କାକୁଡ଼ି ଫେସ୍‌ପ୍ୟାକ୍‌

କାକୁଡ଼ି ବ୍ୟବହାର କରି ତ୍ୱଚାର ପ୍ରାୟ ସବୁ ସମସ୍ୟା ସମାଧାନ କରିହେବ। ତେଣୁ ଖରାଦିନେ ଏହାର ଫେସ୍‌ପ୍ୟାକ୍‌ ତିଆରି କରି ଲଗାନ୍ତୁ।

କାକୁଡ଼ିକୁ ଛୋଟ ଛୋଟ କରି କାଟି ଭଲଭାବେ ପେଷ୍ଟ ତିଆରି କରିଦିଅନ୍ତୁ। ଯଦି ଏଥିରେ କିଛି ଖଦଡ଼ା ଜିନିଷ ରହିଥାଏ ତେବେ ଛାଣି ବାହାର କରିଦିଅନ୍ତୁ। ଏବେ ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫- ୨୦ ମିନିଟ୍‌ ରଖିଦିଅନ୍ତୁ। ଏହାପରେ ମୁହଁ ଧୋଇ ନରମ କପଡ଼ାରେ ପୋଛିଦିଅନ୍ତୁ।
ପ୍ରଥମେ ଏକ ଛୋଟ କାକୁଡ଼ିକୁ ଭଲଭାବେ ଗ୍ରାଇଣ୍ଡିଂକରି ପେଷ୍ଟ ତିଆରି କରିଦିଅନ୍ତୁ। ଏହି ପେଷ୍ଟରେ କିଛି ଆଲୋଭେରା ଜେଲ୍‌ ମିଶାଇ ମୁହଁରେ ଲଗାନ୍ତୁ। ମୁହଁ ଶୁଖିଗଲା ପରେ ଧୋଇଦିଅନ୍ତୁ।
କାକୁଡ଼ି ଫେସ୍‌ପ୍ୟାକ ଲଗାଇଲେ ମୁହଁର ଦାଗ ଦୂରହେବା ସହିତ ଫ୍ରେଶ୍‌ ଅନୁଭବ ହୋଇଥାଏ। ଏହା ସହିତ ମୁହଁରେ ବ୍ରଣ ହେଉଥିଲେ କିମ୍ବା ଅଏଲି ସ୍କିନ୍‌ ଯୋଗୁ ସମସ୍ୟା ଦେଖାଦେଉଥିଲେ କାକୁଡ଼ି ଫେସ୍‌ପ୍ୟାକ୍‌ ଲଗାନ୍ତୁ।
କମ୍‌ ବୟସରେ ତ୍ୱଚାରେ କୁଞ୍ଚନ ଆସିବା ଭଳି କୌଣସି ଲକ୍ଷଣ ଦେଖାଗଲେ ଆଣ୍ଟି ଏଜିଂ କ୍ରିମ୍‌ ବଦଳରେ କାକୁଡ଼ି ପ୍ୟାକ୍‌ ଲଗାନ୍ତୁ। ବହୁ ଫାଇଦା ମିଳିବ।
କାକୁଡ଼ି ଫେସ୍‌ ପ୍ୟାକ୍‌ ଲଗାଇଲେ ତ୍ୱଚାରେ ଆର୍ଦ୍ରତା ମଧ୍ୟ ବୃଦ୍ଧି ପାଇଥାଏ।
ସବୁ ପ୍ରକାର ତ୍ୱଚା ପାଇଁ କାକୁଡ଼ି ରସରେ ବେସନ ମିଶାଇ ଲଗାନ୍ତୁ। ମୁହଁର ଉଜ୍ଜ୍ୱଳତା ବୃଦ୍ଧି ପାଇବ।
କାକୁଡ଼ି ଓ ଟମାଟୋକୁ ଗ୍ରାଇଣ୍ଡିଂ କରି ସେହି ପ୍ୟାକ୍‌କୁ ମୁହଁରେ ଲଗାଇ ୨ ମିନିଟ୍‌ ଘଷନ୍ତୁ। ଏହାପରେ ୧୫ ମିନିଟ୍‌ ଛାଡ଼ି ଧୋଇଦିଅନ୍ତୁ। ମୁହଁ ବହୁ ସୁନ୍ଦର ଦିଶିବ।
କାକୁଡ଼ିରସ ସହ ଦହି ମିଶାଇ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ବ୍ରଣ କିମ୍ବା ଅତ୍ୟଧିକ ତୈଳୀୟ ତ୍ୱଚା ହୋଇଥିଲେ ଫାଇଦା ମିଳିବ।
କାକୁଡ଼ିରସ ସହ ଆଳୁରସ ମିଶାଇ ମୁହଁରେ ଭଲଭାବେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଧୋଇଦିଅନ୍ତୁ, ଫଳରେ ତ୍ୱଚା ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri