Posted inଜାତୀୟ

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା, ୫୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ମିଳିଲା ଦର୍ଶନ ଅନୁମତି

ଶ୍ରୀନଗର,୧୮ା୭: ଖରାପ ପାଗ ଏବଂ ରାସ୍ତା ଧସିବା ଯୋଗୁ ଅମରନାଥ ଯାତ୍ରାକୁ ଗୋଟିଏ ଦିନ ପାଇଁ ବନ୍ଦ ହୋଇଥିଲା। ଯାହା ପରେ ଆଜି ଅର୍ଥାତ୍‌ ଶୁକ୍ରବାର ପୁଣି ଏହି ଯାତ୍ରା ଆରମ୍ଭ ହୋଇଛି। ଆଜି ସକାଳେ ବାଲତାଲ ଏବଂ ପହଲଗାମ ଉଭୟ ରୁଟ୍‌ରେ ଯାତ୍ରା ପୁଣି ଆରମ୍ଭ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଆଜି ଶହ ଶହ ତୀର୍ଥଯାତ୍ରୀଙ୍କୁ ହିମାଳୟରେ ଥିବା ପବିତ୍ର ଗୁମ୍ଫା ଦର୍ଶନ କରିବାକୁ ଅନୁମତି ଦିଆଯାଇଛି।

ସୂଚନାଯୋଗ୍ୟ,ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ଗୁରୁବାର ଉଭୟ ବେସ୍‌ କ୍ୟାମ୍ପରୁ କୌଣସି ତୀର୍ଥଯାତ୍ରୀଙ୍କୁ ଗୁମ୍ଫା ମନ୍ଦିର ଆଡ଼କୁ ଯିବାକୁ ଅନୁମତି ଦିଆଯାଇ ନଥିଲା, କିନ୍ତୁ ମାର୍ଗ ମଧ୍ୟରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ୫୧୧୦ ତୀର୍ଥଯାତ୍ରୀଙ୍କୁ ସେମାନଙ୍କର ଯାତ୍ରା ଶେଷ କରିବାକୁ ଏବଂ ଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା।

ଅଧିକାରୀମାନେ କହିଛନ୍ତି, ଲଗାତର ବର୍ଷା ଯୋଗୁ ଭୂସ୍ଖଳନ ହୋଇଥିଲା ଏବଂ ଟ୍ରେକିଂ ପଥଗୁଡ଼ିକ ଅସୁରକ୍ଷିତ ହୋଇଥିଲା, ଯାହା ଫଳରେ କର୍ତ୍ତୃପକ୍ଷଙ୍କୁ ଅସ୍ଥାୟୀ ଭାବରେ ତୀର୍ଥଯାତ୍ରାକୁ ସ୍ଥଗିତ ରଖିବାକୁ ବାଧ୍ୟ କରାଯାଇଥିଲା। ପ୍ରଭାବିତ ଅଂଶଗୁଡ଼ିକର ମରାମତି ଏବଂ ତୀର୍ଥଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଦ୍ଧାରକାରୀ ଦଳ ଏବଂ ସୀମା ସଡ଼କ ସଂଗଠନ (BRO) ପଥଗୁଡ଼ିକୁ ସୁଗମ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ଏବଂ ଗୁରୁବାର ସକାଳେ ହିଁ ଟ୍ରାକକୁ ଚଢ଼ିବା ପାଇଁ ଠିକ୍‌ କରାଯାଇଥିଲା। ପାଗକୁ ଦୃଷ୍ଟିରେ ରଖି, ଯାତ୍ରାକୁ ସ୍ଥଗିତ ରଖିବା ଉଚିତ ବୋଲି ବିବେଚନା କରାଯାଇଥିଲା।

