କରୋନା ଟିକା ନେବା ପରେ ଅମିତାଭ କହିଲେ ଏମିତି…

ମୁମ୍ବାଇ: ବିଗ୍‌-ବି ଅମିତାଭ ବଚ୍ଚନ ଶନିବାର କରୋନା ଟିକା ନେଇଛନ୍ତି। ଅଭିଷେକ ବଚ୍ଚନଙ୍କୁ ଛାଡ଼ି ପରିବାର ଅନ୍ୟ ସଦସ୍ୟମାନେ ବି ଏହି ଟିକା ନେଇଛନ୍ତି। ତେବେ ଟିକା ନେବା ପରେ ବିଗ୍‌-ବି ତାଙ୍କ ଅଭିଜ୍ଞତା ଲୋକଙ୍କ ସହ ଶେୟାର କରିଛନ୍ତି। ଏହି ଟିକା ତାଙ୍କୁ ପୂର୍ବରୁ ନେବାର ଥିଲା। ମାତ୍ର ଆଖି ଅପରେଶନ ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ସେ କୋଭିଡ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।

ଅମିତାଭ ଏହି ଟିକାକରଣ ସମ୍ପର୍କରେ ନିଜ ବ୍ଲଗରେ ଲେଖିଛନ୍ତି, ମୋତେ ହସ୍ପିଟାଲ ବେଡ୍‌ରେ ବସାଯାଇଛି। ଯେଉଁଠି ଟିକା ଦିଆଯାଉଛି। ଯେଉଁଠି ଅନେକ କାଗଜପତ୍ର ଏବଂ ଚାରିପାଖରେ ଲୋକ ନାମ, ଠିକଣା, ମୋବାଇଲ, ପୂର୍ବ ମେଡିକାଲ ହିଷ୍ଟ୍ରି, ଆଧାରକାର୍ଡ ଦେଖାଯାଇଥିଲା। ଅଧ ଘଣ୍ଟା ପର୍ଯ୍ୟନ୍ତ ବସିବାକୁ ପଡ଼ିଥିଲା। ଟିକା ନେବାର ୬ ସପ୍ତାହ ପରେ ପରବର୍ତ୍ତୀ ଡୋଜ୍‌ ନେବାକୁ ପଡ଼ିବ। ସାର୍ଟିଫିକେଟରେ ପ୍ରଥମ ଦେଖାଯିବ। ଦ୍ୱିତୀୟ ପରେ ସାର୍ଟିଫିକେଟ ବୈଧତା ମିଳିବ।

ଅମିତାଭ ଏକଥା ମଧ୍ୟ ଲେଖିଛନ୍ତି କି, ଲୋକମାନେ ମୋତେ ପଚାରୁଥିଲେ କିଛି ଅସୁବିଧା ହେଲା ନାହିଁ ତ। ସେ ସବୁକିଛି ଭଲ ବୋଲି ଲେଖିଛନ୍ତି। ବିଗ୍‌ ବି ଲେଖିଛନ୍ତି, ଟିକା ସହିତ ଜଡ଼ିତ ଅନେକ କଣ୍ଟ୍ରୋଭର୍ସି ଚାଲିଛି। ଏହା ଏତେ ଶୀଘ୍ର କିପରି ହେଲା। ଏହାର ପ୍ରଭାବ ନିଶ୍ଚିତ ନୁହେଁ, ଏହା ଭଲ ଆଦି ବିଷୟରେ ଅନେକ ଅନୁସନ୍ଧାନ ଚାଲିଛି।

ଶେଷରେ ସେ ଲେଖିଛନ୍ତି, କରୋନାଠାରୁ ଦୂରେଇ ରହିବା ପାଇଁ ଆଇସୋଲେଶନରେ ରୁହ, ସାବଧାନ ଏବଂ ସୁରକ୍ଷିତ ରୁହ। ଆଉ ଏହାକୁ ତା’ ବାଟରେ ଯିବାକୁ ଦିଅ।


Enter your email to get our daily news in your inbox.

All Right Reserved By Dharitri.Com

ନୀଲଙ୍କୁ ବିବାହ କରିବେ ଐଶ୍ୱର୍ଯ୍ୟା

ବମ୍ବେ: ରିଲ୍‌ ନାୟିକାରୁ ରିଅଲ୍‌ ନାୟିକା। ଏପରି କିଛି ଘଟିଛି ଟେଲି ଧାରାବାହିକ ‘ଗୁମ୍‌ ହେ କିସି କେ ପ୍ୟାର୍‌ ମେ’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କ...

ଏହି ଅଭିନେତା କରିଥିଲେ ମନା; ସେଥିପାଇଁ ତ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ

ବମ୍ବେ: ଆଜି ହେଉଛି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହାପି ବର୍ଥ ଡେ’ ଅର୍ଥାତ ଜନ୍ମଦନ। ମେ’ ୧୫ରେ ସେ ନିଜର ୫୪ତମ ଜନ୍ମଦିନ...

ଅଭିନନ୍ଦନଙ୍କ ଉପରେ କମେଡି ଫିଲ୍ମ ନିର୍ମାଣ କରିବ ପାକିସ୍ତାନ

ମୁମ୍ବାଇ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହାସିକତା ଏବଂ ବାଲାକୋଟ ଆକ୍ରମଣକୁ ନେଇ ବଲିଉଡ ଅଭିନେତା ବିବେକ ଓବରୟ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି...

କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କୁ ଏକାଠି କଲେ ସଲମାନ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଳାଗି ରହିଥିବା ତୁ ତୁ ମେଁ ମେଁ ଏବେ ଶେଷ ହୋଇଛି। କପିଲ...

ମୁମ୍ବାଇ ରାସ୍ତାରୁ ଫଳ କିଣିଲେ ଏହି ଅଭିନେତ୍ରୀ

ଏବେ ସମ୍ପୂର୍ଣ୍ଣ ଭାବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରଙ୍କୁ ମଧ୍ୟ ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିବାକୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ: ଜାଣନ୍ତୁ କାହିଁକି…

ଡେଟିଂ ଉପରେ ଆଧାରିତ ଟିଭି ରିଆଲିଟି ଶୋ’ ‘ମୁଝ୍‌ସେ ଶାଦି କରୋଗେ’ରୁ ଘରେ ଘରେ ପରିଚିତ ହୋଇସାରିଥିବା ଅଭିନେତ୍ରୀ ହେଉଛନ୍ତି ଆଞ୍ଚଲ ଖୁରାନା। ମଙ୍ଗଳବାର ସନ୍ଧ୍ୟାରେ...

ଚୁଜି ହେଲେଣି କିଆରା

କିଆରା ଆଡଭାନୀ ଏବେ ଚୁଜି ହେଲେଣି। ଦେଖୁନାହାନ୍ତି, କାହାଣୀ ପସନ୍ଦ ହେଲାନାହିଁ ବୋଲି କେମିତି ତିନୋଟି ଅଫରକୁ ହାତଛଡ଼ା କରିଦେଲେ। ଏଣିକି ସେ କୁଆଡେ ତରତର...

ନିର୍ବନ୍ଧ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଧୋକା ଦେଇଥିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ୨୦ ବର୍ଷ ପୂର୍ବେ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଟ୍ବିିଙ୍କଲ ପୂର୍ବରୁ ଅକ୍ଷୟଙ୍କ ନାମ ଅନେକ ଅଭିନେତ୍ରୀଙ୍କ...

Advertisement
Archives

Model This Week