ସେରଙ୍ଗ, ଅଜୟଗଡ଼ରେ ଲୁପ୍ତ ପ୍ରାୟ କମଳା ଚାଷ

ଗୁମ୍ମା,୧୮ା୯(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଆଦିବାସୀବହୁଳ ବଣ ପାହାଡ଼ ଘେରା ଗୁମ୍ମା ବ୍ଲକର ପାରମ୍ପରିକ ଚାଷ ଦିନକୁ ଦିନ ଲୁପ୍ତ ହେବାରେ ଲାଗିଛି। ବିଶେଷ କରି କମଳା ଚାଷ ପାଇଁ ଉପଯୁକ୍ତ ପାଣିପାଗ ଓ ବାତାବରଣ ଥିବା ଅଜୟଗଡ଼ ଏବଂ ସେରଙ୍ଗ ପଞ୍ଚାୟତରେ ମଧ୍ୟ ଆଉ କମଳା ଚାଷ ଦେଖିବାକୁ ମିଳୁନି। ବିଗତ ଦିନଗୁଡ଼ିକରେ ପ୍ରଚୁର ପରିମାଣର କମଳା ଉତ୍ପାଦନ ହେଉଥିବା ବେଳେ ଦିନକୁ ଦିନ ଏହି ଚାଷ ଉପରୁ ଚାଷୀ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି। ପୋଡୁ ଚାଷ ଏବଂ କାଜୁବଣ ବୃଦ୍ଧି ଯୋଗୁ ପରିବେଶ ଉପରେ ତଥା ଜଳବାୟୁ ପ୍ରଦୂଷଣରେ କୁପ୍ରଭାବ ପଡୁଥିବା ପରିବେଷଣ ବିଶେଷଜ୍ଞମାନଙ୍କ ଦ୍ୱାରା ମତ ପ୍ରକାଶ ପାଇଛି। ଏଣୁ ଚାଷୀମାନଙ୍କୁ ସଚେତନତା କରାଯାଇ କମଳା ଚାରାକୁ ବହୁ ପରିମାଣରେ ଯୋଗାଇ ଦେଲେ ପରିବେଶରେ ସନ୍ତୁଳନ ଆସିବା ସହିତ କମଳା ଚାଷର ଚାହିଦା ବୃଦ୍ଧି ପାଇବ। ସେରଙ୍ଗ ଓ ଅଜୟଗଡ଼ ଅଞ୍ଚଳରେ କମ ଉତ୍ପାଦନ ହେଉଥିବା କାଜୁ ଚାଷ ଉପରେ ନିର୍ଭର ନ କରି କମଳା ଚାଷକୁ ଗୁରୁତ୍ୱ ଦେବାକୁ ଅଜୟଗଡ଼ ଓ ସେରଙ୍ଗ ଅଞ୍ଚଳର ଚାଷୀମାନଙ୍କୁ ସଚେତନ କରାଗଲେ ଚାଷୀଙ୍କ ଆୟ ବୃଦ୍ଧି ହେବା ସହିତ ପାରମ୍ପରିକ କମଳା ଚାଷର ସଂରକ୍ଷଣ କରାଯାଇପାରିବ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। କମଳା ଭଳି ଏକ ମୂଲ୍ୟବାନ ଫଳ ଉତ୍ପାଦନ ହେଲେ ଅନେକ ଲୋକ ସ୍ଥାନୀୟ ବଜାରରେ ଏହାକୁ ପାଇବା ସହ ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ସୁରେଶ ବଡ଼ ଦଳାଇ, ମାଲୀୟ ପାଇକ, ଦେବେନ୍ଦ୍ର ପ୍ରଧାନ, ରୂପ ଶବର, ନୋହର ଗମାଙ୍ଗ, ଏଲିଅ ଶବର ଓ କାର୍ତ୍ତିକ ଗମାଙ୍ଗ କହିଛନ୍ତି। ସରକାରୀ ସ୍ତରରେ କମଳା ଚାଷ ପ୍ରତି ପ୍ରୋତ୍ସାହନ ଦେଲେ କମଳା ଫଳର ଫାଇଦା ଚାଷୀ ଓ ଅଞ୍ଚଳବାସୀ ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏନେଇ ଅଜୟଗଡ଼ ଅଞ୍ଚଳର ଅଢେଇ, ବାଲମୁଣ୍ଡା, ଗିରା,ତିବିସିଂ ଓ ଲୁହାରା ଗ୍ରାମରେ ୨୦୨୦ଠାରୁ ୨୦୨୪ ବର୍ଷ ମଧ୍ୟରେ ହାରାହାରି ୭୦ହେକ୍ଟର ଜମିରେ କମଳା ଚାରାରୋପଣ କରିବା ସହ କମଳା ଚାଷ ପାଇଁ ଉଦ୍ୟମ କରାଯିବ ବୋଲି ବ୍ଲକ ଉଦ୍ୟାନ ଅଧିକାରୀ ଦିଲୀପ ଡିଙ୍ଗାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri