‘ଲକ୍ଷ୍ୟ’ ଦୌଡ଼ରେ ଜିଲା ମୁଖ୍ୟ ଚିକିତ୍ସାଳୟ

ଜଗତ୍‌ସିଂହପୁର ଅଫିସ,୨୬।୭: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଗୁଣାବତ୍ତା ଉନ୍ନତି କାର୍ଯ୍ୟକ୍ରମ ଚାଲିଛି। ଏନେଇ ନ୍ୟାସନାଲ କ୍ବାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡସ୍‌ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପ୍ରସବ ଯନ୍ତ୍ରଣା ସମୟରେ ଉନ୍ନତ ସୁବିଧା, ସୁଯୋଗ ଓ ଯତ୍ନ ଯୋଗାଇଦେଉଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ‘ଲକ୍ଷ୍ୟ’ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି। ଏଥିପାଇଁ ମୁଖ୍ୟତଃ ପ୍ରସବ ସମୟରେ ଜଟିଳତା ହ୍ରାସ, ଲେବର ରୁମ୍‌ ଏବଂ ଓଟି (ଅପରେଶନ୍‌)ରେ ଥିବା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏହି ସାଟିର୍ଫିକେଟ୍‌ ଦୌଡରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ଏହି ଚିକିତ୍ସାଳୟ ସାଟିର୍ଫିକେଟ୍‌ ପାଇଁ ଯୋଗ୍ୟ କି ନୁହେଁ, ସେନେଇ ଜାତୀୟସ୍ତରରୁ ଡାକ୍ତର ମୃଣାଳିନୀ ମାନି ଏବଂ ଡା. ଜେ. ଏଲ୍‌. ମିନା ଭର୍ଚୁଆଲ ମାଧ୍ୟମରେ ଅନ୍ତିମ ମୂଲ୍ୟାୟନ କରିଛନ୍ତି। ମୂଲ୍ୟାୟନ ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟା ପଣ୍ଡା ଉଭୟଙ୍କୁ ସ୍ବାଗତ କରିବା ସହ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଭଲ ଭାବେ ହୋଇଛି ବୋଲି କହିଥିଲେ। ପରେ ଏଡିଏମ୍‌ଓ (ମେଡିକାଲ) ଡା. ଅଜୟ କୁମାର ସ୍ବାଇଁ ଗତବର୍ଷ ଏବଂ ଚଳିତବର୍ଷର ତଥ୍ୟ ଉପସ୍ଥାପନ କରିଥିଲେ। ବିଶେଷକରି ଜିଲାର ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଏବଂ ସଂକ୍ରମଣ ହାର ରାଜ୍ୟ ତୁଳନାରେ କମ୍‌ ଥିବା କହିଥିଲେ। ଏହାପରେ ଭର୍ଚୁଆଲ ମାଧ୍ୟମରେ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରବେଶ ଦ୍ୱାରରୁ ଚିକିତ୍ସାଳୟ ପରିସର, କାଜୁଆଲଟି ଏବଂ ସମସ୍ତ ଅଞ୍ଚଳ ଦେଖାଇ ଦିଆଯାଇଥିଲା। ତା’ପରେ ଓଟି ରୁମ୍‌ ଏବଂ ଲେବର ରୁମ୍‌ରେ ଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ଷ୍ଟାଫ ନର୍ସ, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର, ଝାଡୁଦାର, ଆଟେଣ୍ଡାଣ୍ଟ ଏବଂ ସୁରକ୍ଷା କର୍ମୀଙ୍କଠାରୁ ଉଭୟ ମୂଲ୍ୟାୟନକାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ପର୍କିତ ବିଭିନ୍ନ ବିଷୟରେ ବୁଝିଥିଲେ। ସମସ୍ତ କାଗଜପତ୍ର ଓ ପ୍ରାକ୍ଟିକାଲ (ଚଟାଣ ସଫା ଓ ହାତ ଧୁଆ), ସିଜରିଆନ୍‌ ସେକ୍ସନର ସମସ୍ତ ଯନ୍ତ୍ରପାତି, ଲେବର ଟେବୁଲ, ଓଟି ଟ୍ରଲି, ଔଷଧ ଓ ନୀତିନିୟମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ମୂଲ୍ୟାୟନକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଓଟି ଦାୟିତ୍ୱରେ ଥିବା ଡା. ହିମାଂଶୁ କର, ନିଶ୍ଚେତକ ଡାକ୍ତର ପ୍ରଜ୍ଞା ନନ୍ଦ, ଡା. ସ୍ବର୍ଣ୍ଣଲତା ଦେବୀ, ଡା. ଦୀପ୍ତିରଞ୍ଜନ ଭୂୟଁା ପ୍ରମୁଖ ଉପସ୍ଥିତ ଥିଲେ। ଲେବର ରୁମ୍‌ରେ ଡା. ରବୀନ୍ଦ୍ରନାଥ ପାଲ, ଡା. ପ୍ରମୋଦ କୁମାର ନାୟକ, ଷ୍ଟାଫ ନର୍ସ ଇନଚାର୍ଜ ଖୁଲଣା ବାରିକ ଓ ସୁଧାଂଶୁ ମାଳିନୀ ଦାଶ ପ୍ରମୁଖ ଅଂଶଗ୍ରହଣ କରି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏମାନଙ୍କ ବ୍ୟତୀତ ଡା. ବସନ୍ତ କୁମାର ବାରିକ, ଡିପିଏମ୍‌ ଚକ୍ରଧର ଜେନା ପ୍ରମୁଖ ଟେକ୍ନିକାଲ ସପୋର୍ଟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଆସିଷ୍ଟାଣ୍ଟ ମ୍ୟାନେଜର ସୁଜାତା ପ୍ରିୟମ୍ବଦା ଦାସ ଓ ଏଡିଏମ୍‌ଓ ପ୍ରମୋଦ କୁମାର ବାରିକଙ୍କ ସମେତ ଲେବର ରୁମ୍‌ ଏବଂ ଓଟିର ୪ର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳିଛି କଂଗ୍ରେସ।

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri