Posted inଜାତୀୟ

ରମଜାନକୁ ନେଇ ରାଜ ଠାକରେଙ୍କ ବିବାଦୀୟ ବୟାନ

ମୁମ୍ବାଇ,୩ ।୪: କର୍ନାଟକରେ ଉଠିଥିବା ହିଜାବ ବିବାଦ ତୁଟି ନ ଥିବା ବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଗିଥିବା ଲାଉଡ ସ୍ପିକର ହଟାଇବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଶନିବାର ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ ଗୁଡି ପଡୱା(ନୂଆ ବର୍ଷ) ଅବସରରେ କହିଛନ୍ତି ମସଜିଦରୁ ମାଇକ ହଟାଇବାକୁ ପଡିବ । ଏହା ମାଧ୍ୟମରେ ରାଜ ଠାକରେ ପୁଣିଥରେ ହିନ୍ଦୁତ୍ୱ କଥା ଉଠାଇଛନ୍ତି ।
କରୋନା ମହାମାରୀ କାରଣରୁ ୨ ବର୍ଷ ପରେ ଶିବାଜୀ ପାର୍କରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର କର୍ମୀ ସମ୍ମିଳନୀରେ ରାଜ ଠାକରେ ସମ୍ବୋଧନ ଦେଉଥିଲେ । ସେ କହିଥିଲେ ମୁଁ ଧର୍ମାନ୍ଧ ନୁହେଁ ବରଂ ଧର୍ମ ଅଭିମାନୀ । ମୁଁ ଖୁବ ଶୀଘ୍ର ଅଯୋଧ୍ୟା ଗସ୍ତ କରିବି ଓ ରାମଲଲାଙ୍କ ଦର୍ଶନ କରିବି ।
ରାଲିକୁ ସମ୍ବୋଧିତ କରିବା ଅବସରରେ ରାଜ ଠାକରେ କହିଥିଲେ ମୁଁ ନମାଜ ବିରୋଧରେ ନୁହଁ । ହେଲେ ସରକାର ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ନିଷ୍ପତ୍ତି ନିଅନ୍ତୁ । ମୁଁ ଏବେ ଚେତାବନୀ ଦେଉଛି ଲାଉଡ ସ୍ପିକର ହଟାଇ ଦିଅନ୍ତୁ ନଚେତ ମସଜିଦ ସାମ୍ନାରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା ବାଜାଯିବ । ସେ ଆହୁରି ମଧ୍ୟ କହିଛନ୍ତି ମୋତେ ଖୁସି ଲାଗୁଛି ଉତ୍ତର ପ୍ରଦେଶ ପ୍ରଗତି କରୁଛି ମହାରାଷ୍ଟ୍ର ବି ପ୍ରଗତି କରିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

ପାଓ୍ବାରଙ୍କ ଘରେ ବସିଲା ବିରୋଧୀ ନେତାଙ୍କ ବୈଠକ: ସାମିଲ ହେଲାନି ଟିଏମ୍‌ସି

ନୂଆଦିଲ୍ଲୀ,୨୩।୩: ଇଭିଏମ୍‌ ପ୍ରସଙ୍ଗକୁ ନେଇ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ବାସଭବନରେ ଗୁରୁବାର ବିରୋଧି ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମାଜବାଦୀ...

ମୋଦିଙ୍କୁ ହରାଇଲେ ମମତା

ନୂଆଦିଲ୍ଲୀ/କୋଲକାତା/ଚେନ୍ନାଇ/ଥିରୁଭାନନ୍ତପୁରମ/ଗୁଆହାଟୀ,୩।୫: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ଖେଳରେ ବାଜି ମାରିଛନ୍ତି ଦିଦି। ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାର ଭୋଟ ଗ୍ରହଣ କରାଯାଇଥିବା ୨୯୨ ଆସନରୁ...

ମୋଦି-ଟ୍ରମ୍ପ୍‌ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ...

୬ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ

ନୂଆଦିଲ୍ଲୀ, ୨୩।୫(ପି.ଟି.): ଭାରତରେ ଦୈନିକ ସଂକ୍ରମଣ କ୍ରମାଗତ ୬ ଦିନ ହେଲା ୩ ଲକ୍ଷ ତଳେ ରହିଛି। ଶନିବାର ସକାଳ ୮ଟା ସୁଦ୍ଧା ଗତ ୨୪...

ଭାରତୀୟ ସେନାର କରୋନା ମୁକାବିଲା: ପ୍ରଥମଥର ପାଇଁ ୩୫% ଅଧିକାରୀ-୫୦% ଜେସିଓ ସପ୍ତାହେ ପାଇଁ ଘରେ ରହି କରିବେ କାମ

ନୂଆଦିଲ୍ଲୀ,୨୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପ୍ରଥମଥର...

ସମୁଦ୍ରରେ ବୁଡ଼ିଲା ୧୫ ଡଙ୍ଗା, ୮ ଧୀବର ନିଖୋଜ…

ଅହମଦାବାଦ,୨।୧୨: ଗୁଜୁରାଟର ଗିର ସୋମନାଥରେ ବୁଧବାର ରାତିରେ ଲଗାତାର ବର୍ଷା ଏବଂ ପ୍ରବଳ ପବନ ଯୋଗୁ ମାଛ ଧରିବାକୁ ଯାଇଥିବା ୧୩ ରୁ ୧୫ଟି ଡଙ୍ଗା...

ପାର୍ଲାମେଣ୍ଟରେ ମହାରାଷ୍ଟ୍ର ତାତି: ହଟ୍ଟଗୋଳ ଯୋଗୁ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତିକୁ ନେଇ ସୋମବାର ପାର୍ଲାମେଣ୍ଟରେ ଜୋରଦାର ହଟ୍ଟଗୋଳ ହେବା ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଲୋକ ସଭାରେ...

ମିଥ୍ୟା ନପୁଂସକତା ଅଭିଯୋଗ ନିଷ୍ଠୁରତା

ନୂଆଦିଲ୍ଲୀ, ୨୨।୧୧(ପି.ଟି.): ମିଥ୍ୟା ନପୁଂସକତା ଅଭିଯୋଗ ଆଣିବା ନିଷ୍ଠୁରତା ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା...

Advertisement
Archives

Model This Week