୯ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ଅଣସଂରକ୍ଷିତ ଟିକେଟରେ ଯାତ୍ରାକୁ ଅନୁମତି

ଭୁବନେଶ୍ୱର,୩୧।୧୦: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ଅଣସଂରକ୍ଷିତ ବଗିରେ ଅଣସଂରକ୍ଷିତ ଟିକେଟ୍‌ ଦ୍ୱାରା ଯାତ୍ରୀ ଯାତ୍ରା କରିପାରିବେ ବୋଲି ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ପହିଲାରୁ ପୂର୍ବତଟ ରେଳପଥ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ରେ ଥିବା ସମ୍ପୂର୍ଣ୍ଣ ସଂରକ୍ଷିତ କୋଚ୍‌ଗୁଡିକ ମଧ୍ୟରୁ ପ୍ରତ୍ୟେକ ୩ଟି ଲେଖାଏ କୋଚ୍‌କୁ ଅଣସଂରକ୍ଷିତ ବଗି ଭାବେ ଚିହ୍ନଟ କରାଯାଇଛି। ଏହା ସହ ଗାର୍ଡ ତଥା ଲଗେଜ ଭ୍ୟାନ୍‌ କୋଚ୍‌ଗୁଡ଼ିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ରେଳପଥ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ଟ୍ରେନ୍‌ଗୁଡିକରେ ଅଣସଂରକ୍ଷିତ ମେଲ୍‌ ,ଏକ୍ସପ୍ରେସ୍‌ ଭଡ଼ା ଆଦାୟ ହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି। ଅନୁମତି ମିଳିଥିବା ଟ୍ରେନ୍‌ଗୁଡିକ ହେଉଛି ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର, ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟର ସିଟି, ପୁରୀ-ଗୁଣପୁର-ପୁରୀ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି, ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା, ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର, ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ସ୍ପେଶାଲରେ କୋଚ୍‌ ନମ୍ବର ଡି- ୭, ୮ ଓ ୯ ; ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲରେ କୋଚ୍‌ ନମ୍ବର ଡି- ୫, ୬ ଓ ୭; ପୁରୀ-ଗୁଣପୁର-ପୁରୀ ବିଶେଷ ଟ୍ରେନ୍‌ରେ କୋଚ୍‌ ନମ୍ବର ଡି-୫, ୬ ଓ ୭ ; ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲରେ କୋଚ୍‌ ନମ୍ବର ଡି-୪, ୫ ଓ ୬; ବିଶାଖାପାଟଣା-ରାୟଗଡା-ବିଶାଖାପାଟଣା ସ୍ପେଶାଲରେ କୋଚ୍‌ ନମ୍ବର ଡି- ୮, ୯ ଓ ୧୦ ଏବଂ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲରେ କୋଚ୍‌ ନମ୍ବର ଡି-୭, ୮ ଓ ୯ କୁ ଅଣସଂରକ୍ଷିତ କୋଚ୍‌ରେ ପରିଣତ କରାଯାଇଛି। ସେହିଭଳି ୩ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌କୁ ମଧ୍ୟ ସମ୍ପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍‌ ଭାବେ ନଭେମ୍ବର ୧ରୁ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟ୍ରେନ୍‌ଗୁଡିକ ହେଉଛି ବିଶାଖାପାଟଣା-ପଲାସା-ବିଶାଖାପାଟଣା, ପୁରୀ-ପାରାଦୀପ-ପୁରୀ, ଭୁବନେଶ୍ୱର-ନୟାଗଡ଼ ଟାଉନ୍‌-ଭୁବନେଶ୍ୱର ବିଶେଷ ଟ୍ରେନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri