ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର,୨।୩(ବ୍ୟୁରୋ): ଘରୋଇ ସ୍କୁଲରେ ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ) ଉଲ୍ଲଂଘନ କରାଯାଉଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଆର୍‌ଟିଇ ଅନୁସାରେ ଘରୋଇ ସ୍କୁଲରେ ୨୫% ମାଗଣା ନାମଲେଖା ଆର୍‌ଟିଇ ପାରଦର୍ଶୀ ପୋର୍ଟାଲରେ ବ୍ୟବସ୍ଥା କରାଯିବ। ନାମଲେଖା ପାଇଁ ବୟସ ୬ବର୍ଷ ହୋଇଥିବା ଜରୁରୀ। ୬ରୁ୧୪ ବର୍ଷ ବୟସ ମଧ୍ୟରେ କ୍ଲାସ-୧ ଓ ତା’ ପୂର୍ବରୁ ଥିବା ଶ୍ରେଣୀ ଉଭୟରେ ନାମଲେଖା କରାଯାଇପାରିବ। କିନ୍ତୁ ପୋର୍ଟାଲରେ କେବଳ ପ୍ରାରମ୍ଭରେ ନାମଲେଖା ପାଇଁ ବ୍ୟବସ୍ଥା ରହିଛି। ଫଳରେ ରାଜ୍ୟରେ ୬୭ହଜାର ସିଟ୍‌ରୁ ମାତ୍ର ୨ହଜାର ପିଲା ନାମ ଲେଖାଇ ପାରିବେ। ଏହା ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ କରୁଛି। ତେଣୁ ଉଭୟ ପ୍ରଥମ ଶ୍ରେଣୀ(କ୍ଲାସ୍‌ ୧) ଓ ପ୍ରାରମ୍ଭ ପ୍ଲେ ସ୍କୁଲରେ ନାମଲେଖା ପାଇଁ ବ୍ୟବସ୍ଥା କରାଯିବା ପାଇଁ ମହାସଂଘ ଦାବି କରିଛି। ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଭୁବନେଶ୍ୱର ଆବାହକ ପ୍ରଦୀପ୍ତ ମିଶ୍ର ଏବଂ ଉପଦେଷ୍ଟା ନାଗାର୍ଜୁନ ସେଠୀ ଏ ନେଇ ମଙ୍ଗଳବାର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଏବଂ ଓସେପା ସ୍ବତନ୍ତ୍ର ନିର୍ଦ୍ଦେଶକ ଅନୁପମ ଶାହାଙ୍କୁ ଭେଟି ଏହାକୁ ତୁରନ୍ତ ବଦଳାଇବାକୁ ଦାବି କରିଛନ୍ତି। ଏଥିସହ ଯେଉଁ ସ୍କୁଲ ପୋର୍ଟାଲରେ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ତାଗିଦ୍‌ କରାଯିବାକୁ ଦାବି କରିଛନ୍ତି। ଏ ନେଇ ବାସୁଦେବ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ଏହି ସପ୍ତାହ ମଧ୍ୟରେ ଏହାକୁ ପାଳନ କରା ନ ଯାଏ ତେବେ ଅନଶନ କରାଯିବ ବୋଲି ମହାସଂଘ ପକ୍ଷରୁ ଲିଖିତ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ପର୍ଯ୍ୟଟନ ଋତୁ ଆସିଲେ ବଣଭୋଜି କରିବାକୁ ଆଖିଆଗରେ ହୁକିଟୋଲା କଥା ପଡେ। ଚତୁଃପାର୍ଶ୍ୱରେ ନୀଳ ଜଳରାଶି ମଝିରେ ଏହି ଦ୍ୱୀପ। ଘଞ୍ଚ ସବୁଜ...

ପୁଣି ଫୁଟ୍‌ପାଥ୍‌ରେ ଫଳ ବେପାର

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ବୋଲ ମାନୁନାହାନ୍ତି ଭୁବନେଶ୍ୱରର ଫଳ ବେପାରୀ। ରାଜମହଲରୁ ଏଜି ଛକ ଯାଏ ଥିବା ଫୁଟ୍‌ପାଥ୍‌କୁ କବ୍‌ଜା କରି ଫଳ ବେପାର କରୁଛନ୍ତି। ସାମାଜିକ...

ବରିଷ୍ଠଙ୍କ ଦାୟିତ୍ୱ ନେବ ‘ବିଶ୍ୱାସ’

ଭୁବନେଶ୍ୱର,୭।୮(ବ୍ୟୁରୋ): ସହରର ବରିଷ୍ଠ ନାଗରିକ ହେଉଛନ୍ତି ଆମର ଗର୍ବ ଓ ଗାଇଡ୍‌। ସେମାନେ ସବୁବେଳେ ମାର୍ଗଦର୍ଶକ ଏବଂ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ବରିଷ୍ଠଙ୍କ...

ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା...

ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ। ବିଜେଡିର ୪ ପ୍ରାର୍ଥୀ ଆଜି ଦଳୀୟ ନେତା, ସମର୍ଥକ...

ସିଲାବସ୍‌ ବାହାର ପ୍ରଶ୍ନ ପାଇଁ ପିଲାଙ୍କୁ ମିଳିବ ପୂର୍ଣ୍ଣ ନମ୍ବର

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଶ୍ରେଣୀର ଇଂଲିଶ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨। ୭(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ୧୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୭୧,...

୧୪ କି.ମି. ଖଟିଆରେ ବୁହାହେଲେ ଛାତ୍ରୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନ ଥିବାରୁ ଜ୍ୱରରେ ପୀଡିତା ଜଣେ ସ୍କୁଲ ଛାତ୍ରୀଙ୍କୁ...

Advertisement
Archives

Model This Week