Posted inଜାତୀୟ

ମୁଁ ବିଶ୍ୱର ସବୁଠୁ ଭଲ ଆତଙ୍କବାଦୀ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୮।୨: ଆମ ଆଦମୀ ପାର୍ଟି(ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, କୁମାର ବିଶ୍ୱାସ ଜଣେ ହାସ୍ୟ କବି, ସେ କିଛି କହିପାରିବେ, ଯାହାକୁ ମୋଦୀଜୀ ଏବଂ ରାହୁଲଜୀ ଗୁରୁତର ସହ ନେଇଛନ୍ତି। କୁମାର ହୁଏତ ଏକ ହାସ୍ୟ କବିତା କହିଥିବେ। ଯଦି ମୁଁ ୧୦ ବର୍ଷ ହେବ ଭାରତକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଯୋଜନା କରୁଛି, ମୁଁ ଜଣେ ଆତଙ୍କବାଦୀ ତେବେ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାଁନ୍ତି କାହିଁକି? ଏଭଳି ଅଭିଯୋଗ ହାସ୍ୟାସ୍ପଦ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ନିଶ୍ଚୟ ଦୁନିଆର ଭଲ ଆତଙ୍କବାଦୀ, ଯିଏ କି ଲୋକଙ୍କୁ ସ୍କୁଲ, ଡାକ୍ତରଖାନା, ବିଦ୍ୟୁତ, ସଡକ, ଜଳ ଯୋଗାଉଛି। ୧୦ ବର୍ଷ କଂଗ୍ରେସ ସରକାର ଥିଲା ଏବଂ ଗତ ୭ ବର୍ଷ ହେବ ଭାଜପା ସରକାର ଅଛି। ଯଦି ମୁଁ ଏତେ ବଡ ଆତଙ୍କବାଦୀ ଯୋଜନା କରୁଛନ୍ତି, ତେବେ ଏହି ସରକାରମାନେ ଶୋଇଥିଲେ କି? କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ବୋଲି କେଜ୍‌ରିଓ୍ବାଲ୍‌ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଏଏପିର ପୂର୍ବତନ ନେତା କୁମାର ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଅରବିନ୍ଦ କେଜ୍‌ରିୱାଲ ଜଣେ ବିଚ୍ଛିନ୍ନତାବାଦୀ ସମର୍ଥକ। ତାଙ୍କ ସ୍ବପ୍ନ ହେଉଛି ଯେକୌଣସି ଉପାୟରେ ପଞ୍ଜାବର ଶକ୍ତି ହାସଲ କରିବା। କେଜ୍‌ରିୱାଲ ମୋତେ ଥରେ କହିଥିଲେ ଯେ ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି କିମ୍ବା ମୁଁ ଖଲିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି।
ନିକଟରେ ଆବୋହରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ଆମ ଆଦମୀ ଦଳର ନେତା କୁମାର ବିଶ୍ୱାଙ୍କ ଅଭିଯୋଗ ଉପରେ କେଜ୍‌ରିଓ୍ବାଲଙ୍କୁ ଘେରି ଥିଲେ। ତାଙ୍କ ଉଦ୍ଦେଶ୍ୟ ଅଧିକ ବିପଜ୍ଜନକ ବୋଲି ମୋଦି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୀଡ଼ିତାଙ୍କ ଭାଇ, ଅଭିଯୁକ୍ତ ସନ୍ଦୀପ୍‌ଙ୍କ ମଧ୍ୟରେ ହୋଇଥିଲା ୫ ଘଣ୍ଟା କଥାବାର୍ତ୍ତା

ଲକ୍ଷ୍ନୌ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ଘଟଣାରେ ନୂଆ ନୂଆ ଖବର ମିଳିବାରେ ଲାଗିଛି। ଏବେ କୁହାଯାଉଛି ଯେ, ପୀଡ଼ିତାଙ୍କ ଭାଇ ଏବଂ ଅଭିଯୁକ୍ତ...

ଚାଇନା ପ୍ରକଳ୍ପକୁ ନେଇ ପାକିସ୍ତାନକୁ ସତର୍କ କରାଇଲା ଆମେରିକା

ଓ୍ବାଶିଂଟନ,୨୩ା୧୧: ଚାଇନା ଭିତ୍ତିଭୂମି ପ୍ରକଳ୍ପ ସହ ପାକିସ୍ତାନ ଯଦି ଦୀର୍ଘଦିନ ଜଡିତ ରହେ ତେବେ ଏହା ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ଆମେରିକା ଚେତାଇ...

ଧର୍ମାନ୍ତରୀକରଣ ସନ୍ଦେହରେ ବୋମା ମାଡ଼

ନୀମୁଚ୍‌(ଏମ୍‌ପି), ୩।୧୦: ମଧ୍ୟପ୍ରଦେଶର ନୀମୁଚ୍‌ ଜିଲା ଅଧୀନ ଜଓ୍ବାଦ ତହସିଲ ଅଞ୍ଚଳରେ ଧର୍ମାନ୍ତରୀକରଣ ସନ୍ଦେହରେ କିଛି ମୁଖା ପିନ୍ଧା ବ୍ୟକ୍ତି ଭଙ୍ଗାରୁଜା କରିଛନ୍ତି। ଏପରି କି...

ମୁସେ ୱାଲା ହତ୍ୟା ମାମଲା: ଏସଆଇଟି କରିବ ଯାଞ୍ଚ, ଏବେ ପର୍ଯ୍ୟନ୍ତ ୨ ଗିରଫ, ହତ୍ୟା ପାଇଁ ନିଜକୁ ଦାୟି କଲେ କାନାଡାରେ ଥିବା ଗୋଲଡି ବରାର

ଚଣ୍ଡିଗଡ଼,୩୦ ।୫: ପଞ୍ଜାବି ସିଙ୍ଗର ତଥା କଂଗ୍ରେସ ନେତା ମୁସେ ୱାଲା ହତ୍ୟାକାଣ୍ଡର ଯାଞ୍ଚ କରିବାକୁ ଏସ୍‌ଆଇଟି ଗଠନ କରାଯାଇଛି । ମୁସେ ୱାଲା କିଏ?...

ପରିବାରବାଦକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି

କାସଗଞ୍ଜ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାସଗଞ୍ଜର ପଟିୟାଲିରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜି ପଣ୍ଡିତ ଦିନଦୟାଲଙ୍କ...

ଡିମ୍ପଲଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୧୫।୧୧: ଉତ୍ତରପ୍ରଦେଶର ମୈନପୁରୀ, ରାମପୁର ଏବଂ ଖତୌଲି ଆସନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୈନପୁରୀ ଉପବିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ...

୧୨୪୩୦ ସ୍ମାର୍ଟ କ୍ଲାସ୍‌ ରୁମ୍‌ ଲୋକାର୍ପିତ, ୭୫ ବର୍ଷର କାମ ୭ ବର୍ଷରେ ହୋଇଛି, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୨୪୩୦ ସ୍ମାର୍ଟ କ୍ଲାସ୍‌ ରୁମ୍‌ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଯାହା ୭୫...

ଏମସିଡି ନିର୍ବାଚନ ପାଇଁ ଦିଲ୍ଲୀର ସମସ୍ତ ସରକାରୀ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୩ ।୧୨: ଦିଲ୍ଲୀରେ ଆସନ୍ତା କାଲି ଅର୍ଥାତ୍ ୪ ଡିସେମ୍ବର ରବିବାର ନଗର ନିଗମ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୪ର...

Advertisement
Archives

Model This Week