୨୦ବର୍ଷ ପରେ ଘରକୁ ଫେରିଲେ ଅମରଜିତ

ବାରିପଦା ଅଫିସ,୩ା୨: ଆର୍ଥତ୍କ ଅନଟନ ମଧ୍ୟରେ ପେଟକୁ ଦୁଇଓଳି ଖାଇବାକୁ ନ ପାଇ ୧୭ବର୍ଷ ବୟସରେ ଦାଦନ ଖଟିବାକୁ ଘର ଛାଡ଼ି ଦେଇଥିଲେ। ୨୦ବର୍ଷ ପରେ ନିଜେ ସ୍ବାବଲମ୍ବୀ ହୋଇ ବୁଧବାର ଘରକୁ ଫେରିଛନ୍ତି ଜଣେ ଯୁବକ। ସେ ହେଲେ ବାରିପଦା ଟାଉନ ଥାନା ଅଧୀନ ବାଘଡାରୋଡ୍‌ ଅଞ୍ଚଳର ସୀତରାମ ଚୌହାନଙ୍କ ପୁଅ ଅମରଜିତ। ଦୀର୍ଘ ବର୍ଷ ପରେ ସେ ଘରକୁ ଫେରିଥିବାରୁ ପରିବାରରେ ଖୁସିର ଲହରୀ ଦେଖିବାକୁ ମିଳିଛି। ତାଙ୍କୁ ଦେଖିବା ପାଇଁ ସାଙ୍ଗସାଥି ଓ ଆତ୍ମୀୟସ୍ବଜନଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
୨୦୦୨ରେ ଅମରଜିତ ଏମ୍‌ପିସି କଲେଜରେ ପାଠ ପଢୁଥିବା ବେଳେ ଦାରିଦ୍ର୍ୟ କଷାଘାତ ଯୋଗୁ ଘର ଛାଡ଼ି ପଳାଇଥିଲେ। ମା’, ବାପା ଓ ବଡ଼ଭାଇ ମିଶି ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଅମରଜିତ୍‌ କୁହନ୍ତି, କାମ ଅନ୍ବେଷଣରେ ସେ ପ୍ରଥମେ ମହାରାଷ୍ଟ୍ର ପଳାଇ ଯାଇଥିଲେ। ଅଚିହ୍ନା ଅପରିଚିତ ସ୍ଥାନରେ ତାଙ୍କୁ କାମ ମିଳି ନ ଥିଲା। ଏକ ସାଇକେଲ ଦୋକାନ ବନ୍ଦ ହେବା ପରେ ନିଜ ବ୍ୟାଗକୁ ଧରି ସେଠାରେ ଶୋଉଥିଲେ। ବଡ଼ିଭୋରରୁ ଉଠି କାମ ଅନ୍ବେଷଣରେ ବାହାରି ପଡୁଥିଲେ। କାମ ମିଳୁ ନ ଥିବାରୁ ଅନେକ ଦିନ ଭୋକ ଉପାସରେ ଦିନ କଟୁଥିବା ବେଳେ ପାଣିପିଇ ଜୀବନ ବଞ୍ଚାଇବା ପରି କଷ୍ଟ ଭୋଗୁଥିଲେ। ତେବେ ଜନୈକ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର ଯୋଗାଡ଼ କରି ସିକ୍ୟୁରିଟି ଚାକିରି କରିଥିଲେ। କିଛି ଦିନ ରହିବା ପରେ ସିରତା ଡ୍ୟାମ ନିର୍ମାଣକାରୀ ସଂସ୍ଥାର ଜଗୁଆଳି କାର୍ଯ୍ୟ ପାଇଥିଲେ। ପରେ ସେଠାରୁ ମୁମ୍ବାଇ ପଳାଇଆସି ଜୀବନ ଜୀବିକା ପାଇଁ ସଂଘର୍ଷ ଜାରି ରଖିଲେ। ସେଠାରେ ନିଜର ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସ ବ୍ୟବସାୟ ଆରମ୍ଭ କରି ଆଜିର ଦିନରେ ୨ଚକିଆ ଓ ୪ଚକିଆ ଯାନ ଭଡ଼ା ଦେଉଛନ୍ତି ା ନିଜ ଗୋଡ଼ରେ ଛିଡ଼ା ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। ପରେ ଘରକୁ ଫେରିବା ପାଇଁ ମନବଳାଇଲେ। ସୋସିଆଲ ମିଡିଆରେ ସାଙ୍ଗସାଥିଙ୍କ ସହ ଯୋଡ଼ି ହୋଇ ଘରକୁ ଫେରିବା ପାଇଁ ମନସ୍ଥ କରିଥିଲେ। ସୁଦୂର ମୁମ୍ବାଇରୁ ନିଜର ସୌଖିନ ବାଇକ୍‌ ଚଳାଇ ବାରିପଦାରେ ପହଞ୍ଚିଛନ୍ତି। ଇତି ମଧ୍ୟରେ ସେ ତାଙ୍କ ବାପା ଓ ବଡ଼ ଭାଇ ପ୍ରଦୀପଙ୍କୁ ହରାଇଛନ୍ତି। ଘରକୁ ଫେରିବା ପରେ ମା’ ସୁଲୋଚନା ତାଙ୍କୁ ପାଖରେ ବସାଇ ଖୁଆଇଦେବା ବେଳେ ସେ ଭାବବିହ୍ବଳ ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?