Posted inଜାତୀୟ

‘ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ର ଆବଶ୍ୟକତା ପଡ଼ିବ ନାହିଁ’

ଶ୍ରୀନଗର,୨୦।୩: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର କାର୍ଯ୍ୟର ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଫୋର୍ସ ଯୋଗୁ ଜମ୍ମୁକଶ୍ମୀରରେ ଆତଙ୍କବାଦକୁ ନିୟନ୍ତ୍ରଣ କରାଯାଇପାରିଛି। ଏପରିକି ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଏବଂ ଉତ୍ତରପୂର୍ବ ଅଞ୍ଚଳରେ ସିଆର୍‌ପିଏଫ୍‌ ଯବାନଙ୍କ ଆବଶ୍ୟକ ପଡ଼ିବ ନାହିଁ ବୋଲି ଶାହା ବଡ଼ ବୟାନ ଦେଇଛନ୍ତି।

ଶନିବାର ସିଆର୍‌ପିଏଫ୍‌ର ୮୩ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ବୋଧିତ କରି ଶାହା କହିଛନ୍ତି, କଶ୍ମୀର, ନକ୍ସଲ ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆର୍‌ପିଏଫ୍‌ ଯେଉଁଭଳି କାମ କରୁଛି, ତା’କୁ ଦେଖି ଏହା ନିଶ୍ଚିତ ଯେ ଆଉ କିଛି ବର୍ଷ ପରେ ଏହି ୩ ରିଜନରେ ଆମକୁ ଆଉ ସିଆରପିଏଫ୍‌ର ଆବଶ୍ୟକ ପଡ଼ିବ ନାହିଁ। ଏହି ୩ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇ ସାରିଥିବ। ଯଦି ଏମିତି ହୁଏ, ତା’ହେଲେ ଏସବୁର ଶ୍ରେୟ ସିଆରପିଏଫ୍‌କୁ ଯିବ। ବର୍ତ୍ତମାନ କଶ୍ମୀରରରେ ବିପୁଳ ସଂଖ୍ୟାରେ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ମୋଟ କ୍ଷମତାର ଏକ ଚତୁର୍ଥାଂଶ ଯବାନ କଶ୍ମୀର ଦାୟିତ୍ୱରେ ରହିଛନ୍ତି। ସିଆରପିଏଫ୍‌ ବ୍ୟତୀତ ଜମ୍ମୁ-କଶ୍ମୀର ପୁଲିସ, ଆର୍ମି, ବିଏସ୍‌ଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବି ଯବାନମାନେ ମଧ୍ୟ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ସୁରକ୍ଷାକର୍ମୀମାନେ ପାକ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି। ସେମାନେ ଆତଙ୍କବାଦ ବିରୋଧରେ ଲଢ଼େଇ କରି ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା କରିପାରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଉତ୍ତରପ୍ରଦେଶର ସମସ୍ତ ଜିଲାରେ ହାଇ ଆଲର୍ଟ

ଲକ୍ଷ୍ନୌ,୨୧।୧୦: ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ଗୋଟିଏ ମାସରେ ତୃତୀୟ ଥର ପାଇଁ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ସଂକ୍ରମଣ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦିଲ୍ଲୀରେ ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି।...

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ସଂଘର୍ଷ: ୮ଆହତ, ୧୪୪ଧାରା ଲାଗୁ

ମୁମ୍ବାଇ,୧୪।୫:ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରର ଅକୋଲା ଜିଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଓ ପଥର ମାଡ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା...

ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇନ୍ଦୋର,୨।୬: ମଣିଷ ଏବଂ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କ ନିଆରା। ପରିବେଶ ସନ୍ତୁଳନରେ ପ୍ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜୀବେଦୟାକୁ ଭାରତୀୟ ସମାଜ ଅତିପୁରାତନ କାଳରୁ...

୮ ବିଦେଶିନୀଙ୍କ ସମେତ ୩୫ ଗିରଫ

ନୋଇଡ଼ା,୨ା୭: ଉତ୍ତରପ୍ରଦେଶର ନୋଇଡ଼ାରେ ଥିବା ସ୍ପା ସେଣ୍ଟର ଉପରେ ପୋଲିସ ଚଢାଉ କରି ୩୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୮ ବିଦେଶିନୀଙ୍କୁ ମିଶାଇ...

‘ଚାଇନାର ବନ୍ଧୁକ ଶକ୍ତି ସହ ସତ୍ୟର ଲଢ଼େଇ ଜାରି ରହିବ’

ଗୟା,୨୬ା୧୨(ଏଏଫ୍‌ପି): ତିବ୍ବତ୍‌ର ବୌଦ୍ଧ ଧର୍ମାବଲମ୍ବୀମାନେ ସତ୍ୟର ଶକ୍ତି ବଳରେ ଚାଇନାର ବନ୍ଧୁକ ଶକ୍ତି ସହ ଲଢ଼େଇ ଜାରି ରଖିତ୍ବା ଲାଗି ପ୍ରତିବଦ୍ଧ ବୋଲି ଧର୍ମଗୁରୁ ଦଲାଇଲାମା...

ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେୟାର ଇଞ୍ଜିନିୟର

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସନ୍ଦୀପ ନାମକ ଏହି ଯୁବକ ଜଣଙ୍କ...

କିଏ ହେବେ କଂଗ୍ରେସର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଲୋକଙ୍କ ଜନାଦେଶ ଏହା ସ୍ଥିର କରିବ, ଜବାବ ଦେଲେ କମଲନାଥ…

ଭୋପାଳ,୬।୬ : ଭେଟେରାନ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ୟୁନିଟ ମୁଖ୍ୟ କମଲ ନାଥ କହିଛନ୍ତି ବିଧାନସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି।...

Advertisement
Archives

Model This Week