ଆମେରିକାର ୧୩ ରାଜ୍ୟର ୮୫ ଅଞ୍ଚଳରେ ନିଆଁ

ୱାଶିଂଟନ,୨୬ ।୭: ଆମେରିକାରେ ଗୋଟିଏ ପରେ ଗୋଟିଏ ବିପଦ ଲୋକଙ୍କ ସାଧାରଣ ଜୀବନକୁ ବେଶ୍ ପ୍ରଭାବିତ କରିଛି । କରୋନା ମହାମାରୀ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କିଛି ଅଞ୍ଚଳରେ ମରୁଡି ଭଳି ପରିସ୍ଥିତି ଉପୁଜିବା ପରେ ଏବେ ପ୍ରାୟ ୧୩ଟି ରାଜ୍ୟର ୮୫ ଅଞ୍ଚଳରେ ନିଆଁ ଲାଗି ପାଖାପାଖି ୧୪ ଲକ୍ଷ ଏକର ଜମି କ୍ଷତିଗ୍ରସ୍ତ ହୋଇଛି । ଆମେରିକା ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଓରେଗନ ରାଜ୍ୟରେ ନିଆଁ ଭୟଙ୍କର ରୂପ ନେଇଛି । ଏହା ବେଳକୁ ବେଳ ଜନବସତି ଆଡକୁ ମାଡି ଯାଇଛି । ଗତ ପ୍ରାୟ ୩ ଦିନ ମଧ୍ୟରେ ପାଖାପାଖି ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାସ୍ତର କରାଯାଇଛି । ଦୁଇ ହଜାରରୁ ଅଧିକ ଫାୟାର ଫାଇଟର୍ସ ନିଆଁ ଲିଭାଇବା କାମରେ ଲାଗିଛନ୍ତି । ଇତିହାସରେ ଏହା ସବୁଠାରୁ ଭୟଙ୍କର ନିଆଁ ବୋଲି କୁହାଯାଉଛି । ନ୍ୟାଶନାଲ ଏମରଜେନ୍ସି ଫାୟାର ସେଣ୍ଟରର ସୂଚନା ଅନୁଯାୟୀ ଚଳିତ ବର୍ଷ ମୁଖ୍ୟତଃ ପଶ୍ଚିମ ରାଜ୍ୟରେ ନିଆଁ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଆକ୍ରମଣ ହେବ ସ୍ଥିର କରିଥିଲେ ରୁଷିଆ-ଚାଇନା, ଆମେରିକାର ଅଭିଯୋଗ…

ଓ୍ବାଶିଂଟନ/ମସ୍କୋ/ବେଜିଂ,୩।୩ : ୟୁକ୍ରେନ୍‌ ଉପରେ କେବେ ଆକ୍ରମଣ କରାଯିବ ତାହା ଚାଇନା ଏବଂ ରୁଷିଆ ପୂର୍ବରୁ ସ୍ଥିର କରିଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ଚାଇନାରେ...

ନେପାଳରେ ତେଜିଲା ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.):ଭାରତ-ନେପାଳ ମଧ୍ୟରେ ନିକଟ ଅତୀତରେ ଦେଖାଦେଇଥିବା ବିବାଦ ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଥିଲା। ଏହାକୁ ସୁଧାରିବା ଲାଗି ଦୁଇଦେଶ ଉଦ୍ୟମ ଆରମ୍ଭ କରୁଥିବାବେଳେ...

ରୁଷିଆ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କିଏ ଜିତିବ, ପ୍ରଧାନମନ୍ତ୍ରୀ ମୋଦି କଲେ ଖୁଲାସା

ବର୍ଲିନ,୩।୫: ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଲିନରେ ଜର୍ମାନୀର ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି...

କଫି କପ୍‌ରେ ପରିସ୍ରା କଲେ ଏମ୍‌ପି, ଅନ୍‌ଲାଇନ୍‌ ମିଟିଂରେ ପଡ଼ିଲେ ଧରା

ଟରୋଣ୍ଟୋ,୩୦ା୫: କାନାଡାରେ ଏକ ହାଇଲେବଲ ମିଟିଂ ଚାଲୁଥିବା ସମୟରେ ଏମିତି ଘଟଣା ଘଟିଲା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏକ ରିପୋର୍ଟ ଅନୁଯାୟୀ, ଏମ୍‌ପି ଅନ୍‌ଲାଇନ୍‌...

ପାଞ୍ଚ ଲକ୍ଷ ଭାରତୀୟଙ୍କୁ ବାଇଡେନ ଦେବେ ଆମେରିକା ନାଗରିକତା!

ୱାଶିଂଟନ,୮ ।୧୧: ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିବା ପରେ ସେ କହିଛନ୍ତି ମୁଁ ବାଣ୍ଟିବା ବା ଭାଙ୍ଗିବା ବାଲା ରାଷ୍ଟ୍ରପତି...

ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା

ଲଣ୍ଡନ,୨୦।୪: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ...

ରାଣୀ ଏଲିଜାବେଥ୍‌ଙ୍କୁ ୯୩

ଲଣ୍ଡନ,୨୨ା୪: ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ରବିବାର ୯୩ ବର୍ଷରେ ପଦାର୍ପଣ କରିଛନ୍ତି। ପଶ୍ଚିମ ଲଣ୍ଡନର ସେଣ୍ଟ୍‌ ଜର୍ଜ ଚାପେଲରେ ରାଜ ପରିବାର ସଦସ୍ୟମାନଙ୍କ ଗହଣରେ...

ନଭେମ୍ବର ୧୧ରେ ସୂର୍ଯ୍ୟରେ ଦେଖା ଯିବ କଳାଜାଇ

ଓ୍ବାଶିଂଟନ୍‌,୫।୧୧: ନଭେମ୍ବର ୧୧ରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ।...

Advertisement
Archives

Model This Week