କୋଲକାତା,୨୨ ।୧: ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାର ନ୍ୟାଶନାଲ ୱାର ମେମୋରିଆଲ ବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଗଲାଣି । ପଶ୍ଚିମବଙ୍ଗର କିଛି ରାଜନୈତିକ ଦଳ ଏହାକୁ ନେଇ କେନ୍ଦ୍ରର ଭାଜପା ସରକାରଙ୍କୁ ସାମାଲୋଚନା କରିଛନ୍ତି । ତୃଣମୂଳ କଂଗ୍ରେସ ଓ ଅନ୍ୟ ଦଳର ନେତାମାନେ କହିଛନ୍ତି ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସେନାଙ୍କ ପ୍ରତି ଏହା ଅପମାନ । ଯେଉଁମାନେ ବାଂଲାଦେଶକୁ ସ୍ୱାଧିନ କରିବାକୁ ସାହାଯ୍ୟ କରିଥିଲେ । ତୃଣମୂଳ କଂଗ୍ରେସର ପ୍ରବକ୍ତା କୁଣାଳ ଘୋଷ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଏହା ଭାରତ ଇତିହାସର, ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଦେଶର ସେନାଙ୍କ ବଳିଦାନର ଅପମାନ ।