ସ୍ବାସ୍ଥ୍ୟ ପାଇଁ ଅମୃତ ଚିଆ ସିଡ୍ସ; ଭୁଲ୍‌ରେ ବି ଏସବୁ ଖାଦ୍ୟ ସହ କରନ୍ତୁ ନାହିଁ ସେବନ, ଲାଭ ବଦଳରେ….

ସିଡ୍ସ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ, ଆଣ୍ଟି ଅକ୍ସିଡାଣ୍ଟ, ସ୍ବାସ୍ଥ୍ୟକର ଫ୍ୟାଟ୍ସ ଏବଂ ପ୍ରୋଟିନ ରହିଥାଏ। ଏସବୁ ପୋଷକ ତତ୍ତ୍ୱ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ସିଡ୍ସ ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ପାଇଥାଏ। ସମସ୍ତ ସିଡ୍ସ ମଧ୍ୟରୁ ଗୋଟିଏ ହେଲା ଚିଆ ସିଡ୍ସ। ଏହାକୁ ଖାଇବା ଦ୍ୱାରା ଅଗଣିତ ଲାଭ ମିଳିଥାଏ।
ଚିଆ ସିଡ୍ସର ସେବନ ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ ବୋଲି କୁହାଯାଏ। ହେଲେ  ଏହାକୁ କେଉଁଭଳି ଭାବେ ସେବନ କରିବା ଦ୍ୱାରା ଲାଭ ମିଳିଥାଏ ତାହା ଅନେକଙ୍କୁ ଅଜଣା। ଏଣୁ ଏହାର ଖାଇବା ପଦ୍ଧତି ଉପରେ ଧ୍ୟାନ ଦେବା ଉଚିତ। କାରଣ କିଛି ଖାଦ୍ୟ ସହ ଚିଆ ସିଡ୍ସର ସେବନ କରିବା ଦ୍ୱାରା ଏହା ଶରୀର ପାଇଁ ବିଷ ସଦୃଶ କାର୍ଯ୍ୟ କରିଥାଏ।
ଯଦି ଆପଣ ଚିଆ ସିଡ୍ସ ଖାଉଥାନ୍ତି ତେବେ ଏଥିସହ ଫାଇଟିକ୍‌ ଏସିଡ୍‌ ଭରପୂର ଖାଦ୍ୟ ଖାଆନ୍ତୁ ନାହିଁ। ଏସବୁ ଖାଦ୍ୟ ମଧ୍ୟରେ ବିନ୍ସ, ମସୁର ଡ଼ାଲି, ଡ୍ରାଏ ଫ୍ରୁଟ୍ସ ଆଦି ସାମିଲ ରହିଛି। ଏଣୁ ଏସବୁକୁ ଭିନ୍ନ ଭିନ୍ନ ସମୟରେ ସେବନ କରନ୍ତୁ। ଏକାଠି ଖାଇବା ଦ୍ୱାରା ଏହା ଲାଭ କରିବା ବଦଳରେ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।
ଚିଆ ସିଡ୍ସରେ ଭରପୂର ଫାଇବର ଥାଏ। ପ୍ରାୟ ୨୮ ଗ୍ରାମ ସିଡ୍ସରେ ୧୦ ଗ୍ରାମ ପାଖାପାଖି ଡାଇଟାରୀ ଫାଇବର ଥାଏ। ଏଣୁ ଏଥିରେ ଓଟ୍ସ, ସେଉ, ନାସପାତି ଭଳି ଖାଦ୍ୟ ଖିଆଯାଏ ତେବେ ପାଚନତନ୍ତ୍ର ଉପରେ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଗ୍ୟାସ, ବ୍ଲେିଟିଂ, ପେଟ ବ୍ୟଥା ଭଳି ସମସ୍ୟା ଉପୁଜିଥାଏ।
ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ପଦାର୍ଥର ସେବନ ଚିଆ ସିଡ୍ସ ସହ ଭୁଲ୍‌ରେ ବି କରନ୍ତୁ ନାହିଁ। ଯାହାକୁ ଦୁଗ୍ଧ, ଦହି କିମ୍ବା ଅନ୍ୟ ଦୁଗ୍ଧଜାତୀୟ ଦ୍ରବ୍ୟଠାରୁ ଆଲର୍ଜି ରହିଛି ଯଦି ସେମାନେ ଏହା ସହ ଚିଆ ସିଡ୍ସ ଖାଆନ୍ତି ତେବେ ପାଚନ  ତନ୍ତ୍ର ସହ ଜଡ଼ିତ ସମସ୍ୟା ବୃଦ୍ଧି ପାଇବ।
ପ୍ୟାକେଟରେ ମିଳୁଥିବା ଫ୍ରୁଟ୍‌ ଜୁସ୍‌ ସହ ସେବନ କରନ୍ତୁ ନାହିଁ। କାରଣ ସେସବୁରେ ଅତ୍ୟଧିକ ଚିନି ସହ ପ୍ରିଜର୍‌ଭେଟିଭ୍‌ ଥାଏ। ଏହି ଚିନି ରକ୍ତରେ ସର୍କରାକୁ ବୃଦ୍ଧି କରିପାରେ। ଚିଆ ସିଡ୍ସରୁ ମିଳୁଥିବା ଲାଭକୁ କମ୍‌ କରିପାରେ। ଏଣୁ ତାଜା ଫଳରସ ନଚେତ ସାଧା ପାଣି ସହ  ସେବନ କରିବା ଉଚିତ।

Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri