‘କୋଇଲା ରୟାଲ୍‌ଟି ସଂଶୋଧନ କର’

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥର ରୟାଲଟି ସଂଶୋଧନ ପ୍ରସ୍ତାବ ୨୦୧୭ରୁ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। କୋଇଲା ରୟାଲ୍‌ଟି ସଂଶୋଧନ ୨୦୧୭ ସେପ୍ଟେମ୍ବରରୁ ପଡ଼ିରହିଛି। ଯଦିଓ କ୍ଲିନ୍‌ ଏନର୍ଜି ସେସ୍‌ ଅନେକ ଥର ବୃଦ୍ଧି କରାଯାଇଛି ତେବେ ତାହା ରାଜ୍ୟ ପାଇଁ କୌଣସି ଫାଇଦା ଦେଉନାହିଁ। ଏ ନେଇ ତୁରନ୍ତ ନିଷ୍ପତ୍ତି ନେଲେ କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟକୁ ଏହା ସହାୟକ ହେବ। ଏହା ସହିତ ରାଜ୍ୟର ରାଜସ୍ବ ଓ ନିଯୁକ୍ତି ଜଡ଼ିତ ଥିବାରୁ ଏ ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ନିକଟରେ କରାଯାଇଥିବା ଖଣି ନିଲାମ, ଖଣିଜ ସଂସ୍କାର ଏବଂ ଖଣିଜ ସମ୍ପଦ କ୍ଷେତ୍ରରେ ଥିବା ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର ସର୍ବଦା ଶିଳ୍ପାନୁଷ୍ଠାନଗୁଡ଼ିକୁ ନିରନ୍ତର ଖଣିଜ ଲୁହାପଥର ଯୋଗାଇବା ସହ କର୍ମଚାରୀମାନଙ୍କର ସୁରକ୍ଷା ଏବଂ ରାଜସ୍ବ ଆଦାୟ ଭଳି ଖଣିଜ ସଂସ୍କାରକୁ ଗୁରୁତ୍ୱ ଦେଇ ଆସିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣିଗୁଡ଼ିକୁ ସଫଳତାର ସହ ନିଲାମ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇପାରିଛି। ଖଣିଜ ପଦାର୍ଥର ଦର ବୃଦ୍ଧି, ଉତ୍ପାଦନରେ ଅନିଶ୍ଚିତତା ଶିଳ୍ପାନୁଷ୍ଠାନଗୁଡ଼ିକୁ କଞ୍ଚାମାଲ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେଉଥିବା ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ ଉତ୍ଥାପନ କରିଥିଲେ। କୋଭିଡ ସମୟରେ ଉତ୍ପାଦନରେ ବାଧା ସୃଷ୍ଟି ହେବା, ଲୁହାପଥର ଅଭାବ ଜନିତ ମୂଲ୍ୟ ବୃଦ୍ଧି ଯୋଗୁ ସ୍ପଞ୍ଜ ଆଇରନ କାରଖାନା, କ୍ଷୁଦ୍ର ଓ ମଧ୍ୟମ ଧରଣର ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକ ପାଇଁ ସମସ୍ୟା ଦେଖାଦେଉଛି। ଏହାଦ୍ୱାରା ରାଜ୍ୟର ରାଜସ୍ବ ପ୍ରଭାବିତ ହେବା ସହ ନିଯୁକ୍ତି ମଧ୍ୟ ବାଧାପ୍ରାପ୍ତ ହେଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ଓ ରାଜ୍ୟ ଉଦ୍ୟୋଗଗୁଡ଼ିକ ଶିଳ୍ପାନୁଷ୍ଠାନଗୁଡ଼ିକ ନିକଟରେ ଲୁହାପଥର ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ଏଥିସହିତ ଉଦ୍ୟୋଗଗୁଡ଼ିକ ଦୃଢ଼ ଭାବେ ବଜାରରେ ନିଜର ଉପସ୍ଥିତି ଜାହିର କଲେ ଖଣିଜ ପଦାର୍ଥ ସୁଲଭ ଦରରେ ମିଳିବା ସହ ଯୋଗାଣ ସ୍ବାଭାବିକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏମ୍‌ଏମ୍‌ଡିଆର୍‌ ଆକ୍ଟର ସେକ୍ସନ ୧୭(ଏ) ଅନୁଯାୟୀ ମିଆଦ ପୂରି ଯାଇଥିବା କେତେକ ଖଣିକୁ ଓଡ଼ିଶା ଖଣି ନିଗମ ଭଳି ରାଜ୍ୟ ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଦେଶର ଖଣିଜ ସମ୍ପଦ ସଂସ୍କାରକୁ ଓଡ଼ିଶା ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବ, ଯାହାକି ଦେଶର ଅର୍ଥନୀତିକୁ ମଜଭୁତ କରିବାରେ ସହାୟକ ହେବ।
ଏହି ଆଲୋଚନା ବେଳେ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ, କେନ୍ଦ୍ର କୋଇଲା ସଚିବ, ଉନ୍ନୟନ କମିଶନର, ଓଏମ୍‌ସି ଏମ୍‌ଡି ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିିନ ତିଆରି କଲେ ୪ ଅଧ୍ୟାପକ

କଟକ ଅଫିସ, ୧୯।୪: ମହାମାରୀ କରୋନା ଭୂତାଣୁ ପାଇଁ ସମସ୍ତେ ଚିନ୍ତିତ। ଦିନକୁ ଦିନ ଏହି ଭୂତାଣୁର ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ଏବେ ଲକଡାଉନ...

ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ:ବଦଳିଲେ ୧୩ ଏସ୍‌ପି

ଭୁବନେଶ୍ୱର,୨୦।୮(ବ୍ୟୁରୋ) : ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ୩୯ଜଣ ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ସୋମବାର ଅଦଳବଦଳ କରିଛନ୍ତି। ଜେଲ ଏଡିଜି ଥିବା ୧୯୯୦...

ଆଜି ରାଜ୍ୟରେ ୨୫୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

ଫ୍ଲାଟ୍‌ ଦେବା ନାଁରେ ନାଭି ଅଫିସରଙ୍କଠାରୁ ୭୧ଲକ୍ଷ ଠକେଇ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ଫ୍ଲାଟ ଦେବାକୁ କହି ଏକ ବିଲ୍ଡର ସଂସ୍ଥା ଜଣେ ମର୍ଚ୍ଚାଣ୍ଟ ନାଭି ଅଫିସରଙ୍କଠାରୁ ୭୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ‘ଓଡିଶା...

କୋଭିଡ୍‌ ଟିକା ପରେ ମୃତ୍ୟୁ

ତରବୋଡ଼/ନୂଆପଡ଼ା ଅଫିସ, ୨୭।୧: କୋଭିଡ୍‌ ଟିକା କୋଭାକ୍ସିନ ନେବାର ୨ ଦିନ ପରେ ଜଣେ ହସ୍ପିଟାଲ ସୁରକ୍ଷା କର୍ମଚାରୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ଏଭଳି ଘଟଣା...

ଆଜି ହେବନି ଓଜେଇଇ କାଉନସେଲିଂ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ବିଳମ୍ବ ହେବ। ଜାତୀୟ...

କଟକରେ ବଢୁଛି ଡେଙ୍ଗୁ ସଂକ୍ରମଣ

କଟକ ଅଫିସ,୩୦ା୮: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି ା ସହରରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୩୮ରେ...

ଢେଙ୍କାନାଳରେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରୀ: ୪ ମୃତ, ୨ ଗୁରୁତର

ଢେଙ୍କାନାଳ ଅଫିସ,୯।୬: ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରୀ ଭୁଶୁଡ଼ି ପଡ଼ିବାରୁ ରବିବାର ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ...

Advertisement
Archives

Model This Week