Posted inଜାତୀୟ

ଅଲୱର ନାବାଳିକା ମାମଲାର ନୂଆ ମୋଡ: ଭିନ୍ନ କଥା କହୁଛି ମେଡିକାଲ ବୋର୍ଡ ଯାଞ୍ଚ ରିପୋର୍ଟ

ଅଲୱର,୧୫ ।୧: ରାଜସ୍ଥାନର ଅଲୱରରେ ମାନସିକ ବିକାର ଗ୍ରସ୍ତ ଜଣେ ନାବାଳିକାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଅନୁମାନ କରାଯାଉଥିଲା କି ସେ ବଳାତ୍କାରର ଶିକାର ହୋଇଛନ୍ତି । ହେଲେ ଶୁକ୍ରବାର ପୋଲିସ କହିଛି ଏହି ମାମଲାରେ ମେଡିକାଲ ବୋର୍ଡ ଯେଉଁ ରିପୋର୍ଟ ଦେଇଛି ସେଥିରେ ବଳାତ୍କାର ହୋଇଥିବା କଥା ଉଲ୍ଲେଖ କରାଯାଇ ନାହିଁ । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାବାଳିକା ଜଣକ ନିଜେ ଘରୁ ବାହାରି ସହର ପର୍ଯ୍ୟନ୍ତ ଅଟୋରେ ଯାଇଥିଲେ । ଏହାର କିଛି ଭିଡିଓ ଓ ଟେକନିକାଲ ପ୍ରମାଣ ମିଳିଛି । କିନ୍ତୁ ସେ ପୋଲ ଉପରେ ଆହତ ଅବସ୍ଥାରେ କିପରି ପଡିଲେ ସେ ନେଇ ଯାଞ୍ଚ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ୧୪ ବର୍ଷର ଜଣେ ମାନସିକ ବିକାର ଗ୍ରସ୍ତ ନାବାଳିକାଙ୍କୁ ରାତିରେ ଅଲୱର ଜିଲାର ମାଲାଖେଡା ଥାନା ଅଞ୍ଚଳରେ ଗୋଟିଏ ପୋଲ ଉପରେ ଅସଞ୍ଜତ ଅବସ୍ଥାର ପଡିଥିବା ବେଳେ ଉଦ୍ଧାର କରାଯାଇଥିଲା । ଏହାସହ ତାଙ୍କ ଶରୀରରେ ଗଭିର ଆଘାତ ଲାଗିଥିଲା । ଏବେ ଜୟପୁର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ମହାସାଗର ଉପରେ ସତର୍କଦୃଷ୍ଟି

ନୂଆଦିଲ୍ଲୀ,୩୦ା୬: ଭାରତ ମହାସାଗରୀୟ ଅଞ୍ଚଳଗୁଡ଼ିକରେ ସତର୍କଦୃଷ୍ଟି ରଖିଛି ଭାରତୀୟ ନୌସେନା। ପୂର୍ବ ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନା ସହ ରକ୍ତାକ୍ତ ସଂଘର୍ଷ ଓ ୨୦...

୫ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଗୁପ୍ତ ତଥ୍ୟ, ସାଇବର ଠକେଇ ଟ୍ରେନିଂ କ୍ୟାମ୍ପ୍‌ ପାଲଟିଛି ଝାଡ଼ଖଣ୍ଡ…

ନୂଆଦିଲ୍ଲୀ, ୭।୨ : ଅନଲାଇନ ଠକେଇ ସମ୍ପ୍ରତି ବଢ଼ି ଚାଲିଛି। ସାଇବର ଠକେଇ ଅପରାଧ ଏବେ ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ବହୁ ଲୋକ...

ରବିନା, ଭାରତି, ଫରହାଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୨୬।୧୨: ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ମେକର ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂଙ୍କ ନାଁରେ ଆସିଛି ଅଭିଯୋଗ। ଅଜନାଲା(ଅମୃତସର) ଡିଏସ୍‌ପି ସୋହନ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୧।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗରର ଜାଦିବଲରେ କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଖବର...

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌

ରାୟପୁର,୭।୧୧: ଛତିଶଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବିଜାପୁର ଜିଲାର ଜେରେପଲ୍ଲୀ ଗାଁ ନିକଟରେ ଥିବା ଜଙ୍ଗଲରେ କିଛି ମାଓବାଦୀ ଲୁଚି ଥିବା ଖବର ପାଇ ସିଆର୍‌ପିଏଫ୍‌...

ଗୋଟିଏ ସମ୍ପ୍ରଦାୟକୁ ବିରିୟାନି ଖୁଆଇଥିଲା ଏଏପି: ପର୍‌ଭେଶ୍‌

ନୂଆଦିଲ୍ଲୀ,୯ା୨: ଭୋଟ ଦିନ ପୁଣି ଥରେ ଭାଜପାର ବିବାଦୀୟ ଏମ୍‌ପି ପର୍‌ଭେଶ ବର୍ମା ତାଙ୍କ ଅଭିଯୋଗକୁ ଦୋହରାଇଛନ୍ତି। ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଶାହିନବାଗ୍‌, ସିଲମପୁର...

ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ପୁଣି ଥରେ ଏମ୍ସ ଯାଇପାରନ୍ତି ଶାହ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏବେ ସେ ଲାଇଫ୍‌ ସପୋର୍ଟରେ ଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ...

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷରେ ବଢ଼ିଛି ୨୨ ଲକ୍ଷ…

ନୂଆଦିଲ୍ଲୀ,୨୫।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବାର୍ଷିକ ଆୟ, ବ୍ୟାଙ୍କ...

Advertisement
Archives

Model This Week