ସାମୁଦ୍ରିକ ମାଛ ନେବାକୁ ଆମେରିକା ଅରାଜି

ପାରାଦୀପ,୨୧ା୬(ଶରତ ରାଉତ): ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟରେ ପ୍ରମୁଖ ରୋଜଗାରର ଉତ୍ସ ହେଉଛି ସାମୁଦ୍ରିକ ମାଛ। ସମୁଦ୍ରରୁ ମାଛ ଧରି ବିଦେଶକୁ ରପ୍ତାନି କରି ମତ୍ସ୍ୟଜୀବୀମାନେ ପ୍ରତିପୋଷଣ ହୋଇଥାନ୍ତି। ସାମୁଦ୍ରିକ ମାଛର ବଡ଼ ବଜାର ହେଲା ଆମେରିକା। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ କେବଳ ଆମେରିକା ୨,୫୪୯.୧୫ ମିଲିୟନ ଡଲାର ମୂଲ୍ୟର ସାମୁଦ୍ରିକ ମାଛ ଆମଦାନୀ କରିଥିଲା ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଏମ୍‌ପିଇଡିଏ (ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ) ପକ୍ଷରୁ କୁହାଯାଇଛି। ସେହି ଏମ୍‌ପିଇଡିଏ ଏବେ ଦେଶର ସମସ୍ତ ମାଛଧରା ବନ୍ଦର ମଧ୍ୟରେ ଥିବା ପ୍ରଚଳିତ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛି। ଯଥା ମାଛ ଉତ୍ପାଦନ ସମୟରୁ ରପ୍ତାନି ହେବା ପର୍ଯ୍ୟନ୍ତ ଯେଉଁଭଳି ପ୍ରକ୍ରିୟାକରଣ ଓ ପରିବହନ କରାଯାଉଛି ତାକୁ ପରିବର୍ତ୍ତନ କରିବା ପାଇଁ। ବୁଧବାର ଜଗତ୍‌ସିଂହପୁର ଜିଲା ପାରାଦୀପ ମାଛଧରା ବନ୍ଦର ପରିସରରେ ଏମ୍‌ପିଇଡିଏ ପକ୍ଷରୁ ଆୟୋଜିତ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ଏମ୍‌ପିଇଡିଏ ଡେପୁଟି ଡାଇରେକ୍ଟର ଅର୍ଚିମାନ ଲାହିରୀଙ୍କ ସୂଚନା ଅନୁସାରେ, ଆମେରିକା ମାଛର ମାନ ଉପରେ ଏବେ ପ୍ରଶ୍ନ କରିଛି। ଏହାକୁ ଆସନ୍ତା ୨୦୨୫ ମାର୍ଚ୍ଚ ମଧ୍ୟରେ ସୁଧାରିବା ପାଇଁ ସମୟ ଦେଇଛି। ଯଦି ବର୍ତ୍ତମାନ ଭଳି ବ୍ୟବସ୍ଥାରେ ମାଛ ରପ୍ତାନି ଜାରି ରହିବ, ତା’ହେଲେ ସେମାନେ ସମ୍ପୂର୍ଣ୍ଣ ବ୍ୟାନ କରିବେ ବୋଲି କହିଛନ୍ତି। ସେଥିପାଇଁ ପ୍ରକ୍ରିୟାକରଣ ଓ ପରିବହନ ମଧ୍ୟରେ ଯେଉଁ ସମୟ ରହୁଛି ତାକୁ ହ୍ରାସ କରିବାକୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ(ଓମ୍ଫା)କୁ ପରାମର୍ଶ ଦେଇଛନ୍ତି।
