେ ମହିଳା ତାଙ୍କୁ ହସ୍ପିଟାଲର ବିଜ୍ଞାପନ କରୁଥିବାର ଆରୋପ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri