‘ଲକ୍ଷ୍ୟ’ ଦୌଡ଼ରେ ଜିଲା ମୁଖ୍ୟ ଚିକିତ୍ସାଳୟ

ଜଗତ୍‌ସିଂହପୁର ଅଫିସ,୨୬।୭: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଗୁଣାବତ୍ତା ଉନ୍ନତି କାର୍ଯ୍ୟକ୍ରମ ଚାଲିଛି। ଏନେଇ ନ୍ୟାସନାଲ କ୍ବାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡସ୍‌ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପ୍ରସବ ଯନ୍ତ୍ରଣା ସମୟରେ ଉନ୍ନତ ସୁବିଧା, ସୁଯୋଗ ଓ ଯତ୍ନ ଯୋଗାଇଦେଉଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ‘ଲକ୍ଷ୍ୟ’ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି। ଏଥିପାଇଁ ମୁଖ୍ୟତଃ ପ୍ରସବ ସମୟରେ ଜଟିଳତା ହ୍ରାସ, ଲେବର ରୁମ୍‌ ଏବଂ ଓଟି (ଅପରେଶନ୍‌)ରେ ଥିବା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏହି ସାଟିର୍ଫିକେଟ୍‌ ଦୌଡରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ଏହି ଚିକିତ୍ସାଳୟ ସାଟିର୍ଫିକେଟ୍‌ ପାଇଁ ଯୋଗ୍ୟ କି ନୁହେଁ, ସେନେଇ ଜାତୀୟସ୍ତରରୁ ଡାକ୍ତର ମୃଣାଳିନୀ ମାନି ଏବଂ ଡା. ଜେ. ଏଲ୍‌. ମିନା ଭର୍ଚୁଆଲ ମାଧ୍ୟମରେ ଅନ୍ତିମ ମୂଲ୍ୟାୟନ କରିଛନ୍ତି। ମୂଲ୍ୟାୟନ ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟା ପଣ୍ଡା ଉଭୟଙ୍କୁ ସ୍ବାଗତ କରିବା ସହ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଭଲ ଭାବେ ହୋଇଛି ବୋଲି କହିଥିଲେ। ପରେ ଏଡିଏମ୍‌ଓ (ମେଡିକାଲ) ଡା. ଅଜୟ କୁମାର ସ୍ବାଇଁ ଗତବର୍ଷ ଏବଂ ଚଳିତବର୍ଷର ତଥ୍ୟ ଉପସ୍ଥାପନ କରିଥିଲେ। ବିଶେଷକରି ଜିଲାର ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଏବଂ ସଂକ୍ରମଣ ହାର ରାଜ୍ୟ ତୁଳନାରେ କମ୍‌ ଥିବା କହିଥିଲେ। ଏହାପରେ ଭର୍ଚୁଆଲ ମାଧ୍ୟମରେ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରବେଶ ଦ୍ୱାରରୁ ଚିକିତ୍ସାଳୟ ପରିସର, କାଜୁଆଲଟି ଏବଂ ସମସ୍ତ ଅଞ୍ଚଳ ଦେଖାଇ ଦିଆଯାଇଥିଲା। ତା’ପରେ ଓଟି ରୁମ୍‌ ଏବଂ ଲେବର ରୁମ୍‌ରେ ଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ଷ୍ଟାଫ ନର୍ସ, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର, ଝାଡୁଦାର, ଆଟେଣ୍ଡାଣ୍ଟ ଏବଂ ସୁରକ୍ଷା କର୍ମୀଙ୍କଠାରୁ ଉଭୟ ମୂଲ୍ୟାୟନକାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ପର୍କିତ ବିଭିନ୍ନ ବିଷୟରେ ବୁଝିଥିଲେ। ସମସ୍ତ କାଗଜପତ୍ର ଓ ପ୍ରାକ୍ଟିକାଲ (ଚଟାଣ ସଫା ଓ ହାତ ଧୁଆ), ସିଜରିଆନ୍‌ ସେକ୍ସନର ସମସ୍ତ ଯନ୍ତ୍ରପାତି, ଲେବର ଟେବୁଲ, ଓଟି ଟ୍ରଲି, ଔଷଧ ଓ ନୀତିନିୟମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ମୂଲ୍ୟାୟନକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଓଟି ଦାୟିତ୍ୱରେ ଥିବା ଡା. ହିମାଂଶୁ କର, ନିଶ୍ଚେତକ ଡାକ୍ତର ପ୍ରଜ୍ଞା ନନ୍ଦ, ଡା. ସ୍ବର୍ଣ୍ଣଲତା ଦେବୀ, ଡା. ଦୀପ୍ତିରଞ୍ଜନ ଭୂୟଁା ପ୍ରମୁଖ ଉପସ୍ଥିତ ଥିଲେ। ଲେବର ରୁମ୍‌ରେ ଡା. ରବୀନ୍ଦ୍ରନାଥ ପାଲ, ଡା. ପ୍ରମୋଦ କୁମାର ନାୟକ, ଷ୍ଟାଫ ନର୍ସ ଇନଚାର୍ଜ ଖୁଲଣା ବାରିକ ଓ ସୁଧାଂଶୁ ମାଳିନୀ ଦାଶ ପ୍ରମୁଖ ଅଂଶଗ୍ରହଣ କରି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏମାନଙ୍କ ବ୍ୟତୀତ ଡା. ବସନ୍ତ କୁମାର ବାରିକ, ଡିପିଏମ୍‌ ଚକ୍ରଧର ଜେନା ପ୍ରମୁଖ ଟେକ୍ନିକାଲ ସପୋର୍ଟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଆସିଷ୍ଟାଣ୍ଟ ମ୍ୟାନେଜର ସୁଜାତା ପ୍ରିୟମ୍ବଦା ଦାସ ଓ ଏଡିଏମ୍‌ଓ ପ୍ରମୋଦ କୁମାର ବାରିକଙ୍କ ସମେତ ଲେବର ରୁମ୍‌ ଏବଂ ଓଟିର ୪ର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?