ସବୁଥାଇ ପଛୁଆ

ଆମ ରାଜ୍ୟରେ ଭିତ୍ତିଭୂମିର ଅଭାବ ରହିଛି କିମ୍ବା ପରିବେଶ ଓ ପରିସ୍ଥିତି ପ୍ରଭାବରେ ଉପତ୍ାଦନ କ୍ଷମତା ହ୍ରାସ ପାଉଛି, ସେସବୁର ନିଷ୍କର୍ଷ ବାହାର କରିବାକୁ ହେଲେ ଅନ୍ୟ ରାଜ୍ୟର ପାରିପାର୍ଶ୍ୱିକ ସ୍ଥିତି ସହିତ ଆମକୁ ତୁଳନାତ୍ମକ ବିଚାର କରିବାକୁ ପଡ଼ିବ। ଆମର କେଉଁ ଜିନିଷ ବିଶ୍ୱସ୍ତରୀୟ ଅଥଚ ଭିତ୍ତିଭୂମିର ବିକାଶ ହୋଇପାରିନଥିବାରୁ ତାହା ଲୋକଲୋଚନର ଆଢୁଆଳରେ ରହିଯାଇଛି ସେସବୁକୁ ବୁଝିବାକୁ ହେବ। ଏମିତିରେ ଆଜିକାଲି ଜମିବାଡ଼ି ପଡ଼ିଆ, ଗୋରୁଙ୍କ ଚରାଭୂଇଁ ପାଲଟିଛି। ଅନେକ ସମୟରେ ଅଦିନିଆ ଝଡ଼ବର୍ଷା ଚାଷୀମାନଙ୍କ ଅଣ୍ଟା ଭାଙ୍ଗି ଦେଉଛି।
ଅତୀତକୁ ଗଲେ ଜଣାପଡ଼ିବ ଆଗକାଳେ ପ୍ରତି ଘରେ ଋତୁ ଅନୁଯାୟୀ ଜହ୍ନି, ଛଚିନ୍ଦ୍ରା, କାକୁଡି, କଖାରୁ, ପୋଇ ଆଦି ପନିପରିବା ଭାଡିରେ ମାଡୁଥିଲା। ବାରିଘରେ ଅମୃତଭଣ୍ଡା, ବିଲାତି ସହିତ ବିଭିନ୍ନ ପ୍ରକାରର ଶାଗ ମିଳୁଥିବାରୁ ବଜାରରୁ ବିଶେଷ ପନିପରିବା ଘରକୁ ଆଣିବାକୁ ପଡୁନଥିଲା। ପ୍ରତି ଘର ଆଗରେ ପ୍ରାୟ ଗୋଟେ ଦୁଇଟା ସଜନା ଗଛ ଥିଲା। ଏବେ ଏସବୁ ଘରମାନଙ୍କରେ ଉପଲବ୍ଧ ହେବା ସ୍ବପ୍ନ। ଏଠି ଇଣ୍ଡଷ୍ଟ୍ରି ନାହିଁ, ନିଯୁକ୍ତିର ସୁଯୋଗ ନାହିଁ। ରାଜ୍ୟ ବେକାରି ସମସ୍ୟା ପରି ଅସରନ୍ତି ସମସ୍ୟାରେ ଭାରାକ୍ରାନ୍ତ। ସେଥିରେ ପୁଣି ସମୟେ ସମୟେ ବାତ୍ୟା, ଲଘୁଚାପଜନିତ ବର୍ଷାରେ ଚାଷୀକୁଳର କ୍ଷତି ହୋଇଚାଲିଛି। ପ୍ରତିକୂଳ ପରିବେଶରେ ଶୀତଳ ଭଣ୍ଡାରର ଅଭାବରୁ ଚାଷୀମାନେ ଚାଷକାମରୁ ମୁହଁ ଫେରାଇ ନେଉଛନ୍ତି। କ୍ୱିଚିତ୍‌ ଲୋକ ଚାଷ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସେଥିପାଇଁ ସେମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହନ୍ତି।
ବିଲରେ ଖଟିବାକୁ ଏଠାକାର ଲୋକେ ରାଜି ହେଉ ନ ଥିବାରୁ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ କିମ୍ବା ତେଲଙ୍ଗାନାରୁ ଲୋକଙ୍କୁ ଅଣାଯାଉଛି ା ଫଳତଃ ସେମାନେ ଏଠିକାର ସ୍ଥାୟୀ ବାସିନ୍ଦା ପାଲଟିଯାଉଛନ୍ତି! ଆଉ କିଛି କାମ ଆଳରେ ଆମ ରାଜ୍ୟକୁ ଆସି ବର୍ଷ ବର୍ଷ ଧରି