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି, ପାଗରେ ଉନ୍ନତି ହେବା ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକଠାରୁ ଅନୁମୋଦନ ମିଳିବା ପରେ ଆଜି ସକାଳେ ନୁନଓ୍ବାନ (ପହଲଗାମ) ଏବଂ ବାଲତାଲ ବେସ କ୍ୟାମ୍ପରୁ ଯାତ୍ରା ପୁଣି ଆରମ୍ଭ ହୋଇଥିଲା। ସରକାରୀ ସଂଖ୍ୟା ଅନୁଯାୟୀ, ଚଳିତ ବର୍ଷର ଯାତ୍ରାର ପ୍ରଥମ ୧୫ ଦିନ ମଧ୍ୟରେ ୨.୫୬ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ବାବାଙ୍କୁ ଦର୍ଶନ କରିଛନ୍ତି।

ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ୭୯୦୮ ଅମରନାଥ ତୀର୍ଥଯାତ୍ରୀଙ୍କ ୧୬ ତମ ଦଳ କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଷ୍ଟାଲିନଙ୍କୁ ମନାଇବାରେ ବିଫଳ INDIA ମେଣ୍ଟ! କହିଲେ ଡିଲିମିଟେସନ ବିଲ୍‌କୁ ସମର୍ଥନ ନିଷ୍ପତ୍ତିରେ…

ଚେନ୍ନାଇ,୨୯।୧୧ : ସଂସଦରେ ସୀମା ନିର୍ଦ୍ଧାରଣ ବିଲକୁ ଡିଏମ୍‌କେ ସମର୍ଥନ କରିବ ବୋଲି ଘୋଷଣା କରିବାର ଦିନକ ପରେ ଚେନ୍ନାଇରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଛନ୍ତି…

ସୀମା ନିର୍ଦ୍ଧାରଣ ବିଲ୍; ଷ୍ଟାଲିନଙ୍କୁ ଆଲିଙ୍ଗନ କରି ଏଭଳି କହିଲେ ରାହୁଲ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଦେଶରେ ଲୋକ ସଭା ଆସନର ପୁନଃବଣ୍ଟନ ଅର୍ଥାତ୍‌ ସୀମା ନିର୍ଦ୍ଧାରଣ ବିଲକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ଏହାରି ମଧ୍ୟରେ ରବିବାର ଚେନ୍ନାଇରୁ…

ଚହଲଙ୍କ ପରେ ଏବେ ଭାଜପାରେ ଯୋଗଦେବେ କି ମହମ୍ମଦ ଶାମି? ନୀତିନ ନବୀନଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟର ମହମ୍ମଦ ଶାମି ରବିବାର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଭାଜପାର କୁଁୱର ବାସିତ…

ନିଜର ସମସ୍ତ ପରିବାର ତଥା ଆତ୍ମୀୟସ୍ବଜନଙ୍କ ସହ ସମ୍ପର୍କ ଛିନ୍ନ କଲେ ପବନ ସିଂହ; ନିଜ ମା’ ଏବଂ ଭାଇଙ୍କ ଉଦ୍ଦେଶ୍ୟରେ ଲେଖିଲେ ଭାବପ୍ରବଣ ପୋଷ୍ଟ

ପାଟନା,୨୯।୧୧: ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ତଥା ଗାୟକ ପବନ ସିଂହ, ନିଜ ପାରିବାରିକ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାରେ…

ବ୍ୟାଗ ଯାଞ୍ଚ ବେଳେ ହଇଚଇ! ୩ଟି ବୋମା ଧରି ସ୍କୁଲ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୯।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ସହରର ଏକ ସ୍କୁଲରେ ଚାଞ୍ଚଲ୍ୟ ଦେଖାଦେଇଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରୁ ୩ଟି ଦେଶୀ ବୋମା ମିଳିବା ପରେ…

ରାହୁଲଙ୍କ ବାର୍ତ୍ତା ଉପରେ ଜବାବ ଦେଲେ ଷ୍ଟାଲିନ

ନୂଆଦିଲ୍ଲୀ,୨୯।୧୧: ‘ସୀମା ନିର୍ଦ୍ଧାରଣ ବିଲ’ (Delimitation Bill) ଉପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ସ୍ଥାପନ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ଲୋକ ସଭାରେ ବିରୋଧୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?