Posted inଜାତୀୟ

ଜେଲ ଗଲେ ଏଏପି ବିଧାୟକ

ନୂଆଦିଲ୍ଲୀ,୧୩ ।୫: ରାଜଧାନୀ ଦିଲ୍ଲୀରେ ବୁଲଡୋଜର ଚାଳନାକୁ ବିରୋଧ କରୁଥିବା ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲାହ ଖାଁ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଏମ୍‌ସିଡିରେ ଅବୈଧ ନିର୍ମାଣ ଉଚ୍ଛେଦ ସମୟରେ ଦଙ୍ଗା କରିବା ଓ ସରକାରୀ କାମରେ ବାଧା ସୃଷ୍ଟି କରିବା ଧାରା ଆଧାରରେ ମାମଲା ରୁଜ୍ଜୁ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି । ପ୍ରଥମେ ଏମାନଙ୍କୁ ପୋଲିସ ହେପାଜତକୁ ନିଆଯାଇଥିବା ବେଳେ ପରେ ଗିରଫ କରାଯାଇ, କୋର୍ଟରେ ହାଜର ହେବା ପରେ ତିହାର ଜେଲକୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ଦିଲ୍ଲୀର ମଦନପୁର ଅଞ୍ଚଳରେ ଅବୈଧ ନିର୍ମାଣ ଉଚ୍ଛେଦ ସମୟରେ ସେଠାରେ ଏହାକୁ ବିରୋଧ କରାଯିବା ସହ ପୋଲିସ ଉପରକୁ ପଥରଫିଙ୍ଗା ଯାଇଥିଲା । ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ତେବେ ସେଠାରେ ଭିଡକୁ କଣ୍ଟ୍ରୋଲ କରିବା ସମୟରେ ପୋଲିସ କେତେଜଣଙ୍କୁ ଉଠାଇ ନେବା ବେଳେ ଏଏପି ବିଧାୟକ ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ବି ପୋଲିସ ଉଠାଇ ନେଇଥିଲା । ପରେ ଦଙ୍ଗା କରିବା ଓ ସରକାରୀ କାମରେ ବାଧା ସୃଷ୍ଟି କରିବା ଧାରାରେ ତାଙ୍କୁ ଗିରଫ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉଠିଲା ବିବାଦ: ଅନିର୍ଦ୍ଦିଷ୍ଟକାଳ ପାଇଁ ହୋଇପାରେ ବନ୍ଦ

ଶିରିଡି,୧୮।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଚାଲି ଆସିଛି। ଠାକରେଙ୍କ ବୟାନକୁ ନେଇ ଶ୍ରଦ୍ଧାଳୁଙ୍କ...

୫୧ ବର୍ଷ ତଳେ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୧୨ର ଭଗ୍ନାବଶେଷ ମିଳିଲା

ଚଣ୍ଡିଗଡ଼,୧୯।୮: ବାୟୁସେନାର ଏନ୍‌-୧୨ ବିଏଲ୍‌-୫୩୪ ବିମାନ ୫୧ ବର୍ଷ ତଳେ ୧୯୬୮ ଫେବୃୟାରୀ ୭ରେ ହିମାଚଳପ୍ରଦେଶ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଯାଇଥିଲା। ସେତେବେଳେ ଏନେଇ ବହୁ...

ହ୍ବାଟ୍ସଆପ୍‌ ଛାଡ଼ୁଛନ୍ତି ୟୁଜର୍ସ

ମୁମ୍ବାଇ, ୧୨ା୧: ନୂଆ ପ୍ରିଭେସି ପଲିସି ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ଏବେ ବିକଳ୍ପ ବାଛିବାରେ ବ୍ୟସ୍ତ ହ୍ବାଟ୍ସଆପ୍‌୍‌ ବ୍ୟବହାରକାରୀ। ଅପଡେଟ୍‌ ପରେ ମୂଳ...

ପକ୍ଷୀ ଉପରେ ବସି ଜେଲ ବାହାରକୁ ଯାଉଥିଲେ ସାବରକର

ବେଙ୍ଗାଲୁରୁ,୨୯।୮: ଭାଜପା ନେତୃତ୍ୱାଧୀନ ସରକାର ଇତିହାସର ପୁନର୍ଲିଖନ ପ୍ରୟାସ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କର୍ନାଟକ ପାଠ୍ୟପୁସ୍ତକ ସଂଶୋଧନ କମିଟି ଅଷ୍ଟମ ଶ୍ରେଣୀ...

ଆଜି ଓଡ଼ିଶା ଆସିବେ ଯଶବନ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର,୬।୭(ବ୍ୟୁରୋ): ଆସନ୍ତା ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅବସରରେ ବୁଧବାର ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ...

କର୍ନାଟକ ନିର୍ବାଚନ ଫଳାଫଳ ପୂର୍ବରୁ ଭାଜପା ନେତାଙ୍କୁ କଂଗ୍ରେସର ଉପଦେଶ

ବେଙ୍ଗାଲୁରୁ,୧୧।୫: କର୍ନାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ବୁଧବାର ଶେଷ ହୋଇଛି। ଏହାପରେ ଏକଜିଟ ପୋଲର ଫଳାଫଳ ଯାହା ଆସିଛି ସେଥିରେ କଂଗ୍ରେସ କର୍ନାଟକରେ ସରକାର...

ଭାଜପାର ନିର୍ବାଚନୀ ଇସ୍ତାହାର ଜାରି : ୟୁନିଫର୍ମ ସିଭିଲ କୋଡଠାରୁ ନିଯୁକ୍ତି ପର୍ଯ୍ୟନ୍ତ ୧୧ ପ୍ରତିଶ୍ରୁତି…

ଶିମଲା,୬।୧୧ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ରବିବାର ଶିମଲାରେ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି।...

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀ ମାଗଣା!

ଡେରାଡୁନ,୮ ।୭: ଉତ୍ତରାଖଣ୍ଡ ସରକାରଙ୍କ ଶକ୍ତି ମନ୍ତ୍ରୀ ହରକ ସିଂ ରାୱତ ଶକ୍ତି ବିଭାଗର ପ୍ରଥମ ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ଏଣିକି...

Advertisement
Archives

Model This Week