ରହିଯାଇ ଜମିବାଡି ପଟ୍ଟା ପାଇବାକୁ ଆବେଦନ କଲେଣି! ଏସବୁ ପାଇଁ କେଉଁଠି ନା କେଉଁଠି ଲୋକଙ୍କର ଅଳସୁଆମି, ବୀତସ୍ପୃହତା ଓ ପ୍ରଶାସନିକ ବ୍ୟବସ୍ଥା ଦାୟୀ। ଫଳରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଅନ୍ୟ ରାଜ୍ୟ ତୁଳନାରେ ପଛୁଆ। ବହୁ ସମୟରେ ବିଭିନ୍ନ ରାଜ୍ୟରୁ ପନିପରିବା ପରି ଅନେକ ଜିନିଷ ଆମଦାନୀ କରିବାକୁ ହେଉଛି। ଅବଶ୍ୟ ଓଡ଼ିଶା କନ୍ଦମୂଳ ଓ ପାଳଛତୁ ଉପତ୍ାଦନରେ ଭାରତରେ ପ୍ରଥମ। ବାଇଗଣ, କୋବି ଉପତ୍ାଦନରେ ଦ୍ୱିତୀୟ ଓ କାଜୁ ଉପତ୍ାଦନରେ ତୃତୀୟ ସ୍ଥାନ ଅଧିକାର କରିଛି। ତେବେ ବି ଭିତ୍ତିଭୂମିର ବିକାଶ ହୋଇପାରି ନ ଥିବାରୁ ଚାଷ ବିଶେଷ ଭାବେ ପ୍ରଭାବିତ ହେଉଛି। ବିଭିନ୍ନ ଫଳ, ପିଆଜ, ରସୁଣ ଓ ଅନ୍ୟାନ୍ୟ ପନିପରିବା ଉପତ୍ାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ନୁହେଁ। ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଆମ ରାଜ୍ୟ ସହିତ ଆନ୍ଧ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ପରି ତଟବର୍ତ୍ତୀ ରାଜ୍ୟଗୁଡିକରେ ପାଖାପାଖି ସମାନ କ୍ଷୟକ୍ଷତି କରୁଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକ ଏହାର ଯଥାସମ୍ଭବ ମୁକାବିଲା କରିପାରୁଛନ୍ତି। କିନ୍ତୁ ଆମ ରାଜ୍ୟ ସେସବୁର ମୁକାବିଲା କରିବାରେ ସେତେ ପରିପକ୍ୱ ନୁହେଁ। କାରଣ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଆମଠାରୁ ଆଗୁଆ।
ଋତୁଭିତ୍ତିକ ଚାଷକାର୍ଯ୍ୟ ସହିତ ବୈଷୟିକ କଳାକୁଶଳତା ସେମାନଙ୍କ କୃଷିକୁ ଅଧିକ ମଜଭୁତ କରିପାରିଛି, ଯାହା ଓଡ଼ିଶାରେ ଏଯାଏ ସମ୍ଭବ ହୋଇପାରୁନାହିଁ। ତଥାକଥିତ ପୁରୁଣା ପ୍ରଣାଳୀ ଦ୍ୱାରା କାମ ହେଉଥିବାରୁ ଅଭିବୃଦ୍ଧି ହାର ଅନ୍ୟ ରାଜ୍ୟଗୁଡିକଠାରୁ ପଛରେ। ଆଉ ଏକ କାରଣ ହେଲା -ସେମାନେ ନିଜ ପ୍ରାକୃତିକ ସମ୍ବଳର ଉପଯୁକ୍ତ ବିନିଯୋଗ କରୁଛନ୍ତି। ପଶ୍ଚିମବଙ୍ଗରୁ ଆଳୁ, ଚାଉଳ ପରି ଅନେକ ଜିନିଷ ଓଡ଼ିଶାକୁ ରପ୍ତାନି ହେଉଛି। ଝୋଟ ଉପତ୍ାଦନ ପାଇଁ ପଶ୍ଚିମବଙ୍ଗ ଉପରେ ଅନ୍ୟ ରାଜ୍ୟଗୁଡିକ ନିର୍ଭରଶୀଳ। ଓଡ଼ିଶାରେ ପ୍ରଚୁର ଖଣିଜ ପଦାର୍ଥ ରହିଛି ସତ କିନ୍ତୁ କୃଷି ପ୍ରଣାଳୀ ଅନ୍ୟମାନଙ୍କ ତୁଳନାରେ ସମୃଦ୍ଧ ନୁହେଁ। ଅତୀତରେ ଝୋଟ ଉପତ୍ାଦନରେ ଆଗୁଆ ଥିଲା ଆମ ରାଜ୍ୟ। ଏବେ ତଳକୁ ଖସିଛି।