ପ୍ରକ୍ରିୟାକରଣ, ପରିବହନ ବ୍ୟବସ୍ଥା ଏବେ କିପରି ଚାଲିଛି ସମୁଦ୍ରରେ ଗୋଟିଏ ବୋଟ୍‌ ମାଛ ଧରିବା ପାଇଁ ଯାଇ ଫେରିବା ବେଳକୁ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଥାଏ। ପ୍ରତିଦିନ ଧରାହେଉଥିବା ମାଛକୁ ଶୀତଳୀକୃତ ଭଣ୍ଡାର ମଧ୍ୟରେ ରଖାଯାଇଥାଏ। ଶୀତଳୀକୃତ କରିବା ପାଇଁ ଏକ କେଜି ମାଛ ପାଇଁ ୧୨୦୦ ଗ୍ରାମ ବରଫ ଦରକାର ପଡିଥାଏ। କିନ୍ତୁ ଏବେ ମତ୍ସ୍ୟଜୀବୀମାନେ ଏକ କେଜି ମାଛ ପାଇଁ ମାତ୍ର ୭୦୦ ରୁ ୮୦୦ ଗ୍ରାମ ବରଫ ଦେଉଛନ୍ତି। ବୋଟ୍‌ ବର୍ଥରେ ଲାଗିବା ପରେ ମାଛ ବରଫ ଭଣ୍ଡାର ମଧ୍ୟରୁ ଖାଲି କରାଯାଏ। ସେହି ମାଛକୁ ଅକ୍ସନହଲ୍‌ ମଧ୍ୟରେ ଗଦେଇ ପୃଥକୀକରଣ କରାଯାଇଥାଏ। ଭିନ୍ନ ଭିନ୍ନ ମାଛକୁ ଅଲଗା କରିବା ପରେ ନିଲାମ ହୋଇଥାଏ। ନିଲାମରେ ମାଛ କିଣିଥିବା ରପ୍ତାନିକାରୀ ସଂସ୍ଥାର ଏଜେଣ୍ଟମାନେ ଗାଡ଼ି ପାଇଁ ଆବଶ୍ୟକ ମାଛ କିଣିବା ପରେ ଯାଇ ଗାଡ଼ିରେ ବୋଝେଇ ହୁଏ। ପ୍ରାୟତଃ ପ୍ରକ୍ରିୟାକରଣ କାରଖାନା ଭୁବନେଶ୍ୱରଠାରେ ଅଛି। ସେଠାରେ ପହଞ୍ଚତ୍ବା ପରେ ଚିଙ୍ଗୁଡ଼ି ମୁଣ୍ଡ ଖୋଳପା ବାହାର କରି ଶୀତଳୀକୃତ ଭଣ୍ଡାର ମଧ୍ୟରେ ସ୍ଲାବ୍‌ କରାଯାଉଛି। ଏହି ସବୁ ପ୍ରକ୍ରିୟା ପ୍ରାୟତଃ ୮ ରୁ ୧୪ ଘଣ୍ଟା ଲାଗିଥାଏ ବୋଲି ମାନସ ପଢ଼ିହାରୀ ନାମକ ଏଜେଣ୍ଟ କହିଛନ୍ତି। ଏପରି ହେବା ଫଳରେ ମାଛର ମାନ ହ୍ରାସ ପାଇଥାଏ। ଆମେରିକାରେ ଖାଦ୍ୟ ନିରୀକ୍ଷଣ ସଂସ୍ଥା ଯାଞ୍ଚ କଲେ ସେମାନେ ରିଜେକ୍ଟ କରିଦେଉଛନ୍ତି। ଏହି ପ୍ରକ୍ରିୟାକରଣ ଓ ପରିବହନ ସମୟକୁ ହ୍ରାସ କରିବା ପାଇଁ ମାଛଧରା ବନ୍ଦର ମଧ୍ୟରେ ପ୍ରୋସେସିଂ ପ୍ଲାଣ୍ଟ କରିବା ପାଇଁ ଲାହିରୀ ପରାମର୍ଶ ଦେଇଥିଲେ। ମାଛର ମାନ ଭଲ ରହିଲେ ତା’ର ମୂଲ୍ୟ ମଧ୍ୟ ଅଧିକ ରହିବ ବୋଲି ସେ କହିଥିଲେ। ଏଭଳି ପ୍ରୋସେସିଂ ପ୍ଲାଣ୍ଟ କରିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଉଦ୍ୟମ କରିବା ଜରୁରୀ ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ଦାବି କରିଥିଲେ। ସୂଚନାଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରୁ ସାମୁଦ୍ରିକ ମାଛ ସମୁଦାୟ ୧୭,୮୧,୬୦୨ ମେଟ୍ରିକ ଟନ୍‌ ରପ୍ତାନି ହୋଇଛି; ଯାହାର ବୈଦେଶିକ ମୂଲ୍ୟ ୬୦,୫୨୩,୮୯ କୋଟି ଟଙ୍କା (୭.୩୮ ବିଲିୟନ ଡଲାର) ବୋଲି ସରକାରୀ ଭାବେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?