ପ୍ରାର୍ଥୀଙ୍କୁ ଛାଡ଼ିନାହିଁ ମେଣ୍ଟଭୟ: ପ୍ରଚାର ଛାଡ଼ି ରାଜଧାନୀରେ ଆଶାୟୀ

କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାରେ ବିଜେଡି ଓ ଭାଜପା ଦଳର ଆଶାୟୀ ପ୍ରାର୍ଥୀଙ୍କ ମେଣ୍ଟଭୟ ଛାଡ଼ିନାହିଁ। ମେଣ୍ଟ ହେଲେ କେଉଁ ସିଟ୍‌ କେଉଁ ଦଳ ଭାଗରେ ପଡ଼ିବ ସେ ଭୟକୁ ନେଇ ବଡ଼ ବଡ଼ ନେତା ଚିନ୍ତାରେ ରହିଥିବା ବେଳେ ମେଣ୍ଟ ନ ହେଲେ କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ତେବେ ମେଣ୍ଟକୁ ନେଇ ପରିସ୍ଥିତି ଯେଉଁ ସ୍ତରକୁ ଯାଇଛି ତାହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ନ ହେଲେ ମଧ୍ୟ ପରେ ମେଣ୍ଟ ହେବ ଏହାକୁ ନେଇ ଭୋଟରମାନେ ଏକ ଭିନ୍ନ ଚିନ୍ତା କରିସାରିଛନ୍ତି।
ଆଶା ତ ବୈତରଣୀ। ଏଣୁ ନିର୍ବାଚନରେ ଲଢ଼ିବା ଓ ଟିକେଟ ପାଇବା ଆଶା ବହୁତ ରହିଛି। କିନ୍ତୁ ଏଭଳି ମେଣ୍ଟ ଆମର ଚିନ୍ତା ବଢ଼ାଇଦେଇଛି ବୋଲି କେତେକ ଦଳୀୟ ଆଶାୟୀ ପ୍ରାର୍ଥୀ ନାମ ନ ଜଣାଇ ଖୋଲାଖୋଲି କହୁଛନ୍ତି। ଫଳରେ ମେଣ୍ଟକୁ ନେଇ ଉଭୟ ଦଳରେ ହଲଚଲ ଦେଖାଦେଇଥିବା ବେଳେ କେତେକ ଆଶାୟୀ ପ୍ରାର୍ଥୀ ପ୍ରଚାର ପ୍ରସାର ସଭା ବନ୍ଦ କରି ରାଜଧାନୀ ଧାଇଁ ନିଜର ସିଟ୍‌କୁ ପକ୍କା କରିବାକୁ ଜୋର ଲଗାଇ ଦେଇଛନ୍ତି। କେତେକେ ଦେବଦେବୀ ଓ ବାବାଙ୍କ ଶରଣାପନ୍ନ ହୋଇ ସାରିଲେଣି। କେନ୍ଦୁଝର ଲୋକ ସଭା ଓ ୬ ବିଧାନସଭା ସିଟ୍‌ରୁ ସଦର ନିର୍ବାଚନମଣ୍ଡଳୀ ବ୍ୟତୀତ ଅନ୍ୟ ସବୁରେ ବିଜେଡିର ପ୍ରଭାବ ରହିଛି। ବିଜେଡି ସଦର ନିର୍ବାଚନମଣ୍ଡଳୀକୁ ଫେରାଇ ଆଣିବା ସହ ଜିଲାର ସମସ୍ତ ସିଟ୍‌ ହାତେଇବା ପାଇଁ ଋଣ କୌଶଳ ଆରମ୍ଭ କରିଆସୁଥିବା ବେଳେ ମେଣ୍ଟ ସମ୍ଭାବନା ସେମାନଙ୍କୁ ଶିଥିଳ କରିଦେଇଛି। ମେଣ୍ଟ ଅନିଶ୍ଚିତତା ଥିଲେ ହେଁ ଏହାକୁ ନେଇ ଆଶାୟୀଙ୍କ ବ୍ୟତୀତ କର୍ମୀମାନେ କେଉଁଠି ଏହାକୁ ନେଇ ବିରୋଧ ତ କେଉଁଠି କୋଳାକୋଳି ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ନେତାଙ୍କୁ ଚିନ୍ତାରେ ପକାଇଛି।
ଉଭୟ ଦଳର ନେତା ମେଣ୍ଟ ନେଇ ଖୋଲାଖୋଲି ନ କହୁଥିଲେ ହେଁ ହେବା ସମ୍ଭାବନା ଅଧିକ ବୋଲି କହୁଛନ୍ତି। ତେବେ ଏହି ଗୋଳମାଳିଆରୁ କଂଗ୍ରେସ ଦଳ ଫାଇଦା ଉଠାଇବାକୁ ଜୋର ଲଗାଇଦେଇଛି। ଦକ୍ଷତାସମ୍ପନ୍ନ ପ୍ରାର୍ଥୀ ହେଲେ କଂଗ୍ରେସ ପାଇଁ କେତେକ ସିଟ୍‌ ସୁବିଧାଜନକ ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରୁଛନ୍ତି। ଅଧିକ ଚିନ୍ତା ବଢ଼ାଇଛି ଖଣିଖାଦାନ ଓ ଶିଳ୍ପ ସମୃଦ୍ଧ ଚମ୍ପୁଆ ନିର୍ବାଚନମଣ୍ଡଳୀକୁ ନେଇ। ଧନଶାଳୀ ନିର୍ବାଚନମଣ୍ଡଳୀକୁ ହାତେଇବା ପାଇଁ ସବୁ ଦଳ ଉଦ୍ୟମ କରିଆସୁଥିବା ବେଳେ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଉପସ୍ଥିତି ଭିନ୍ନ ବାର୍ତ୍ତା ଦେଉଛି। ଖଣି ବ୍ୟବସାୟର ସୁରକ୍ଷା ପାଇଁ ରାଜନୀତିକୁ ଓହ୍ଲାଇଥିବା ସମସ୍ତ ଦଳର ନେତା ଏହି ସିଟ୍‌ରୁ ଟିକେଟ ପାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ବାରମ୍ବାର ହାରିଥିବା ବିଜେଡି ଓ ଭାଜପା ନେତା ଟିକେଟ ପାଇବା ପାଇଁ ଜୋର ଲଗାଇ ଦେଇଛନ୍ତି। କାରଣ ମେଣ୍ଟ ହେଲେ ସୁବିଧାରେ ନିର୍ବାଚନ ବୈତରଣୀ ପାର ହୋଇଯିବେ ବୋଲି ଆଶା ରଖିଛନ୍ତି।
ଏଭଳି ଗୋଳିଆ ପାଣିରୁ କିଏ ଫାଇଦା ଉଠାଉଛି ତାହା ନିର୍ବାଚନ ପରେ ଜଣାପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri