Posted inଜାତୀୟ

୧୦ କିଲୋମିଟର ପାଇଁ ଆମ୍ବୁଲାନ୍ସ ନେଉଛି ୧୦ ହଜାର ଟଙ୍କା ଭଡା

ନୂଆଦିଲ୍ଲୀ,୨୦।୭: କରୋନା ସଙ୍କଟ ସମୟରେ ଆମ୍ବୁଲାନ୍ସର ଭଡାକୁ ନେଇ ଏବେ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଏମିତିକି ଏବେ ରୋଗୀ ୧୦-୧୫ କିଲୋମିଟର ଯାତ୍ରା କରିବାକୁ ଏତେ ଟଙ୍କା ଦେଉଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ୟୁରୋପ ଯିବାକୁ ବିମାନ ଟିକେଟ କାଟି ପାରିବ। ତେବେ ଏହାକୁ ଦେଖି କିଛି ରାଜ୍ୟରେ ଆମ୍ବୁଲାନ୍ସ ଭଡା ଉପରେ କଟକଣା ଲଗାଯାଇଥିବା ବେଳେ ଆଉ କିଛି ରାଜ୍ୟରେ କିନ୍ତୁ ଏହାକୁ ଭଲ ବ୍ୟବସାୟ କରି ଦିଆଗଲାଣି। ମୁମ୍ବାଇରେ ପ୍ରାଇଭେଟ ଅପରେଟରମାନେ ଗୋଟିଏ କିଲୋମିଟରକୁ ୩ହଜାର ଟଙ୍କା ଭଡା ଆଦାୟ କରୁଥିବା ବେଳେ ଗତ ସପ୍ତାହରେ ପୁଣେରେ ଜଣେ କୋଭିଡ ରୋଗୀଙ୍କୁ ନେବାପାଇଁ ଏକ ଆମ୍ବୁଲାନ୍ସ ୭ କିଲୋମିଟରକୁ ୮ ହଜାର ଟଙ୍କା ନେଇଥିବା ଖବର ମିଳିଥିଲା। ଏହାପରେ ଏଥିରେ ମହାରାଷ୍ଟ୍ର ସରକାର ହସ୍ତକ୍ଷେପ କରିଥିଲେ। ଏବେ ହାଇଦ୍ରାବାଦରେ ୧୦ କିଲୋମିଟର ଯାତ୍ରା କରିବାକୁ ରୋଗୀଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡୁଥିବା ଜଣାପଡୁଛି। କେବଳ ସେତିକି ନୁହେଁ ବେଙ୍ଗାଲୁରୁରେ ମଧ୍ୟ ୬ କିଲୋମିଟରକୁ ଆମ୍ବୁଲାନ୍ସ ଭଡା ପଡୁଛି ୧୫ ହଜାର ଟଙ୍କା। ଏହାକୁ ଦେଖି ବିହାର, ଝାଡଖଣ୍ଡରେ ବି ପ୍ରାଇଭେଟ ଅପରେଟର ମନଇଚ୍ଛା ଭଡା ଆଦାୟ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ ଲକ୍ଷ ମୁହାଁ କରୋନା: ୨୪ ଘଣ୍ଟାରେ ଲକ୍ଷେ ୪୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୪: ଦେଶରେ କରୋନାର ସଂକ୍ରମଣ ବେକାବୁ ସ୍ଥିତିରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ମୁହାଁ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢୁଥିବାରୁ ଏଭଳି...

ରାହୁଲଙ୍କ ବିରୋଧରେ ମାନହାନି ମାମଲା

ପାଟନା, ୧୮।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ଗୁରୁବାର ମାନହାନି ମାମଲା ଦାଏର କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଏକ ନିର୍ବାଚନୀ...

ତୁଟୁନି କଂଗ୍ରେସର କଳି, ରାଗିଗଲେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ଆଭ୍ୟନ୍ତରୀଣ କଳହ ଏବେବି ଜାରି ରହିଛି । ରାଜ୍ୟ ସଭାରେ ଦଳର ଉପନେତା ଆନନ୍ଦ ଶର୍ମା ରାଗି ଯାଇଥିବା ଜଣାପଡିଛି ।...

କୁପଓ୍ବାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲାରେ ହିମସ୍ଖଳନରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି...

ସ୍ବଦେଶୀ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା: ଆମେରିକା-ରୁଷ୍‌-ଚାଇନା ସହିତ ସମକ୍ଷକ ଭାରତ

ନୂଆଦିଲ୍ଲୀ, ୧୦।୧୨: ଦେଶରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା ମିଳିଛି। ଏହାଦ୍ୱାରା ଆମେରିକା,ରୁଷ୍‌ ଏବଂ ଚାଇନା ସହିତ ଭାରତ ସମକ୍ଷକ ହୋଇପାରିଛି।...

ସୁପରଷ୍ଟାର ବିଜୟଙ୍କ ଘରେ ଚଢ଼ାଉ ପରେ ପୁଣି ଆୟକର ନୋଟିସ

ବେଙ୍ଗାଲୁରୁ,୧୦।୨: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ଏବେ ପୁଣି ନୋଟିସ୍‌ ଜାରି ହୋଇଛି। ଫେବୃୟାରୀ ୫ରେ ତାଙ୍କ ଘରେ ଆୟକର...

ମୋଦିଙ୍କ କରୋନା ସମୀକ୍ଷା ବୈଠକ: ଟ୍ରିପଲ ‘ଟି’ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଲର୍ଟରେ ରହିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

କରୋନା ଭାଇରସ୍‌: ମେଡିକାଲ ଷ୍ଟାଫ୍‌ ଓ ସଫେଇ କର୍ମଚାରୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଦିଲ୍ଲୀରେ କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବା ମେଡିକାଲ ଷ୍ଟାଫ୍‌ଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀମାନଙ୍କ ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା...

Advertisement
Archives

Model This Week