Posted inଜାତୀୟ

ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ମାମଲାରେ ନୂଆମୋଡ଼

ଲକ୍ଷ୍ନୌ,୨୯।୮: ପ୍ରେମ ସମ୍ପର୍କ ଏବଂ ଦୁର୍ନୀତି ସମେତ ଅନେକ ଗୁରୁତର ଅଭିଯୋଗରେ ଘେରି ରହିଥିବା ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କୁ ଆଶ୍ୱସ୍ତି ମିଳିଛି। ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ତାଙ୍କ ବିରୋଧରେ ସ୍ବାମୀ ଆଲୋକ ମୌର୍ଯ୍ୟ ଆଣିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି। ସୋମବାର ତଦନ୍ତ କମିଟି ସମ୍ମୁଖରେ ଆଲୋକ ଏହି ବିଷୟରେ ଏକ ଆବେଦନ ଦାଖଲ କରିଥିଲେ। କମିଟି ଏକ କିମ୍ବା ଦୁଇ ଦିନ ମଧ୍ୟରେ ବିଭାଗୀୟ କମିଶନରଙ୍କ ନିକଟରେ ରିପୋର୍ଟ ଦାଖଲ କରିବ।
ଜ୍ୟୋତିଙ୍କ ବିରୋଧରେ ଦୁର୍ନୀତି ସହ ଜଡିତ ହେବା ସହିତ ଆଲୋକ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ସରକାରଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ସରକାରଙ୍କ ନିର୍ଦ୍ଦେଶରେ ବିଭାଗୀୟ କମିଶନର ବିଜୟ ବିଶ୍ୱ ପନ୍ତ ଅତିରିକ୍ତ କମିଶନର ଅମୃତ ଲାଲ ବିନ୍ଦଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଅନୁସନ୍ଧାନ କମିଟି ଗଠନ କରିଥିଲେ।
କମିଟି ପୂର୍ବରୁ ଅଗଷ୍ଟ ୯ରେ ପଚରାଉଚରା ପାଇଁ ଆଲୋକଙ୍କୁ ଡାକିଥିଲା। ସେହି ସମୟରେ ବିବୃତ୍ତି ରେକର୍ଡ କରିବା ଏବଂ ପ୍ରମାଣ ଯୋଗାଇବା ପାଇଁ ଆଲୋକ ୨୦ ଦିନ ସମୟ ମାଗିଥିଲେ। ଏହା ପରେ ୨୮ ଅଗଷ୍ଟରେ ଆଲୋକଙ୍କୁ ଡକାଗଲା। ଏହି କ୍ରମରେ ଆଲୋକ କମିଟି ନିକଟରେ ହାଜର ହୋଇଥିଲେ। କିନ୍ତୁ ବିବୃତ୍ତି ରେକର୍ଡ କରିବା ଏବଂ ଅଭିଯୋଗ ସପକ୍ଷରେ ପ୍ରମାଣ ପ୍ରଦାନ କରିବା ପରିବର୍ତ୍ତେ ସେ ସଦସ୍ୟମାନଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ କରିଥିଲେ। ଏଥିରେ ଲେଖାଥିଲା ଯେ, ସେ ବିନା କୌଣସି ଚାପରେ ଅଭିଯୋଗ ପ୍ରତ୍ୟାହାର କରୁଛନ୍ତି। ଏହା ବ୍ୟତୀତ ସେ କିଛି କହିବାକୁ ମନା କରିଦେଇଥିଲେ। ବର୍ତ୍ତମାନ ଜ୍ୟୋତି ମୌର୍ଯ୍ୟଙ୍କୁ ପଚରାଉଚରା ପାଇଁ ଡକାଯିବ ନାହିଁ କିମ୍ବା ଏହା ଉପରେ ମଧ୍ୟ ସେ ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି। ଯଦିଓ ଅଧିକାରୀମାନେ କହିଛନ୍ତି ଯେ, ଜ୍ୟୋତିଙ୍କୁ ପ୍ରଶ୍ନ କରିବା ପାଇଁ କୌଣସି ଆଧାର ବାକି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା ଅନୁଷ୍ଠିତ: ଏକର ପିଛା ଏତେ କୋଟି ଦାବି କଲେ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଯମୁନାପଶୀ ଓ ଚେମେଣା ପଞ୍ଚାୟତରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ଗୋଡି…

ଆଉ ୧୦ଦିନ ପରେ ଓଡ଼ିଶାରେ ପ୍ରଳୟ! ଏବେଠୁ ପ୍ରଭାବ ପଡିବା ଆରମ୍ଭ?

ଭୁବନେଶ୍ବର,୨୨ା୫: ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍‌ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ…

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ…

ସିଂହାସନୀ ପୀଠକୁ ଯାଉଥିବାବେଳେ ବାଟରେ ଘଟିଲା ଅଘଟଣ: ବସ୍‌-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ପୁରୁଷୋତ୍ତମପୁର,୨୨।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି -ଶିକୁଳା ରାସ୍ତାର ଲଡକାପଲ୍ଲୀଠାରେ ଶୁକ୍ରବାର ଏକ ବସ୍‌ ଓ ଅଟୋ ମଧ୍ୟରେ ଧକ୍କା ହୋଇଛି ।…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

ପ୍ରଥମଥର ପାଇଁ ପଞ୍ଚାୟତ ସମିତିରେ ଯୋଗଦେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ, କହିଲେ ମିଳିମିଶି କାମ କଲେ…

ଗଞ୍ଜାମ,୨୨।୫(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ପଞ୍ଚାୟତ ସମିତି ନବମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ।…

‘କକ୍ରୋଚ ଜନତା ପାର୍ଟି’ର ‘X ଆକାଉଣ୍ଟ’ ବ୍ୟାନ ପରେ ରାଗିଲେ ମହୁଆ ମୋଇତ୍ରା, କହିଲେ…

କୋଲକାତା,୨୨।୫: ‘କକ୍ରୋଚ ଜନତା ପାର୍ଟି’ର X ଆକାଉଣ୍ଟ ଏକ ବ୍ୟଙ୍ଗାତ୍ମକ ପୃଷ୍ଠା ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଥିଲା, ଏବେ ଏହା ଭାରତରେ…

‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’କୁ ଅଲିମ୍ପିଆନ ଅମିତ ରୋହିଦାସଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୨୨ା୫: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ ଅମିତ ରୋହିଦାସ ‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’ ଅଧୀନରେ ନିଜ ଘରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri