ୟୁକ୍ରେନ୍‌କୁ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୩୧।୧: ଗତ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ କ୍ରମାଗତ ଭାବରେ ପାଶ୍ଚାତ୍ୟ ଦେଶମାନଙ୍କୁ ରୁଷିଆର ସୈନ୍ୟ ପ୍ରତିରୋଧ ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର, ବିମାନ ଏବଂ ଟ୍ୟାଙ୍କ ପଠାଇବାକୁ ଅନୁରୋଧ କରୁଛି। ଏହି ସମୟରେ ୟୁକ୍ରେନ ଆମେରିକାରୁ ଏକ ବଡ ଝଟକା ପାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭୋଲୋଡିମିର ଜେଲେନସ୍କିଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଫେରାଇ ନେଇଛନ୍ତି। ବାଇଡେନ ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପଠାଇବାକୁ ମନା କରି ଦେଇଛନ୍ତି।
୨୪ ଫେବୃଆରୀ ୨୦୨୨ରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କ୍ରମାଗତ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଉଭୟ ପକ୍ଷର ସୈନିକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ୟୁକ୍ରେନର ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେରିକା ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପଠାଇବ ନାହିଁ। ସେ ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପଠାଇବେ କି ନାହିଁ ଏକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବାଇଡେନ କହିଛନ୍ତି, ‘ନା’।
ରୁଷିଆ ବିରୋଧ ଯୁଦ୍ଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଯୁଦ୍ଧ ବିମାନ ଦାବି କରିଥିଲେ, କିନ୍ତୁ ବାଇଡେନ ଏଫ୍‌-୧୬ ଯୁଦ୍ଧ ବିମାନ ଦେବାକୁ ମନା କରି ଦେଇଛନ୍ତି। ନିକଟ ଅତୀତରେ ଆମେରିକା ବନ୍ଧୁକ ଏବଂ ଟ୍ୟାଙ୍କ ଆକାରରେ ୟୁକ୍ରେନକୁ ସାମରିକ ସହାୟତା ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ

କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର...

ପାକିସ୍ତାନରେ ଥମୁନି ଅତ୍ୟାଚାର: ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଧର୍ମପରିବର୍ତ୍ତନ…

ଇସଲାମାବାଦ,୧୬।୩ : ହିନ୍ଦୁ ଯୁବତୀମାନଙ୍କୁ ଅପହରଣ ଏବଂ ବାଧ୍ୟତାମୂଳକ ଧର୍ମପରିବର୍ତ୍ତନ ପ୍ରକ୍ରିୟା ପାକିସ୍ତାନରେ ଥମୁନି। ସମ୍ପ୍ରତି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ...

ୟୁକ୍ରେନ୍‌କୁ ୨୭.୫ ବିଲିୟନ୍‌ ଡଲାର ସାମରିକ ସହାୟତା ଦେଲାଣି ଆମେରିକା

ଓ୍ବାଶିଂଟନ୍‌,୨୧।୧: ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ପ୍ରଥମ ଆକ୍ରମଣ କରିଥିଲା। ଏହି ଯୁଦ୍ଧକୁ ଶୁକ୍ରବାର ୩୩୧ ଦିନ ପୂରିଥିବାବେଳେ ଆମେରିକା ଆଉ ୨.୫...

୨୦୨୩ରେ ଚାଇନାରେ କରୋନା ବିସ୍ଫୋରଣ ଆଶଙ୍କା, ୧୦ ଲକ୍ଷରୁ ଅଧିକ ଲୋକଙ୍କର ହୋଇପାରେ ମୃତ୍ୟୁ…

ସିକାଗୋ,୧୭।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଆମେରିକାର ସିକାଗୋସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ ହେଲଥ...

କରୋନା ଟିକାର କୌଣସି ଗ୍ୟାରେଣ୍ଟି ନାହିଁ: ଡବ୍ଲୁଏଚ୍‌ଓ ମୁଖ୍ୟ

ଓ୍ବାଶିଂଟନ୍‌,୨୩।୯: କରୋନା ମହାମାରୀକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହା କାମ କରିବ କିମ୍ବା ନ କରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ...

ଜେଲ୍‌ରୁ ମୁକୁଳିବା ପାଇଁ ୨ ମିତ୍ର ରାଷ୍ଟ୍ରର ସହଯୋଗ ଲୋଡୁଛନ୍ତି ଶରିଫ: ଇମ୍ରାନ

ଇସ୍‌ଲାମାବାଦ୍‌,୨।୭: ଜେଲ୍‌ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମୁକୁଳିବା ପାଇଁ ୨ମିତ୍ର ରାଷ୍ଟ୍ରର ସହଯୋଗ ଲୋଡିଥିବା ନେଇ କହିଛନ୍ତି ପାକିସ୍ତାନର ବର୍ତ୍ତମାନ...

ଚାଇନାରେ କରୋନା ତାଣ୍ଡବ, ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦…

ବେଜିଂ,୩୧।୧୨ : କରୋନା ଏନ୍ତୁଡ଼ିଶାଳ ଚାଇନାରେ କରୋନା ତାଣ୍ଡବ ରଚିଛି। ଏଠାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦ ଛୁଇଁଛି। ସେହିପରି...

ଥମୁନି ଆମାଜନ ଜଙ୍ଗଲର ନିଆଁ, ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ ଜାରି

ହୁମାଇଟା,୨୫।୮: ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ଦୁଇ ସପ୍ତାହ ହେଲା ଜଳୁଛି। ଏହି ନିଆଁ ଲିଭିବାର ନାଁ ଧରୁନି। ବ୍ରାଜିଲ୍‌ ଏବଂ...

Advertisement
Archives

Model This Week