ଆନ୍ଧ୍ରପ୍ରଦେଶ ହେଉଛି ଭାରତର ଭାତହାଣ୍ଡି। ବିଭିନ୍ନ ଖଣିଜପଦାର୍ଥରେ ଭରପୂର ଥିବା ଏହି ରାଜ୍ୟ କଦଳୀ, ଆମ୍ବ ଚାଷ ପାଇଁ ପ୍ରସିଦ୍ଧ। ସାମୁଦ୍ରିକ ଜୀବ ରପ୍ତାନିରେ ଆନ୍ଧ୍ରପ୍ରଦେଶର ପ୍ରମୁଖ ଭୂମିକା ରହିଛି। କେରଳର କିଛି ଅଂଶକୁ ପୂର୍ବତଟବର୍ତ୍ତୀ ଅଞ୍ଚଳରେ ସାମିଲ୍‌ କରାଗଲେ ଜଣାଯିବ ଯେ ଏହା ଛୋଟ ହେଲେ ମଧ୍ୟ ବିଭିନ୍ନ ମସଲାମସଲି, ରବର, କଫି, ଚା, ନଡ଼ିଆ, ଗୋଲମରିଚ, କଦଳୀ ଉପତ୍ାଦନରେ ବେଶ୍‌ ସକ୍ରିୟ। ତାମିଲନାଡୁ କଫି, ଲଙ୍କା, ରବର, ଗୋଲମରିଚ, କଦଳୀ ଚାଷରେ ଆଗୁଆ। ଦକ୍ଷିଣ ଭାରତର କଫି, ଆଖୁ, ରବର ବିଭିନ୍ନ ଚାରାଗଛ ଓଡ଼ିଶାକୁ ଆସେ। ଦକ୍ଷିଣ ଭାରତରେ ପ୍ରଚୁର ଫୁଲ ଚାଷ ହୁଏ। ସେମାନେ ବାହାରକୁ ରପ୍ତାନି କରି ବି ନିଜର ଚାହିଦା ପୂରଣ କରିଥାନ୍ତି। ବଡ଼କଥା ହେଲା ସେମାନେ ପରିଶ୍ରମୀ। ବିଭିନ୍ନ କାମରେ ବ୍ୟସ୍ତ ରହିବାକୁ ପସନ୍ଦ କରନ୍ତି। ଦକ୍ଷିଣ ଭାରତର ରାସ୍ତା ଓ ପର୍ଯ୍ୟଟନ ଶିଳ୍ପ ମଧ୍ୟ ବେଶ୍‌ ସୁଦୃଢ଼। ସେମାନଙ୍କ ଘରର ମହିଳାମାନେ ଘରକାମ ସହିତ ବାହାର କାମ ତୁଲାନ୍ତି। ସେ ଅନୁସାରେ ଆମ ରାଜ୍ୟରେ ପ୍ରାକୃତିକ ସମ୍ବଳ କମ୍‌ ନାହିଁ। କିନ୍ତୁ ସେସବୁର ଠିକ୍‌ ବିନିଯୋଗ ହୋଇପାରେ ନାହିଁ। ସେଥିପାଇଁ ମାନସିକତାର ଅଭାବ ପରିଲକ୍ଷିତ ହୁଏ।
ଦେଶବିଦେଶରେ ଆମ ରାଜ୍ୟର ହସ୍ତତନ୍ତର ଖୁବ୍‌ ଚାହିଦା। କୁଟୀରଶିଳ୍ପକୁ ମଧ୍ୟ ଏଥିରେ ସାମିଲ୍‌ କରାଯାଇପାରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବା ଷାଠିଏ ପଉଟିରୁ ଜଣାପଡ଼େ କେତେ ପ୍ରକାରର ଖାଦ୍ୟ ଓଡ଼ିଶା ସଂସ୍କୃତିରେ ଭରିରହିଛି। ସେ ଅନୁସାରେ ଆମ ପାରମ୍ପରିକ ଖାଦ୍ୟ ବିଶ୍ୱସ୍ତରୀୟ ହେବା କଥା କିନ୍ତୁ ସଚେତନତାର ଅଭାବ ହେତୁ ପ୍ରଚାର ପ୍ରସାର ହୋଇପାରୁନାହିଁ।

ଡ. ମୌସୁମୀ ପରିଡ଼ା

ଜଗତସିଂହପୁର।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?