ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ କହିଛି। ଇସ୍ରାଏଲ୍‌କୁ ମାଡ଼ କରିବା ପୂର୍ବରୁ ହୁଟି ନିୟନ୍ତ୍ରିତ ୟେମେନ୍‌ ଅଞ୍ଚଳରେ ଥିବା ଇରାନର ଗୋଟିଏ ବାଲିଷ୍ଟିକ୍‌ ମିଶାଇଲ ସହ ଲଞ୍ଚର ଭେହିକିଲ୍‌, ୭ଟି ୟୁଏଭିକୁ ନଷ୍ଟ କରାଯାଇଥିଲା ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି। ଏପ୍ରିଲ ୧ରେ ସିରିଆସ୍ଥିତ ଇରାନ ଦୂତାବାସ ଉପରେ ଇସ୍ରାଏଲ୍‌ ସେନାର ଏୟାରଷ୍ଟ୍ରାଇକ୍‌ ଯୋଗୁ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି)ର ୫ ସଦସ୍ୟ ଓ ୨ ବରିଷ୍ଠ ଜେନେରାଲଙ୍କ ସମେତ ୧୬ ଜଣ ନିହତ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ୍‌ ଉପରେ ଜୋର୍‌ଦାର ଆକ୍ରମଣ କରିଥିଲା। ତେହରାନ୍‌ ପକ୍ଷରୁ ୩୦୦ରୁ ଅଧିକ ମିଶାଇଲ ଓ ଡ୍ରୋନ୍‌ ମାଡ଼ କରାଯାଇଥିବାବେଳେ ଇସ୍ରାଏଲ୍‌ ଏହାର ଉପଯୁକ୍ତ ମୁକାବିଲା କରିଥିଲା। ପ୍ରାୟ ୯୯ ପ୍ରତିଶତ ମିଶାଇଲ୍‌ ଓ ଡ୍ରୋନ୍‌କୁ ଇସ୍ରାଏଲ୍‌, ଆମେରିକା ଓ ମିତ୍ରଶକ୍ତି ସେନା ଖସାଇ ଦେଇଥିଲେ। ଇରାନ ଇସ୍ରାଏଲକୁ ଟାର୍ଗେଟ କରି ୧୭୦ ଡ୍ରୋନ୍‌, ୧୨୦ ବାଲିଷ୍ଟିକ୍‌ ମିଶାଇଲ ଏବଂ ୩୦ କ୍ରୁଜ୍‌ ମିଶାଇଲ୍‌ ନିକ୍ଷେପ କରିଥିଲା। ସମସ୍ତ ଡ୍ରୋନ୍‌ ଓ କ୍ରୁଜ୍‌ ମିଶାଇଲ୍‌କୁ ସଫଳତାର ସହ ପ୍ରତିହତ କରାଯାଇଥିବାବେଳେ ବାଲିଷ୍ଟିକ୍‌ ମିଶାଇଲ୍‌ର ପ୍ରାୟ ୫୦ ପ୍ରତିଶତ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଫଳ ହୋଇଥିଲା ବା ଏହାକୁ ଖସାଇ ଦିଆଯାଇଥିଲା। ଇସ୍ରାଏଲ୍‌ ବିରୋଧରେ ଇରାନର ପ୍ରତ୍ୟକ୍ଷ ତଥା ଅଭୂତପୂର୍ବ ଆକ୍ରମଣକୁ ଜି-୭ ନେତାମାନେ ମିଳିତ ଭାବେ ନିନ୍ଦା କରିଛନ୍ତି। ଏହା ଅନିୟନ୍ତ୍ରିତ ଆଞ୍ଚଳିକ ଉତ୍ତେଜନା ସୃଷ୍ଟି କରିବ ବୋଲି ସେମାନେ ସତର୍କ କରାଇଛନ୍ତି। ଇରାନ ଆକ୍ରମଣ କରି ଜାତିସଂଘ ଘୋଷଣାପତ୍ର ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଥିବା ଇସ୍ରାଏଲ୍‌ ଅଭିଯୋଗ କରିଛି। ଏହା ଆଞ୍ଚଳିକ ଅସ୍ଥିରତା ବଢ଼ାଉଥିବା ଇସ୍ରାଏଲ୍‌ କହିଛି। ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ପାଇଁ ଇରାନକୁ ମିଳିତ ଭାବେ ନିନ୍ଦା କରି ଜାତିସଂଘ ନିରାପତ୍ତା ପରିଷଦରେ ପ୍ରସ୍ତାବ ଗୃହୀତ କରାଇବାକୁ ଇସ୍ରାଏଲ୍‌ ଆହ୍ବାନ ଦେଇଛି। ଏଥିସହିତ ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରୀ ଗାର୍ଡ କର୍‌ (ଆଇଆର୍‌ଜିସି)କୁ ତୁରନ୍ତ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବାକୁ ଜେରୁଜେଲମ୍‌ ଦାବି କରିଛି। ଅନ୍ୟପକ୍ଷରେ ଜାତିସଂଘ ଘୋଷଣାପତ୍ରର ଅନୁଚ୍ଛେଦ ୫୧ ଅନୁଯାୟୀ ଆତ୍ମରକ୍ଷା ଅଧିକାର ସ୍ବରୂପ କାର୍ଯ୍ୟାନୁଷ୍ଠାନ ନେଇଥିବା ଇରାନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିମାଡ଼ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୭।୮: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…

ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍‌ ଗଲେ ବାପ-ପୁଅ

ଜୟପାଟଣା,୨୭ା୭(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ବଡ଼ ସଫଳତା ପାଇଛି।…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ଗାଦିଚ୍ୟୁତ ହେବେ ଭାଜପା ସରକାର! CJP ପରେ ମୁଣ୍ଡ ଟେକିଲାଣି RHA; ୩୫ ଲକ୍ଷ ଫଲୋୟର୍ସ, E20 ଜନତା ପାର୍ଟି ବି ଦେଲାଣି ଟେନସନ

ନୂଆଦିଲ୍ଲୀ,୨୭।୭: ‘କକ୍ରୋଚ ଜନତା ପାର୍ଟି’ (CJP) ସୋସିଆଲ ମିଡିଆ – ବିଶେଷକରି ଇନଷ୍ଟାଗ୍ରାମ – ମାଧ୍ୟମରେ ଏତେ ବଡ଼ ପ୍ରତିବାଦ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri