ବ୍ଲଡ୍‌ ପ୍ରେସରଠାରୁ ଆରମ୍ଭ କରି ୧୦୦ ରୋଗର ଉପଚାର କରେ ଗୋଟିଏ ଡାଳିମ୍ବ; ଏହି ଉପାୟରେ ଖାଇ ଉଠାନ୍ତୁ ଲାଭ 

ଡାଳିମ୍ବ ଏଭଳି ଏକ ଫଳ ଯାହା ବର୍ଷସାରା ମିଳିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଲାଭଦାୟୀ। ଏଥିରେ ୮୫% ଜଳ, ୧୦% ସର୍କରା ଏବଂ ୫% ଅନ୍ୟ ପୋଷକତତ୍ତ୍ୱ ରହିଥାଏ। ପ୍ରତ୍ୟେହ ଗୋଟିଏ ଡାଳିମ୍ବ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ରକ୍ତରେ ଶର୍କରା ନର୍ମାଲ ରହିଥାଏ। କୋଲେଷ୍ଟରଲ ନର୍ମାଲ କରିବାରେ ମଧ୍ୟ ଏହା ବେଶ ଉପଯୋଗୀ ଥାଏ। ହୃଦୟକୁ ମଧ୍ୟ ଏହା ସୁସ୍ଥ ରଖେ। କିଛି ଏହାକୁ ଥଣ୍ଡା ହେବା ଭୟରେ ଖାଇ ନ ଥାନ୍ତି। ତେବେ ଆସନ୍ତୁ ଜାଣିବା ଆପଣ ଡାଳିମ୍ବ କିଭଳି ଉପାୟରେ ସେବନ କରିବେ…
ଡାକ୍ତରଙ୍କ ମତରେ ଯଦି ଆପଣ ଡାଳିମ୍ବକୁ ଫ୍ରିଜରେ ରଖି ଖାଇବେ ତେବେ ଲାଭ ବଦଳରେ କ୍ଷତି ହେବ। ସକାଳ ଜଳଖିଆ ପୂର୍ବରୁ ଏହାକୁ ଗରମ କରି ଖାଆନ୍ତୁ। ଲାଭବାନ ହେବେ। ଏଥିପାଇଁ ଗୋଟିଏ ପାତ୍ରରେ ଜଳ ଫୁଟାଇ ନିଅନ୍ତୁ ଏବଂ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ଏବେ ସେହି ଗରମ ପାଣିରେ ଡାଳିମ୍ବ ରଖନ୍ତୁ। ଯେତେବେଳେ ପାଣି ଥଣ୍ଡା ହୋଇଯିବ ଏବଂ ଡାଳିମ୍ବ ଭିତରୁ ସିଝିଯିବ। ତାର ଦାନାଗୁଡ଼ିକୁ ବାହାର କରି ନିଅନ୍ତୁ। ପରେ ଏହାକୁ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ହୃଦୟ ସହ ଯକୃତ ସୁସ୍ଥ ରହିବ। ମନ ଶାନ୍ତ ସହ ଚିଡଚିଡାପଣ ଦୂର ହୋଇଯିବ। ତେବେ ଗରମ ଦିନରେ ଆପଣ ଡାଳିମ୍ବକୁ ଫ୍ରିଜରେ ନ ରଖି  ବାହାରେ ରଖି ଖାଆନ୍ତୁ। ଖାଲି ପେଟରେ ଏହାକୁ ଖାଆନ୍ତୁ। ଲାଭ ମିଳିବ।
ଲାଭ:
ଡ଼ାଳିମ୍ବରେ ଫାଇବର, ଭିଟାମିନ ସି, ପୋଟାସିୟମ ଭରପୂର ଥାଏ। ଏହାର ନିୟମିତ ସେବନ ଦ୍ୱାରା ବ୍ଲଡ ପେସର ନର୍ମାଲ ରହିଥାଏ। ଏହା ରକ୍ତରେ ଶର୍କରା ସ୍ତରକୁ କଣ୍ଟ୍ରୋଲ କରିଥାଏ। କୋଲେଷ୍ଟରଲ କଣ୍ଟ୍ରୋଲ କରିବା ସହ ହୃଦୟ ସ୍ବାସ୍ଥ୍ୟକୁ ଭଲ ରଖିଥାଏ। ଭିଟାମିନ ସି ଏବଂ ପୋଲିଫିନୋଲ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟ ଏଥିରେ ଭରପୂର ଥାଏ। ଏହା ଭୋକକୁ କଣ୍ଟ୍ରୋଲ କରିଥାଏ। ଏଭଳି ଭାବେ ୧୦୦ ରୋଗରୁ ଏହା ରକ୍ଷା କରିଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?