ପୁଣି ବଢ଼ିଲା ସମ୍ପତ୍ତି ତାଲିକା ଦାଖଲ ଅବଧି

ଭୁବନେଶ୍ବର, ୧୯ା୮(ବ୍ୟୁରୋ):ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସରକାରୀ ଅଧିକାରୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବାରେ ଆଗ୍ରହ ଦେଖାଉନାହାନ୍ତି। ନିୟମତଃ ଗ୍ରୁପ୍‌ ‘ଏ’ ଠାରୁ ଆରମ୍ଭ କରି ଗ୍ରୁପ ‘ଡି’ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ସମ୍ପତ୍ତି ତାଲିକା ପ୍ରତ୍ୟେକ ବର୍ଷ ଜାନୁୟାରୀ ୧ ତାରିଖ ସୁଦ୍ଧା ଦାଖଲ କରିବା କଥା। ହେଲେ ୨୦୨୧ ଜାନୁୟାରୀ ୧ ସୁଦ୍ଧା ଦାଖଲ କରିବାକୁ ଥିବା ତାଲିକା ଏପର୍ଯ୍ୟନ୍ତ ବହୁ ଅଧିକାରୀ କରିନାହାନ୍ତି। ଏନେଇ ଏକାଧିକ ବାର ଅବଧି ବୃଦ୍ଧି କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ। ଏଭଳିସ୍ଥିତିରେ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଉ ଥରେ ଅବଧିକୁ ବୃଦ୍ଧି କରାଯାଇ ସେପ୍ଟେମ୍ବର ୩୦ସୁଦ୍ଧା ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିବାକୁ ଚିଠି କରାଯାଇଛି।
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଆର୍‌ଡିସି ଏବଂ ଜିଲାପାଳମାନଙ୍କୁ ଏହି ଚିଠି ପଠାଯାଇଛି। ଏଥିରେ ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ ୧ ଜାନୁୟାରୀ ୨୦୨୧ରୁ ୩୧ ଡିସେମ୍ବର ୨୦୨୧ ମଧ୍ୟର ସମସ୍ତ ସମ୍ପତ୍ତି ତାଲିକାକୁ ସେପ୍ଟେମ୍ବର ୩୦ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ସରକାରୀ ଅଧିକାରୀମାନେ ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ୍‌, ୨୦୨୧ ଅନୁଯାୟୀ ସମସ୍ତ କର୍ମଚାରୀ ପ୍ରକୃତ ସମ୍ପତ୍ତି ତାଲିକା ଜାନୁୟାରୀ ୧ କିମ୍ବା ସେହି ବର୍ଷ ଜାନୁୟାରୀ ୩୧ ସୁଦ୍ଧା ଦାଖଲ କରିବା କଥା। ତେବେ ୨୦୨୧ ବର୍ଷର ତାଲିକା ଯାହା ୩୧ ଜାନୁୟାରୀ ୨୦୨୨ ସୁଦ୍ଧା କରିବା କଥା ତାହାର ସମୟ ସୀମା ରାଜ୍ୟ ସରକାର ୩୦ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ବଢାଇଥିଲେ। ହେଲେ ବହୁ ଅନୁରୋଧ ପରେ ଏହି ସମୟ ଅବଧିକୁ ଆଉ ଥରେ ବୃଦ୍ଧି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସମ୍ପତ୍ତି ତାଲିକା ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ଦାଖଲ କରିପାରିବେ। ତେବେ ସବୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନ କରି ଏହା ପୂର୍ବରୁ ସମ୍ପତ୍ତି ତାଲିକା ଦାଖଲ କରିବା ଲାଗି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri