ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ କହିଛି। ଇସ୍ରାଏଲ୍‌କୁ ମାଡ଼ କରିବା ପୂର୍ବରୁ ହୁଟି ନିୟନ୍ତ୍ରିତ ୟେମେନ୍‌ ଅଞ୍ଚଳରେ ଥିବା ଇରାନର ଗୋଟିଏ ବାଲିଷ୍ଟିକ୍‌ ମିଶାଇଲ ସହ ଲଞ୍ଚର ଭେହିକିଲ୍‌, ୭ଟି ୟୁଏଭିକୁ ନଷ୍ଟ କରାଯାଇଥିଲା ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି। ଏପ୍ରିଲ ୧ରେ ସିରିଆସ୍ଥିତ ଇରାନ ଦୂତାବାସ ଉପରେ ଇସ୍ରାଏଲ୍‌ ସେନାର ଏୟାରଷ୍ଟ୍ରାଇକ୍‌ ଯୋଗୁ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି)ର ୫ ସଦସ୍ୟ ଓ ୨ ବରିଷ୍ଠ ଜେନେରାଲଙ୍କ ସମେତ ୧୬ ଜଣ ନିହତ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ୍‌ ଉପରେ ଜୋର୍‌ଦାର ଆକ୍ରମଣ କରିଥିଲା। ତେହରାନ୍‌ ପକ୍ଷରୁ ୩୦୦ରୁ ଅଧିକ ମିଶାଇଲ ଓ ଡ୍ରୋନ୍‌ ମାଡ଼ କରାଯାଇଥିବାବେଳେ ଇସ୍ରାଏଲ୍‌ ଏହାର ଉପଯୁକ୍ତ ମୁକାବିଲା କରିଥିଲା। ପ୍ରାୟ ୯୯ ପ୍ରତିଶତ ମିଶାଇଲ୍‌ ଓ ଡ୍ରୋନ୍‌କୁ ଇସ୍ରାଏଲ୍‌, ଆମେରିକା ଓ ମିତ୍ରଶକ୍ତି ସେନା ଖସାଇ ଦେଇଥିଲେ। ଇରାନ ଇସ୍ରାଏଲକୁ ଟାର୍ଗେଟ କରି ୧୭୦ ଡ୍ରୋନ୍‌, ୧୨୦ ବାଲିଷ୍ଟିକ୍‌ ମିଶାଇଲ ଏବଂ ୩୦ କ୍ରୁଜ୍‌ ମିଶାଇଲ୍‌ ନିକ୍ଷେପ କରିଥିଲା। ସମସ୍ତ ଡ୍ରୋନ୍‌ ଓ କ୍ରୁଜ୍‌ ମିଶାଇଲ୍‌କୁ ସଫଳତାର ସହ ପ୍ରତିହତ କରାଯାଇଥିବାବେଳେ ବାଲିଷ୍ଟିକ୍‌ ମିଶାଇଲ୍‌ର ପ୍ରାୟ ୫୦ ପ୍ରତିଶତ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଫଳ ହୋଇଥିଲା ବା ଏହାକୁ ଖସାଇ ଦିଆଯାଇଥିଲା। ଇସ୍ରାଏଲ୍‌ ବିରୋଧରେ ଇରାନର ପ୍ରତ୍ୟକ୍ଷ ତଥା ଅଭୂତପୂର୍ବ ଆକ୍ରମଣକୁ ଜି-୭ ନେତାମାନେ ମିଳିତ ଭାବେ ନିନ୍ଦା କରିଛନ୍ତି। ଏହା ଅନିୟନ୍ତ୍ରିତ ଆଞ୍ଚଳିକ ଉତ୍ତେଜନା ସୃଷ୍ଟି କରିବ ବୋଲି ସେମାନେ ସତର୍କ କରାଇଛନ୍ତି। ଇରାନ ଆକ୍ରମଣ କରି ଜାତିସଂଘ ଘୋଷଣାପତ୍ର ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଥିବା ଇସ୍ରାଏଲ୍‌ ଅଭିଯୋଗ କରିଛି। ଏହା ଆଞ୍ଚଳିକ ଅସ୍ଥିରତା ବଢ଼ାଉଥିବା ଇସ୍ରାଏଲ୍‌ କହିଛି। ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ପାଇଁ ଇରାନକୁ ମିଳିତ ଭାବେ ନିନ୍ଦା କରି ଜାତିସଂଘ ନିରାପତ୍ତା ପରିଷଦରେ ପ୍ରସ୍ତାବ ଗୃହୀତ କରାଇବାକୁ ଇସ୍ରାଏଲ୍‌ ଆହ୍ବାନ ଦେଇଛି। ଏଥିସହିତ ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରୀ ଗାର୍ଡ କର୍‌ (ଆଇଆର୍‌ଜିସି)କୁ ତୁରନ୍ତ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବାକୁ ଜେରୁଜେଲମ୍‌ ଦାବି କରିଛି। ଅନ୍ୟପକ୍ଷରେ ଜାତିସଂଘ ଘୋଷଣାପତ୍ରର ଅନୁଚ୍ଛେଦ ୫୧ ଅନୁଯାୟୀ ଆତ୍ମରକ୍ଷା ଅଧିକାର ସ୍ବରୂପ କାର୍ଯ୍ୟାନୁଷ୍ଠାନ ନେଇଥିବା ଇରାନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଏହି କାମ କରିବାକୁ ଶପଥ ନେଲେ କମଲା ହାରିସ

ଓ୍ବାଶିଂଟନ,୨୬।୭: ହମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରେ ପହଞ୍ଚିଛନ୍ତି। ସେ ଏଠାରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା...

ପୁଅ ପାଇଁ କନ୍ୟା ଦେଖିବାକୁ ଯାଇଥିଲେ ବାପା: ଘରକୁ ଆସି ଦେଖିଲାବେଳକୁ ପାଦ ତଳୁ ଖସିଗଲା ମାଟି

ଢାକା,୨୫।୭: ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାତ୍ମକ ପ୍ରତିବାଦରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କିଛି ଲୋକ ଅଛନ୍ତି, ଯାହାଙ୍କ ମୃତଦେହକୁ ଚିହ୍ନିବା କଷ୍ଟକର।...

ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ...

ମାଳଦ୍ୱୀପକୁ ବଡ଼ ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୨୫।୭: ୨୦୨୪ ବଜେଟରେ ମାଳଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି। ଏହା ପରେ ମୁଇଜୁଙ୍କ ଦେଶ ଭାରତରୁ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri