୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର କେଉଁ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସେ ଓଡ଼ିଶା ଆସୁଛନ୍ତି ସେ ବାବଦରେ କିଛି ସ୍ପଷ୍ଟ ହୋଇ ନ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମଙ୍ଗଳବାର ମନ୍ତ୍ରୀ ପୂଜାରୀ ତାଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସୋମବାର ଶାହା ଆସିବେ ବୋଲି ସ୍ପଷ୍ଟ ହେଇଛି। ମାତ୍ର କେଉଁସବୁ କାରଣ ଲାଗି ସେ ଆସୁଛନ୍ତି ସେକଥା ସ୍ପଷ୍ଟହୋଇ ନାହିଁ, ଯଥାଶୀଘ୍ର ଏହା ଜଣାପଡିଯିବ ବୋଲି ପୂଜାରୀ କହିଛନ୍ତି। ମାତ୍ର ଶାହାଙ୍କ ଗସ୍ତ ବାବଦରେ ଭାଜପାର ଅନେକ ଦଳୀୟ ନେତାଙ୍କ ପାଖରେ କୌଣସି ଖବର ନାହିଁ। ଯେଉଁ କେତେଜଣ ଆଗଧାଡ଼ିର ଭାଜପା ନେତାଙ୍କୁ ଶାହାଙ୍କ ଗସ୍ତ ସମ୍ପର୍କରେ ପଚାରିଥିଲୁ ସେମାନେ କେହି ଏ ବାବଦରେ କିଛି ସୂଚନା ପାଇନାହାନ୍ତି ବୋଲି କହିଥିଲେ। ଏହାପରେ ଅନ୍ୟ କେତେଜଣ ସରକାରୀ ଅଧିକାରୀଙ୍କୁ ପଚାରିବାରୁ ମଧ୍ୟ ସେମାନେ କିଛି ସୂଚନା ଦେଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଶାହା ଆସୁଛନ୍ତି ବୋଲି ଖବର ଅଛି, ଯାହା ଚୂଡ଼ାନ୍ତ ନୁହେଁ ବୋଲି ଜଣାପଡ଼ିଛି। ଏନେଇ କୌଣସି କାଗଜପତ୍ର ଆସି ନ ଥିବା ଜଣେ ଉପସଚିବଙ୍କ ସୂତ୍ରରୁ ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିଗତ ଦିନରେ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ବାରମ୍ବାର ବିଭିନ୍ନ ତାରିଖ ପ୍ରକାଶ କରାଯାଇଛି। ହେଲେ ଏହିପରି ଅନେକ ଖବର ପ୍ରକାଶ ପାଇବା ପରେ ଶାହାଙ୍କ ଗସ୍ତ ବାତିଲ ହୋଇଥିବା କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Read more

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ କରଥିଲା । ଜବତ କରି ବ୍ୟବଚ୍ଛେଦ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଧାନ ରୋଇବା ବେଳେ ବଜ୍ରପାତ, ବିଲରେ ଘଟିଲା ଏମିତି…

ପାତ୍ରପୁର,୯।୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ତଣ୍ଡିପୁର ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

ସ୍ତ୍ରୀ ଶୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ, ଏବେ ଗଲେ ଜେଲ

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଏ.ଅନ୍ତରା ପାତ୍ର ତାଙ୍କ ସ୍ତ୍ରୀ ଏ.ଶଶି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା…

JPSCରେ ବଡ଼ ହଲଚଲ! ୩ ସଦସ୍ୟଙ୍କ ଇସ୍ତଫା, କାଲି CIDର ଜେରା

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri