Posted inଫୁରସତ

ମଝି ଆକାଶରେ ଉଡ଼ି ଯାଇଥିଲା ଏହି ବିମାନର ଛାତ, ପାଇଲଟ ଏଭଳି ବଞ୍ଚାଇଥିଲେ ୯୪ ଯାତ୍ରୀଙ୍କ ଜୀବନ

ଥରେ ଭାବନ୍ତୁ ତ। ଯଦି କେବେ ବିମାନ ଯାତ୍ରା କରିବା ସମୟରେ ପ୍ଲେନ୍‌ର ଉପର ଛାତ ଉଡିଯାଏ ତେବେ କ’ଣ ହେବ। ଆପଣ ଭାବୁଥିବେ ଏପରି ହେବା ଅସମ୍ଭବ। ୩୫ ବର୍ଷ ପୂର୍ବେ ଏଭଳି ଏକ ବିମାନ ଦୁର୍ଘଟଣା ହୋଇଥିଲା, ଯେତେବେଳେ ମଝି ଆକାଶରେ ବିମାନ ଛାତ ଉଡିଯାଇଥିଲା।

୧୯୮୮ ଏପ୍ରିଲ ୨୮ରେ ହିଲୋ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ଫ୍ଲାଇଟ୍‌ ଟେକ୍‌ ଅଫ୍‌ କରିଥିଲା। ଅଲୋହା ଏୟାରଲାଇନ୍ସର ଏହି ଫ୍ଲାଇଟ୍‌ର ନଂ ୨୪୩ ଥିଲା, ଯାହାର ଛାତ ଉଡାଣ ବେଳେ ଉଡ଼ିଯାଇଥିଲା। ସେତେବେଳେ ବିମାନରେ ପାଇଲଟ ଏବଂ କ୍ରୁ ସଦସ୍ୟଙ୍କୁ ମିଶାଇ ୯୫ ଲୋକ ଯାତ୍ରା କରୁଥିଲେ। ୨୪ହଜାର ଫୁଟ ଉଚ୍ଚରେ ୧ଟା ୪୮ ମିନିଟରେ ବିମାନରେ ଅଚାନକ ସମସ୍ତଙ୍କୁ ଏକ ଜୋରଦାର ଝଟ୍‌କା ଲାଗିଥିଲା। ଯାତ୍ରୀମାନେ କିଛି ଚିନ୍ତା କରିବା ପୂର୍ବରୁ ବିମାନର ଛାତ ଉଡି ଯାଇଥିଲା। ଏପରିକି ସେମାନଙ୍କ ଅକ୍ସିଜେନ୍‌ ମାସ୍କ ମଧ୍ୟ ଉଡ଼ି ଯାଇଥିଲା।

ବିମାନରେ ଛିଦ୍ର ହେଲେ ସେଥିମଧ୍ୟରେ ଥିବା ସମସ୍ତ ସାମଗ୍ରୀ ଦ୍ରୁତ ବେଗରେ ବାହାରକୁ ଟାଣି ହୋଇ ଆସିଥାଏ। ଏଣୁ ଉକ୍ତ ବିମାନରେ ଲୋକେ ବାହାରକୁ ଟାଣି ହୋଇଥିଲେ। କିନ୍ତୁ ସମସ୍ତେ ସିଟ୍‌ ବେଲ୍ଟ ବାନ୍ଧିଥିଲେ। ଏଭଳି ଭୟଙ୍କର ସ୍ଥିତିରେ ୧ଟା ୫୮ରେ ପାଇଲଟଙ୍କ ସମ୍ପର୍କ ମାଭି ବିମାନବନ୍ଦର ସହ ହୋଇଥିଲା। ବିମାନବନ୍ଦର ଅଧିକାରୀମାନେ ଅସୁବିଧା କ’ଣ ହୋଇଛି ତାହା ଜାଣିପାରିଥିଲେ, ପରେ ବିମାନ ସୁରକ୍ଷିତ ଭାବେ ତଳକୁ ଆସିଥିଲା। କେବଳ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନଙ୍କ ଜୀବନ ବଞ୍ଚାଯାଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?