କାକୁଡ଼ି ଫେସ୍‌ପ୍ୟାକ୍‌

କାକୁଡ଼ି ବ୍ୟବହାର କରି ତ୍ୱଚାର ପ୍ରାୟ ସବୁ ସମସ୍ୟା ସମାଧାନ କରିହେବ। ତେଣୁ ଖରାଦିନେ ଏହାର ଫେସ୍‌ପ୍ୟାକ୍‌ ତିଆରି କରି ଲଗାନ୍ତୁ।

କାକୁଡ଼ିକୁ ଛୋଟ ଛୋଟ କରି କାଟି ଭଲଭାବେ ପେଷ୍ଟ ତିଆରି କରିଦିଅନ୍ତୁ। ଯଦି ଏଥିରେ କିଛି ଖଦଡ଼ା ଜିନିଷ ରହିଥାଏ ତେବେ ଛାଣି ବାହାର କରିଦିଅନ୍ତୁ। ଏବେ ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫- ୨୦ ମିନିଟ୍‌ ରଖିଦିଅନ୍ତୁ। ଏହାପରେ ମୁହଁ ଧୋଇ ନରମ କପଡ଼ାରେ ପୋଛିଦିଅନ୍ତୁ।
ପ୍ରଥମେ ଏକ ଛୋଟ କାକୁଡ଼ିକୁ ଭଲଭାବେ ଗ୍ରାଇଣ୍ଡିଂକରି ପେଷ୍ଟ ତିଆରି କରିଦିଅନ୍ତୁ। ଏହି ପେଷ୍ଟରେ କିଛି ଆଲୋଭେରା ଜେଲ୍‌ ମିଶାଇ ମୁହଁରେ ଲଗାନ୍ତୁ। ମୁହଁ ଶୁଖିଗଲା ପରେ ଧୋଇଦିଅନ୍ତୁ।
କାକୁଡ଼ି ଫେସ୍‌ପ୍ୟାକ ଲଗାଇଲେ ମୁହଁର ଦାଗ ଦୂରହେବା ସହିତ ଫ୍ରେଶ୍‌ ଅନୁଭବ ହୋଇଥାଏ। ଏହା ସହିତ ମୁହଁରେ ବ୍ରଣ ହେଉଥିଲେ କିମ୍ବା ଅଏଲି ସ୍କିନ୍‌ ଯୋଗୁ ସମସ୍ୟା ଦେଖାଦେଉଥିଲେ କାକୁଡ଼ି ଫେସ୍‌ପ୍ୟାକ୍‌ ଲଗାନ୍ତୁ।
କମ୍‌ ବୟସରେ ତ୍ୱଚାରେ କୁଞ୍ଚନ ଆସିବା ଭଳି କୌଣସି ଲକ୍ଷଣ ଦେଖାଗଲେ ଆଣ୍ଟି ଏଜିଂ କ୍ରିମ୍‌ ବଦଳରେ କାକୁଡ଼ି ପ୍ୟାକ୍‌ ଲଗାନ୍ତୁ। ବହୁ ଫାଇଦା ମିଳିବ।
କାକୁଡ଼ି ଫେସ୍‌ ପ୍ୟାକ୍‌ ଲଗାଇଲେ ତ୍ୱଚାରେ ଆର୍ଦ୍ରତା ମଧ୍ୟ ବୃଦ୍ଧି ପାଇଥାଏ।
ସବୁ ପ୍ରକାର ତ୍ୱଚା ପାଇଁ କାକୁଡ଼ି ରସରେ ବେସନ ମିଶାଇ ଲଗାନ୍ତୁ। ମୁହଁର ଉଜ୍ଜ୍ୱଳତା ବୃଦ୍ଧି ପାଇବ।
କାକୁଡ଼ି ଓ ଟମାଟୋକୁ ଗ୍ରାଇଣ୍ଡିଂ କରି ସେହି ପ୍ୟାକ୍‌କୁ ମୁହଁରେ ଲଗାଇ ୨ ମିନିଟ୍‌ ଘଷନ୍ତୁ। ଏହାପରେ ୧୫ ମିନିଟ୍‌ ଛାଡ଼ି ଧୋଇଦିଅନ୍ତୁ। ମୁହଁ ବହୁ ସୁନ୍ଦର ଦିଶିବ।
କାକୁଡ଼ିରସ ସହ ଦହି ମିଶାଇ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ବ୍ରଣ କିମ୍ବା ଅତ୍ୟଧିକ ତୈଳୀୟ ତ୍ୱଚା ହୋଇଥିଲେ ଫାଇଦା ମିଳିବ।
କାକୁଡ଼ିରସ ସହ ଆଳୁରସ ମିଶାଇ ମୁହଁରେ ଭଲଭାବେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଧୋଇଦିଅନ୍ତୁ, ଫଳରେ ତ୍ୱଚା ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri