ଆମେରିକା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୨୧ ବର୍ଷ, ଥରି ଉଠିଥିଲା ଦେଶ

ୱାଶିଂଟନ,୧୧ ।୯: ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି । ଏହି ଦିନକୁ ଆମେରିକା ପାଇଁ କଳା ଦିବସ ବୋଲି କୁହାଯାଏ । ଆମେରିକା ଇତିହାସରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା । ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ ଆଫଗାନିସ୍ତାନରେ ବସିଥିବା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଓସାମା ବିନ ଲାଡେନଙ୍କ ଦ୍ୱାରା କରାଯାଇଥିଲା । ସାରା ବିଶ୍ୱକୁ ସ୍ତବ୍ଧ କରିଦେବା ଭଳି ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ ଓସାମା ବିନ ଲାଡେନ । ଆମେରିକାର ୱାର୍ଲଡ ଟ୍ରେଡ ସେଣ୍ଟର ଉପରେ କରାଯାଇଥିବା ଏହି ଆକ୍ରମଣକୁ ସଫଳ କରିବାକୁ ଓସାମା ବିନ ଲାଡେନ ୧୯ ଜଣ ଆତଙ୍କବାଦୀଙ୍କୁ ଏଥିରେ ସାମିଲ କରିଥିଲେ । ଆତଙ୍କବାଦୀମାନେ ଆମେରିକାର ବିମାନକୁ ହାଇଜାକ କରି ୱାର୍ଲଡ ଟ୍ରେଡ ସେଣ୍ଟର ଉପରେ କ୍ରାସ କରି ଦେଇଥିଲେ । ଦୁଇଟି ଯାକ ବିଲଡିଂରେ ଦୁଇଟି ଅଲଗା ଅଲଗା ବିମାନ କ୍ରାସ କରାଯାଇଥିଲା । ଆକ୍ରମଣରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଶହ ଶହ ଲୋକ ଗୁରୁତର ଆହତ ହୋଇଯାଇଥିଲେ । କେତେକଙ୍କ ମୃତ ଶରୀର ମିଳି ନ ଥିବା ବେଳେ ଆଉ କେତେକଙ୍କ ମୃତ ଶରୀରକୁ ଚିହ୍ନଟ ବି କରାଯାଇ ପାରି ନ ଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପରେ ଦେଶ ଆର୍ଥିକ ସଙ୍କଟର ସାମ୍ନା କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆଇସୋଲେଶନ ଓ୍ବାର୍ଡକୁ ନ ଗଲେ ଭୋଗିବାକୁ ପଡିବ ଜେଲ ଦଣ୍ଡ

ରୋମ,୧୪।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲି ମୁହାଁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଏବେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ...

ତ୍ୱଚାରେ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ, ୭।୧୦: କରୋନା ମହାମାରୀ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ତ୍ୱଚାରେ କରୋନା...

ଏମ୍ପରର ପେଙ୍ଗୁଇନ ଲୋପ ପାଇବା ଆଶଙ୍କା…

ଓ୍ବାଶିଂଟନ,୨୭।୮ : ପେଙ୍ଗୁଇନ ହେଉଛନ୍ତି ଏପରି ପ୍ରାଣୀ, ଯେଊଁମାନେ କେବଳ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥାନ୍ତି। ତାହା ହେଉଛି ଆଣ୍ଟାର୍କଟିକ ନିକଟରେ। କୁହାଯାଏ...

ଜି-୭ ହେଲେ ଏକଜୁଟ, ରୁଷିଆରୁ ତେଲ ଆମଦାନୀ ବନ୍ଦ ନିଷ୍ପତ୍ତି…

ଲଣ୍ଡନ, ୯।୫ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଆମେରିକା, ଜର୍ମାନୀ ସମେତ ଅନେକ ଦେଶ ରୁଷିଆ ଯୁଦ୍ଧ ଶେଷ ନକରିବାରୁ...

ଲିଭିଲା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ : ବଢିଲା ବନ୍ୟା ଆଶଙ୍କା

ସିଡ୍‌ନୀ,୧୮।୧: ଗତ ଗୁରୁବାର ପୂର୍ବ ଅଷ୍ଟ୍ରେଲିଆରେ ହୋଇଥିବା ବର୍ଷାରେ ସେଠାକାର ଜଙ୍ଗଲରେ ଲାଗିଥିବା ନିଆଁ ଅନେକାଂଶରେ ଲିଭିଯାଇଛି। ହେଲେ ଏହା ଫଳରେ ବନ୍ୟା ଆଶଙ୍କା ଦେଖାଯାଇଛି।...

ଭାରତକୁ ଟୁଇଟର ଦେଲା ୧୧୦ କୋଟି

ଓ୍ବାଶିଂଟନ୍‌, ୧୨ା୫: କରୋନା ମୁକାବିଲାରେ ଭାରତକୁ ସହାୟତା କରିବାକୁ ୧୫ ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୧୦,୨୨,୧୭,୨୫୦ ଟଙ୍କା) ଦାନ କରିଛି ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର। ଏ...

୪୬୦୦୦ ବର୍ଷ ପୂର୍ବର ଏକ ପୋକକୁ ପୁନର୍ଜୀବିତ କଲେ ବୈଜ୍ଞାନିକ

ବର୍ଲିନ,୨୯ା୭: ବୈଜ୍ଞାନିକମାନେ ୪୬,୦୦୦ ବର୍ଷ ପୂର୍ବେ ନଷ୍ଟ ହୋଇଥିବା ଏକ ପୋକକୁ ପୁନର୍ଜୀବିତ କରିଛନ୍ତି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମଲିକୁଲାର୍‌ ସେଲ ବାୟୋଲୋଜି ଏବଂ...

୧୦ ଲକ୍ଷ ଏକର ଜଙ୍ଗଲ ପାଉଁଶ

ସାନ୍‌ ଫ୍ରାନ୍‌ସିସ୍କୋ,୨୪।୮ : ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଇଛି। ଏହି ବନାଗ୍ନି ମାତ୍ର ସପ୍ତାହେ ମଧ୍ୟରେ ୧୦ ଲକ୍ଷ ଏକର...

Advertisement
Archives

Model This Week