Posted inଜାତୀୟ

ସୁପ୍ରିମକୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ରୁଟିନ୍‌ ଜଜ୍‌ମେଣ୍ଟ ନୁହେଁ, ସ୍ପେଶାଲ ଟ୍ରିଟ୍‌ମେଣ୍ଟ ମିଳିଛି: ଶାହା

ନୂଆଦିଲ୍ଲୀ,୧୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି। ଏଏନ୍‌ଆଇ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଶାହା କହିଛନ୍ତି ଯେ ଜାମିନକୁ ନେଇ ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତି ଏକ ସାମାନ୍ୟ ଏବଂ ନିୟମିତ ଆଦେଶ ନୁହେଁ। କୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ‘ସ୍ପେଶାଲ ଟ୍ରିଟ୍‌ମେଣ୍ଟ’ ମିଳିଛି, ଏହା ଦେଶର ଅନେକ ଲୋକ ଭାବୁଛନ୍ତି।

କେଜରିଓ୍ବାଲ ଜାମିନରେ ମୁକୁଳିବା ପରେ ‘ଇଣ୍ଡିଆ’ ମେଣ୍ଟ ମଜଭୂତ ହେବା ପ୍ରଶ୍ନରେ ଶାହା କହିଛନ୍ତି, ଏବେ ସେ ଏକ ନୂଆ ମାମଲା(ସ୍ବାତୀ ମାଲିବାଲ)ରେ ଫସିଛନ୍ତି। ତାଙ୍କୁ ଟିକିଏ ବିରତି ନେବାକୁ ଦିଅ। ଯଦି କେହି ପୋଲିସରେ ଅଭିଯୋଗ କରେ ତେବେ ତଦନ୍ତ ହେବ। ଏବେ ସେ ଗୋଟିଏ ମାମଲାରୁ ନିଜକୁ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

ଏହାଛଡ଼ା କେଜ୍‌ରିଓ୍ବାଲଙ୍କ ଝାଡ଼ୁକୁ ଭୋଟ୍‌ ମିଳିଲେ ଜେଲ ଯିବାକୁ ପଡ଼ିବ ନାହିଁ ବୟାନକୁ ନେଇ ଶାହା କହିଛନ୍ତି, ଏଭଳି କହିବା ସ୍ପଷ୍ଟ ଭାବେ ସୁପ୍ରିମକୋର୍ଟଙ୍କ ଅବମାନନା। ତାଙ୍କ କହିବା ଅର୍ଥ ଯିଏ ବିଜେତା ହୁଏ ତାକୁ ଜେଲ୍‌ ଯିବାକୁ ପଡେନାହିଁ। କୋର୍ଟର ଯେଉଁ ବିଚାରପତି ତାଙ୍କୁ ଜାମିନ ଦେଇଛନ୍ତି, ସେମାନଙ୍କ ନିଷ୍ପତ୍ତିର ସଦୁପଯୋଗ ହୋଇଛି ନା ଦୂରୁପଯୋଗ ତାହା ଭାବିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

ଇରାନର ସର୍ତ୍ତ ପୂରଣ ହେଲେ ହର୍ମୁଜ ପ୍ରଣାଳୀରୁ ବାହାରିବ ଜହାଜ, ନୂଆ ସର୍ତ୍ତକୁ ନେଇ ଚିନ୍ତାରେ ପଡିଲାଣି ସାରା ବିଶ୍ୱ

ତେହରାନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ପାଇଁ ପୁନଃ…

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ଆଜି, ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୨୧।୬(ପି.ଟି.): ରବିବାର ଅନୁଷ୍ଠିତ ହେବାକୁ ଥିବା ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି)କୁ ନିର୍ବିଘ୍ନ, ସୁରକ୍ଷିତ ଓ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଶନିବାର ଦେଶବ୍ୟାପୀ…

ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଯାଏ ଯନ୍ତରମନ୍ତର ଛାଡ଼ିବୁନୁ: ଦୀପ୍‌କେ

ନୂଆଦିଲ୍ଲୀ,୨୧।୬(ପି.ଟି.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ନୂଆଦିଲ୍ଲୀର ଯନ୍ତରମନ୍ତର ଛାଡ଼ିବେ ନାହିଁ ବୋଲି କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri