ପ୍ରାର୍ଥୀଙ୍କୁ ଛାଡ଼ିନାହିଁ ମେଣ୍ଟଭୟ: ପ୍ରଚାର ଛାଡ଼ି ରାଜଧାନୀରେ ଆଶାୟୀ

କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାରେ ବିଜେଡି ଓ ଭାଜପା ଦଳର ଆଶାୟୀ ପ୍ରାର୍ଥୀଙ୍କ ମେଣ୍ଟଭୟ ଛାଡ଼ିନାହିଁ। ମେଣ୍ଟ ହେଲେ କେଉଁ ସିଟ୍‌ କେଉଁ ଦଳ ଭାଗରେ ପଡ଼ିବ ସେ ଭୟକୁ ନେଇ ବଡ଼ ବଡ଼ ନେତା ଚିନ୍ତାରେ ରହିଥିବା ବେଳେ ମେଣ୍ଟ ନ ହେଲେ କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ତେବେ ମେଣ୍ଟକୁ ନେଇ ପରିସ୍ଥିତି ଯେଉଁ ସ୍ତରକୁ ଯାଇଛି ତାହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ନ ହେଲେ ମଧ୍ୟ ପରେ ମେଣ୍ଟ ହେବ ଏହାକୁ ନେଇ ଭୋଟରମାନେ ଏକ ଭିନ୍ନ ଚିନ୍ତା କରିସାରିଛନ୍ତି।
ଆଶା ତ ବୈତରଣୀ। ଏଣୁ ନିର୍ବାଚନରେ ଲଢ଼ିବା ଓ ଟିକେଟ ପାଇବା ଆଶା ବହୁତ ରହିଛି। କିନ୍ତୁ ଏଭଳି ମେଣ୍ଟ ଆମର ଚିନ୍ତା ବଢ଼ାଇଦେଇଛି ବୋଲି କେତେକ ଦଳୀୟ ଆଶାୟୀ ପ୍ରାର୍ଥୀ ନାମ ନ ଜଣାଇ ଖୋଲାଖୋଲି କହୁଛନ୍ତି। ଫଳରେ ମେଣ୍ଟକୁ ନେଇ ଉଭୟ ଦଳରେ ହଲଚଲ ଦେଖାଦେଇଥିବା ବେଳେ କେତେକ ଆଶାୟୀ ପ୍ରାର୍ଥୀ ପ୍ରଚାର ପ୍ରସାର ସଭା ବନ୍ଦ କରି ରାଜଧାନୀ ଧାଇଁ ନିଜର ସିଟ୍‌କୁ ପକ୍କା କରିବାକୁ ଜୋର ଲଗାଇ ଦେଇଛନ୍ତି। କେତେକେ ଦେବଦେବୀ ଓ ବାବାଙ୍କ ଶରଣାପନ୍ନ ହୋଇ ସାରିଲେଣି। କେନ୍ଦୁଝର ଲୋକ ସଭା ଓ ୬ ବିଧାନସଭା ସିଟ୍‌ରୁ ସଦର ନିର୍ବାଚନମଣ୍ଡଳୀ ବ୍ୟତୀତ ଅନ୍ୟ ସବୁରେ ବିଜେଡିର ପ୍ରଭାବ ରହିଛି। ବିଜେଡି ସଦର ନିର୍ବାଚନମଣ୍ଡଳୀକୁ ଫେରାଇ ଆଣିବା ସହ ଜିଲାର ସମସ୍ତ ସିଟ୍‌ ହାତେଇବା ପାଇଁ ଋଣ କୌଶଳ ଆରମ୍ଭ କରିଆସୁଥିବା ବେଳେ ମେଣ୍ଟ ସମ୍ଭାବନା ସେମାନଙ୍କୁ ଶିଥିଳ କରିଦେଇଛି। ମେଣ୍ଟ ଅନିଶ୍ଚିତତା ଥିଲେ ହେଁ ଏହାକୁ ନେଇ ଆଶାୟୀଙ୍କ ବ୍ୟତୀତ କର୍ମୀମାନେ କେଉଁଠି ଏହାକୁ ନେଇ ବିରୋଧ ତ କେଉଁଠି କୋଳାକୋଳି ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ନେତାଙ୍କୁ ଚିନ୍ତାରେ ପକାଇଛି।
ଉଭୟ ଦଳର ନେତା ମେଣ୍ଟ ନେଇ ଖୋଲାଖୋଲି ନ କହୁଥିଲେ ହେଁ ହେବା ସମ୍ଭାବନା ଅଧିକ ବୋଲି କହୁଛନ୍ତି। ତେବେ ଏହି ଗୋଳମାଳିଆରୁ କଂଗ୍ରେସ ଦଳ ଫାଇଦା ଉଠାଇବାକୁ ଜୋର ଲଗାଇଦେଇଛି। ଦକ୍ଷତାସମ୍ପନ୍ନ ପ୍ରାର୍ଥୀ ହେଲେ କଂଗ୍ରେସ ପାଇଁ କେତେକ ସିଟ୍‌ ସୁବିଧାଜନକ ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରୁଛନ୍ତି। ଅଧିକ ଚିନ୍ତା ବଢ଼ାଇଛି ଖଣିଖାଦାନ ଓ ଶିଳ୍ପ ସମୃଦ୍ଧ ଚମ୍ପୁଆ ନିର୍ବାଚନମଣ୍ଡଳୀକୁ ନେଇ। ଧନଶାଳୀ ନିର୍ବାଚନମଣ୍ଡଳୀକୁ ହାତେଇବା ପାଇଁ ସବୁ ଦଳ ଉଦ୍ୟମ କରିଆସୁଥିବା ବେଳେ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଉପସ୍ଥିତି ଭିନ୍ନ ବାର୍ତ୍ତା ଦେଉଛି। ଖଣି ବ୍ୟବସାୟର ସୁରକ୍ଷା ପାଇଁ ରାଜନୀତିକୁ ଓହ୍ଲାଇଥିବା ସମସ୍ତ ଦଳର ନେତା ଏହି ସିଟ୍‌ରୁ ଟିକେଟ ପାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ବାରମ୍ବାର ହାରିଥିବା ବିଜେଡି ଓ ଭାଜପା ନେତା ଟିକେଟ ପାଇବା ପାଇଁ ଜୋର ଲଗାଇ ଦେଇଛନ୍ତି। କାରଣ ମେଣ୍ଟ ହେଲେ ସୁବିଧାରେ ନିର୍ବାଚନ ବୈତରଣୀ ପାର ହୋଇଯିବେ ବୋଲି ଆଶା ରଖିଛନ୍ତି।
ଏଭଳି ଗୋଳିଆ ପାଣିରୁ କିଏ ଫାଇଦା ଉଠାଉଛି ତାହା ନିର୍ବାଚନ ପରେ ଜଣାପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ: ମୋହନ ସରକାରଙ୍କୁ ଘେରିଲା କଂଗ୍ରେସ, ତାରା ବାହିନୀପତି କହିଲେ…

