Posted inଖେଳ

ବଲ ଫୋପାଡ଼ି ବ୍ୟାଟରଙ୍କୁ ଆହତ କଲେ ଅଷ୍ଟ୍ରେଲିଆନ୍‌ ପେସର

ମେଲବୋର୍ନ,୯।୧୧: ବ୍ୟାଟରଙ୍କୁ ଭୟବିତ କରିବା ପାଇଁ ଫଲୋ ଥ୍ରୁରେ ବୋଲର ବଲ ଫୋପାଡ଼ିବା କିଛି ନୂଆ କଥା ନୁହେଁ। କିନ୍ତୁ ଅଷ୍ଟ୍ରେଲିଆନ ପେସର ଜେମ୍ସ ପାଟିନସନଙ୍କ ଥ୍ରୋରେ ଆହତ ହୋଇଛନ୍ତି ବ୍ୟାଟର ଡାନିଏଲ ହୁଗ୍ସ। ଏଭଳି ଘଟଣା ଲାଗି ପାଟିନସନଙ୍କୁ ପ୍ରଶଂସକ, ପୂର୍ବତନ କ୍ରିକେଟର, ଭାଷ୍ୟକାର ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି।

ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ ଓ୍ବେଲ୍ସ ମଧ୍ୟରେ ଚାଲିଥିବା
ଶିଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟର ମ୍ୟାଚ୍‌ର ଚତୁର୍ଥ ଦିନ ତଥା ସୋମବାର ପାଟିନସନଙ୍କ ଥ୍ରୋରେ ବ୍ୟାଟର ହୁଗ୍ସ ଆହତ ହୋଇଛନ୍ତି। ଦ୍ୱିତୀୟ ଇନିଂସରେ ୬୪ ରନ୍‌ର ଅପରାଜିତ ପାଳି ଖେଳିଥିବା ହୁଗ୍ସ ପାଟିନସନଙ୍କ ବଲରେ ଏକ ଡିଫେନ୍ସିଭ ଶଟ୍‌ ଖେଳିଥିଲେ। ଫଲୋ ଥ୍ରୁରେ ବଲ ଧରି ପାଟିନସନ ଫୋପାଡ଼ିଥିଲେ। ବଲ ସିଧା ହୁଗ୍ସଙ୍କ ପାଦରେ ବାଜିଥିଲା। ତୁରନ୍ତ ପାଟିନସନ କ୍ଷମା ମାଗିଥିଲେ। କିନ୍ତୁ ଯନ୍ତ୍ରଣାରେ ଛଟପଟ ହେଉଥିବା ହୁଗ୍ସ ପଡ଼ିଯାଇଥିଲେ ପଡ଼ିଆରେ। ଏହି ଘଟଣା ପୂର୍ବରୁ ମ୍ୟାଚ୍‌ରେ ଦୁଇ ଖେଳାଳି ବହୁବାର ମୁହଁାମୁହିଁ ହୋଇଥିଲେ। ଏପରି କି ଟି ବ୍ରେକ୍‌ ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଶେଷ ଥର ୨୦୨୦ରେ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପାଟିନସନ ଅନ୍ତର୍ଜାତୀୟ କ୍ରିକେଟରେ ୨୧ ଟେଷ୍ଟ ଓ ୧୫ ଦିନିକିଆ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri