Posted inଜାତୀୟ

ବୋମା ବିସ୍ଫୋରଣର ସେଣ୍ଟର ପାଲଟି ଯାଇଛି ପଶ୍ଚିମବଙ୍ଗ, ୨୦୨୫ରେ ପ୍ରଥମ ଭାଙ୍ଗିଯିବ ମମତା ସରକାର: ଶାହା

କୋଲକାତା,୧୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ପଶ୍ଚିମବଙ୍ଗର ବୀରଭୁମି ଜିଲାର ସିଉଡିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମମତା ବାନାର୍ଜୀଙ୍କ ସରକାର ଓ ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ୨୦୨୫ରେ ପ୍ରଥମେ ମମତା ବାନାର୍ଜୀଙ୍କ ସରକାର ଭାଙ୍ଗିଯିବ। ଏହାସହ ଶାହା ଦାବି କରିଛନ୍ତି କି ଏଥର ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟରେ ୩୫ରୁ ଅଧିକ ଆସନରେ ବିଜୟୀ ହେବ।
ଶାହା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି, ଦିଦି ପଶ୍ଚିମବଙ୍ଗ ଜନତାଙ୍କ ପାଇଁ କାମ କରୁ ନାହାନ୍ତି, ତାଙ୍କର ଲକ୍ଷ୍ୟ ନୁହେଁ ରାଜ୍ୟର ଜନତାଙ୍କ କଲ୍ୟାଣ, ତାଙ୍କର ଏକମାତ୍ର ଲକ୍ଷ୍ୟ ତାଙ୍କ ପୁତୁରାକୁ ମୁଖ୍ୟମନ୍ତ୍ରୀ କରିବା। ହେଲେ ଏହା ସମ୍ଭବ ହେବ ନାହିଁ। ପଶ୍ଚିମବଙ୍ଗର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାଜପାର ହେବେ।
ପଶ୍ଚିମବଙ୍ଗର ଖରାପ ଆଇନ ବ୍ୟବସ୍ଥାକୁ ନେଇ ଶାହା କହିଛନ୍ତି, ଦିଦିଙ୍କ ସାମ୍ନାରେ ପଶ୍ଚିମବଙ୍ଗ ବୋମା ବିସ୍ଫୋରଣର ସେଣ୍ଟର ହୋଇଗଲାଣି। ସେ କହିଛନ୍ତି ନିକଟରେ ଏବେ ଏବେ ଏନଆଇଏ ବୀରଭୂମିରୁ ୮୦ରୁ ଅଧିକ ଡେଟୋନେଟର ଓ ୨୭ ହଜାର କିଲୋ ଆମୋନିୟମ ନାଇଟ୍ରେଟ ଜବତ କରିଛି। ଯଦି ଏନଆଇଏ ଏହାକୁ ଜବତ କରି ନ ଥାଆନ୍ତା ତେବେ କେତେଯେ ନୀରିହ ଜନତାଙ୍କ ଜୀବନ ଯାଇଥାଆନ୍ତା କେହି ଗଣି ପାରି ନ ଥାଆନ୍ତେ। ସଭା ଆରମ୍ଭରୁ ଶାହା ସିଉଡିରେ ବାବା ସାହେବ ଡା.ଭିମରାଓ ଆମ୍ବେଦକରଙ୍କ ଜନ୍ମତିଥିରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?