ବିବାଦରେ ବିଶ୍ୱର ଏକ ନମ୍ବର ଧନୀ

କାଲିଫର୍ନିଆ,୧୮।୨:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲୋନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ତାଙ୍କର ବ୍ୟବସାୟ ତ ଆଉ କେତେବେଳେ ତାଙ୍କ ଟୁଇଟ୍‌ ଯୋଗୁ ସେ ଆଲୋଚନାକୁ ଆସନ୍ତି। ନିକଟରେ ସେ ଏକ ଟୁଇଟ୍‌ କରିଥିଲେ। ଟୁଇଟ୍‌ରେ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଜର୍ମାନର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଇଛି। ଅନେକ ଲୋକ ତାଙ୍କ ଟୁଇକୁ ସମାଲୋଚନା କରିବା ପରେ ମସ୍କ ଟୁଇଟ୍‌ ଡିଲିଟ କରିଦେଇଛନ୍ତି।
ବୁଧବାର ଏଲୋନ ମସ୍କ ଏକ ଟୁଇଟ କରିଥିଲେ। ଏହି ଟୁଇଟ୍‌ରେ ସେ କାନାଡାରେ ବିରୋଧ କରୁଥିବା ଟ୍ରକ ଚାଳକମାନଙ୍କୁ ସମର୍ଥନ ଜଣାଇଛନ୍ତି। ମସ୍କ ଏକ ମେମ ଶେୟାର କରିଥିଲେ। ସେଠାରେ ହିଟଲରଙ୍କର ଏକ ଫଟୋ ଥିଲା। ଏଥିରେ ଲେଖାଥିଲା, ‘ମୋତେ ଜଷ୍ଟିନ ଟ୍ରୁଡୋ ସହିତ ତୁଳନା କରିବା ବନ୍ଦ କର’, ଏହା ତଳେ ମୋର ବଜେଟ ଅଛି ବୋଲି ଲେଖା ହୋଇଥିଲା। ଏହି ଟୁଇଟ୍‌କୁ ନେଇ ବହୁତ ସମାଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌...

ଚାଇନାର ନିରାପତ୍ତା ଆଇନକୁ ବିରୋଧ

ହଂକଂ,୨୫।୫: ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନକୁ ବିରୋଧ କରି ରବିବାର ବହୁସଂଖ୍ୟକ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପ୍ରସ୍ତାବିତ ଆଇନ ସହରର ସ୍ବାଧୀନତା ପ୍ରତି...

‘ଭାରତକୁ କ୍ଷତିପୂରଣ ଦେଉ ଚାଇନା’

ଓ୍ବାଶିଂଟନ,୧୯।୬: କରୋନା ମହାମାରୀ ଯୋଗୁ ଭାରତ ବିପର୍ଯ୍ୟସ୍ତ ହୋଇଛି। ଏନେଇ ଚାଇନା ଭାରତକୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌...

ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୩୩ ଦିନ: ମୋରିଉପୋଲ ପାର୍କ-ସ୍କୁଲରେ ପୋତି ଦିଆଯାଉଛି ମୃତ ଶରୀର

କ୍ୱିଭ୍‌,୨୯ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ୩୩ ଦିନ ପୂରଣ ହୋଇଥିବା ବେଳେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରିଛି । ଏକ ରିପୋର୍ଟ ଅନୁଯାୟୀ,...

କେଉଁମାନଙ୍କୁ ପ୍ରଥମେ କରୋନା ଟିକା ଦେବା ଉଚିତ, କ’ଣ କହୁଛି ଡବ୍ଲୁଏଚ୍‌ଓ

ଜେନେଭା,୮ ।୧୨: ଶେଷ ହେବ କରୋନା ମହାମାରୀର ତାଣ୍ଡବ । ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏବେ ପ୍ରାୟ କରୋନା ଟିକା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ...

ହଟିଲା ତାଲିବାନର ଅଫିସିଆଲ ଓ୍ବେବ୍‌ସାଇଟ୍‌

ନୂଆଦିଲ୍ଲୀ,୨୧ା୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ତା’ର ଅଫିସିଆଲ ଓ୍ବେବ୍‌ସାଇଟ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟ୍‌ରୁ କେଉଁଆଡ଼େ ଗାଏବ ହୋଇଯାଇଛି। ଏହା କୌଣସି...

ଚୋରି କରିବାକୁ ଯାଇଥିବା ବ୍ୟକ୍ତିଙ୍କ ଟ୍ରକ ହୋଇଗଲା ଚୋରି

ଓ୍ବାଶିଂଟନ୍‌,୨୭।୮: କଥାରେ ଅଛି ଯେମିତି କର୍ମ କରିବ ସେମିତିି ଫଳ ପାଇବ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ଓ୍ବାଶିଂଟନ୍‌ର କେନ୍ନଓ୍ବେିକ୍‌ରେ। ଜଣେ ଟ୍ରକ...

ଆମେରିକାରେ ଖାଦ୍ୟ ସଙ୍କଟ: କରୋନା ସଂକ୍ରମଣ ଯୋଗୁ କୋଟିଏ ୭୦ ଲକ୍ଷ ଭୋକିଲା

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଦେଶର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଛି। ସେହିପରି ଲକ୍‌ଡାଉନ୍‌ ଯୋଗୁ ବେରୋଜଗାର ହୋଇ ଲୋକେ...

Advertisement
Archives

Model This Week