ଭୁବନେଶ୍ୱର,୨୭।୭: ରାଜ୍ୟ ସରକାର ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ କରିଛନ୍ତି। ତେବେ ଏ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ...

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ନୂଆଦିଲ୍ଲୀ,୨୭।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।...

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯...

କିଏ ହେବ ପିସିସି ସଭାପତି: ଦିଲ୍ଲୀରୁ ଫେରି କହୁକହୁ ଏମିତି କହିଦେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୨୭।୭: ପରବର୍ତ୍ତୀ ପିସିସି ସଭାପତି ନେଇ କଂଗ୍ରେସ ଶିବିରରେ ମାନସ ମନ୍ଥନ ଚାଲିଛି। ତେବେ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ...

ଓଡ଼ିଶାକୁ ଆସୁଛି ଆଳୁ: ଗର୍ଜିଲେ ତାରା, ନବୀନ ଚିଠି ଲେଖିଲେ ବୋଲି…

ଭୁବନେଶ୍ୱର,୨୭।୭: ରାଜ୍ୟରେ ହୁ ହୁ ହୋଇ ବଢୁଛି ଆଳୁଦର। ଭୁବନେଶ୍ୱର କଟକରେ ଆଳୁ କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏନେଇ ଯୋଗାଣ...

ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୭।୭: ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଶନିବାର ନିଆଁ ଲାଗିଛି। ପୁରୀ ମାଳତିପାଟପୁର ରେଳ ଷ୍ଟେଶନ ନିକଟରେ ଟ୍ରେନ୍‌ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା...

ଦିଲ୍ଲୀରୁ ଫେରି ବଡ଼ ବୟାନ ଦେଲେ ମନମୋହନ,କହିଲେ….

ଭୁବନେଶ୍ୱର,୨୭।୭: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ।ଦିଲ୍ଲୀରୁ ଫେରି ଗଣମାଧ୍ୟମକୁ ସେ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ,...

କମିଲା ଆଳୁ ଦର! ହେଲା ଏତିକି, ଯୋଗାଣ ମନ୍ତ୍ରୀ କହିଲେ …

ଭୁବନେଶ୍ୱର,୨୭।୭: ଆଳୁ ଦର ସ୍ବାଭାବିକ ହେଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା, ଏବେ ଆସିବା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri