୯ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ଅଣସଂରକ୍ଷିତ ଟିକେଟରେ ଯାତ୍ରାକୁ ଅନୁମତି

ଭୁବନେଶ୍ୱର,୩୧।୧୦: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ଅଣସଂରକ୍ଷିତ ବଗିରେ ଅଣସଂରକ୍ଷିତ ଟିକେଟ୍‌ ଦ୍ୱାରା ଯାତ୍ରୀ ଯାତ୍ରା କରିପାରିବେ ବୋଲି ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ପହିଲାରୁ ପୂର୍ବତଟ ରେଳପଥ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ରେ ଥିବା ସମ୍ପୂର୍ଣ୍ଣ ସଂରକ୍ଷିତ କୋଚ୍‌ଗୁଡିକ ମଧ୍ୟରୁ ପ୍ରତ୍ୟେକ ୩ଟି ଲେଖାଏ କୋଚ୍‌କୁ ଅଣସଂରକ୍ଷିତ ବଗି ଭାବେ ଚିହ୍ନଟ କରାଯାଇଛି। ଏହା ସହ ଗାର୍ଡ ତଥା ଲଗେଜ ଭ୍ୟାନ୍‌ କୋଚ୍‌ଗୁଡ଼ିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ରେଳପଥ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ଟ୍ରେନ୍‌ଗୁଡିକରେ ଅଣସଂରକ୍ଷିତ ମେଲ୍‌ ,ଏକ୍ସପ୍ରେସ୍‌ ଭଡ଼ା ଆଦାୟ ହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି। ଅନୁମତି ମିଳିଥିବା ଟ୍ରେନ୍‌ଗୁଡିକ ହେଉଛି ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର, ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟର ସିଟି, ପୁରୀ-ଗୁଣପୁର-ପୁରୀ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି, ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା, ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର, ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ସ୍ପେଶାଲରେ କୋଚ୍‌ ନମ୍ବର ଡି- ୭, ୮ ଓ ୯ ; ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲରେ କୋଚ୍‌ ନମ୍ବର ଡି- ୫, ୬ ଓ ୭; ପୁରୀ-ଗୁଣପୁର-ପୁରୀ ବିଶେଷ ଟ୍ରେନ୍‌ରେ କୋଚ୍‌ ନମ୍ବର ଡି-୫, ୬ ଓ ୭ ; ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲରେ କୋଚ୍‌ ନମ୍ବର ଡି-୪, ୫ ଓ ୬; ବିଶାଖାପାଟଣା-ରାୟଗଡା-ବିଶାଖାପାଟଣା ସ୍ପେଶାଲରେ କୋଚ୍‌ ନମ୍ବର ଡି- ୮, ୯ ଓ ୧୦ ଏବଂ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲରେ କୋଚ୍‌ ନମ୍ବର ଡି-୭, ୮ ଓ ୯ କୁ ଅଣସଂରକ୍ଷିତ କୋଚ୍‌ରେ ପରିଣତ କରାଯାଇଛି। ସେହିଭଳି ୩ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌କୁ ମଧ୍ୟ ସମ୍ପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍‌ ଭାବେ ନଭେମ୍ବର ୧ରୁ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟ୍ରେନ୍‌ଗୁଡିକ ହେଉଛି ବିଶାଖାପାଟଣା-ପଲାସା-ବିଶାଖାପାଟଣା, ପୁରୀ-ପାରାଦୀପ-ପୁରୀ, ଭୁବନେଶ୍ୱର-ନୟାଗଡ଼ ଟାଉନ୍‌-ଭୁବନେଶ୍ୱର ବିଶେଷ ଟ୍ରେନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri