କଂସାରିଗୁଡ଼ାରେ ହେବ ଆଲୁମିନା ରିଫାଇନେରି

ଭୁବନେଶ୍ୱର,(ଅନିଲ ଦାସ)/ରାୟଗଡ଼ା,(ଆଶିଷ ରଞ୍ଜନ ପଣ୍ଡା), ୬।୧୦:ରାୟଗଡ଼ା ଜିଲା କାଶୀପୁର ବ୍ଲକ କଂସାରିଗୁଡ଼ାଠାରେ ଏକ ଆଲୁମିନା ରିଫାଇନେରି ସ୍ଥାପନ ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଏବଂ ହିଣ୍ଡାଲ୍‌କୋ ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁରେ ଓଏମ୍‌ସି ଏମ୍‌ଡି ବଳବନ୍ତ ସିଂ ଏବଂ ହିଣ୍ଡାଲ୍‌କୋ ଏମ୍‌ଡି ସତୀଶ ପାଇ ସ୍ବାକ୍ଷର କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହି ଏମ୍‌ଓୟୁ ସ୍ବାକ୍ଷର ଯୋଗୁ ଶିଳ୍ପ ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ପୂର୍ବ ଭାରତରେ ଓଡ଼ିଶାକୁ ଏକ ଶିଳ୍ପ ହବ୍‌ରେ ପରିଣତ କରିବା କେବଳ ଏକ ଅଭିଳାସ ନୁହେଁ ଏକ ମିଶନ। ଏହି ପ୍ରୟାସରେ ସମସ୍ତେ ସାମିଲ ହୋଇ ଭବିଷ୍ୟତର ସାମାଜିକ-ଅର୍ଥନୈତିକ ବିକାଶ ସହିତ ଓଡ଼ିଶାର ଚମକକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ପ୍ରକଳ୍ପ ଶୀଘ୍ର ତ୍ୱରାନ୍ବିତ କରିବାକୁ ଏବଂ ସ୍ଥାନୀୟ ଲୋକମାନଙ୍କ ଜୀବନରେ ଏକ ଦୃଶ୍ୟମାନ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ରାୟଗଡ଼ାବାସୀଙ୍କ ସହଯୋଗ କାମନା କରିଛନ୍ତି। ଓଏମ୍‌ସି ଜରିଆରେ ଶିଳ୍ପଗୁଡ଼ିକୁ ସହାୟତା କରିବାକୁ ରାଜ୍ୟ ସରକାର ଦୀର୍ଘକାଳୀନ ଖଣିଜ ନୀତି ଆଣିଛନ୍ତି। ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମେକ୍‌ ଇନ୍‌ ଓଡ଼ିଶାର ପ୍ରୟାସ କ୍ଷେତ୍ରରେ ଏହି ଏମ୍‌ଓୟୁ ଏକ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‌ ୮ ହଜାର କୋଟି ଟଙ୍କା ବିନିଯୋଗ କରିବ। ରିଫାଇନେରି ପ୍ରତିଷ୍ଠା ହେବା ଦ୍ୱାରା ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହିତ କଥାହେବା ସହ କାରଖାନା ପ୍ରତିଷ୍ଠା ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଜମି ଅଧିଗ୍ରହଣ ହେବାର ଦୀର୍ଘ ୧୭ବର୍ଷ ପରେ ଏବେ କାରଖାନା ସ୍ଥାପନ ପାଇଁ ବାଟ ଖୋଲିଥିବାରୁ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଶିଳ୍ପ ପାଇଁ ଲୋକମାନଙ୍କ ଅଂଶୀଦାର ଅତ୍ୟନ୍ତ ଆବଶ୍ୟକ। ଖଣି ସମୃଦ୍ଧ ଅଞ୍ଚଳର ଆଦିବାସୀମାନଙ୍କ ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ।
ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‌ ବିର୍ଲା ଯୋଗଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଗତ କିଛି ଦଶନ୍ଧି ଧରି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକଶିତ ହୋଇଛି। ଆଗାମୀ ଦିନରେ ଓଡ଼ିଶା ସରକାର ଓ ହିଣ୍ଡାଲ୍‌କୋର ମିଳିତ ସହଭାଗିତା ସାମଗ୍ରିକ ବିକାଶ ପାଇଁ ଏକ ଉଦାହରଣ ସୃଷ୍ଟି କରିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ। ଖଣି ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଇଡ୍‌କୋ ଏମ୍‌ଡି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପି.କେ. ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜ୍ୟ ସରକାର ଏବଂ ହିଣ୍ଡାଲ୍‌କୋର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ରାୟଗଡ଼ା ଜିଲାପାଳ ସ୍ବଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଭିଡିଓ କନ୍‌ଫରେନ୍ସରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ବିସ୍ଥାପିତ ଓ ପ୍ରଭାବିତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri