କାହିଁକି ହାରିଲା ବିଜେଡି: ଖୋଲାଖୋଲି କହିଦେଲେ ବବି ଦାସଙ୍କ ଭାଇ

ରସୁଲପୁର,୨୧ା୬(ରଞ୍ଜିତ ରାଉତ):ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ୯ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟ, ବିଜେଡିର ଛାମୁଆ କର୍ମୀଙ୍କୁ ନେଇ ଗୁରୁବାର କୁଆଖିଆ ଏସ୍‌କେ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନରେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ପରାଜୟ ବରଣ କରିଛନ୍ତି। ନିର୍ବାଚନ ଫଳ ପ୍ରକାଶର ୧୫ଦିନ ପରେ ଦଳ ପକ୍ଷରୁ ପ୍ରଥମଥର ପାଇଁ ବୈଠକ କରାଯାଇଛି। ପରାଜୟର କାରଣ ପାଇଁ ଦଳୀୟ ଗୋଷ୍ଠୀ କନ୍ଦଳକୁ ଦାୟୀ କରାଯାଇଛି। ଆଗକୁ ଭାଜପାର ସାଂଗଠନିକ ସ୍ଥିତିକୁ କିପରି ବଳ ନ ମିଳିବ, ସେଥିପ୍ରତି ଦଳର ପ୍ରତିଟି କର୍ମୀ ଧ୍ୟାନ ଦେବାକୁ ଆହ୍ବାନ ଦିଆଯାଇଛି।
ଉକ୍ତ ୯ ପଞ୍ଚାୟତରେ ସମସ୍ୟା, ସାଂଗଠନିକ ସ୍ଥିତି ସଜାଡ଼ିବା, ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା, ଆସନ୍ତା ଦିନରେ ସମସ୍ତ ନିର୍ବାଚନକୁ ସଫଳତାର ସହ ସମ୍ମୁଖୀନ ହେବା ପାଇଁ ଯାହାସବୁ ପଦକ୍ଷେପ ଆବଶ୍ୟକ ତାର ଦାୟିତ୍ୱ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନେବେ ବୋଲି ବୈଠକରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଣବଙ୍କ ସାନଭାଇ ଭବପ୍ରକାଶ ଦାସ ଏକଥା ପ୍ରକାଶ କରିଛନ୍ତି। ସେହିପରି ଆଗାମୀ ଦିନରେ ପଞ୍ଚାୟତୱାରୀ ରହିଆସୁଥିବା ସମସ୍ୟାକୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ। କୁଆଖିଆ ବଜାରରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ସହ ପ୍ରତ୍ୟେକ ସପ୍ତାହରେ ବିଭିନ୍ନ ପଞ୍ଚାୟତର ସମସ୍ୟାକୁ ନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ବ୍ଲକ, ତହସିଲ, ଥାନା ଆଦି କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟାକୁ କିଭଳି ସୂଚାରୁରୂପେ ନିର୍ବାହ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଦାସ ପ୍ରକାଶ କରିଛନ୍ତି। ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ବିଜେଡି ସମର୍ଥତ୍ତ ହୋଇଥିବାରୁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ବୈଠକରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ ରାଉତ ନିବେଦନ କରିଛନ୍ତି। ବୈଠକରେ ଯାଜପୁର ଜିଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି, ବିଜେଡି ନେତା ଆଲେକଜାଣ୍ଡର ଦାସ, ରସୁଲପୁର ବ୍ଲକ ଯୁବ ବିଜେଡି ସଭାପତି ମନୋଜ ରାଉତ, ଛାତ୍ର ବିଜେଡି ସଭାପତି ଚନ୍ଦ୍ରଶେଖର ସାମଲ, ପୂର୍ବତନ ସରପଞ୍ଚ ଅଶ୍ୱିନୀ ଦାସ ଓ ପରମାନନ୍ଦ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁବନେତା ପ୍ରଶାନ୍ତ ପଣ୍ଡା ବୈଠକ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?