ଝାରପଡ଼ା ଜେଲରେ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଝାରପଡ଼ା ଜେଲରେ କଏଦୀଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଓ୍ବାର୍ଡରମାନେ ସଂଘବଦ୍ଧ ଭାବେ ମାଡ଼ ମାରୁଛନ୍ତି। ଏନେଇ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀ ରାକେଶ ବେହେରା ଛାତ୍ରନେତା ମହେଶ ପ୍ରସାଦଙ୍କ ଜରିଆରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଛନ୍ତି। ଜେଲରେ କଏଦୀମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହେଉଥିବାରୁ ଘଟଣାର ତଦନ୍ତ କରାଯିବାକୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଛାତ୍ରନେତା ମହେଶ ପ୍ରସାଦ ଶନିବାର ଏକ ଖବରଦାତା ସମ୍ମିଳନୀ ଡକାଇ ଜେଲର କଳାକାହାଣୀ ବଖାଣିଛନ୍ତି।

ରାକେଶ ତାଙ୍କ ଚିଠିଲେ ଲେଖିଛନ୍ତି ଯେ, ୨୦୨୦ ନଭେମ୍ବର ୧୧ରେ ଜେଲ ଭିତରେ ଓକିଲଙ୍କୁ ଫୋନ କରିବାକୁ ଅପେକ୍ଷା କରିଥିଲି। ପ୍ରଥମଥର ରିଙ୍ଗ ହୋଇଥିଲେ ମଧ୍ୟ କେହି ଫୋନ ଉଠାଇ ନ ଥିଲେ। ଫଳରେ ଦ୍ୱିତୀୟଥର କଲ୍‌ କରିଥିଲି। ରିଙ୍ଗ୍‌ ହେଉଥିବାବେଳେ ଓ୍ବାର୍ଡର ଜୟପ୍ରକାଶ ପ୍ରଧାନ ଫୋନ ଛଡାଇନେଲେ। ଏହାକୁ ବିରୋଧ କରିବାକୁ ସର୍ବସମ୍ମୁଖରେ ମାଡ଼ ମାରିଥିଲେ। ମୋତେ ନିମ୍ନ ଜାତିର ବୋଲି ଆକ୍ଷେପ ମଧ୍ୟ କରିଥିଲେ। ପରେ ବାଡେଇବାରୁ ମୋ ରୁମ୍‌ ନଂ. ୧୯କୁ ଦୌଡି ପଳାଇଥିଲି। ପରେ ୮ରୁ ୧୦ଜଣ ଓ୍ବାର୍ଡର ରୁମ୍‌କୁ ଆସି ମୋତେ ନିସ୍ତୁକ ପିଟିଥିଲେ। ଫଳରେ ଆଜି ପର୍ଯ୍ୟନ୍ତ ୫ମାସ ପରେ ମଧ୍ୟ ବାମ ହାତ ଠିକଭାବେ କାମ କରୁନାହିଁ। ବାମ ହାତ, ଡାହାଣ ହାତ ଓ ପିଠିରେ ମାଡ଼ ଦାଗ ରହିଛି। ଏହାର ଅନୁଧ୍ୟାନ କରାଯିବାକୁ ରାକେଶ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ନଭେମ୍ବର ୧୪ ରାତି ସାଢେ ୭ଟାରେ ମୋତେ ହସ୍ପିଟାଲ ନେଇଥିଲେ ଓ ଏକ ନିର୍ଦ୍ଦିଷ୍ଟ ଔଷଧ ଖାଇବାକୁ ବାଧ୍ୟ କରିଥିଲେ। ମନା କରିବାରୁ ମେଣ୍ଟାଲ ହସ୍ପିଟାଲ ନେଇ କରେଣ୍ଟ ଓ ଇଞ୍ଜେକ୍ସନ ଦେବାକୁ ଧମକ ଦେଇଥିଲେ। ଏହାଦ୍ୱାରା ଜଣେ କଏଦୀର ମାନସିକ ସ୍ଥିତି କିପରି ପରିବର୍ତ୍ତନ ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହିପରି ନିର୍ଯାତନା ଦ୍ୱାରା ଜଣେ କଏଦୀର ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ତାଙ୍କ ପରି ଅନ୍ୟ କଏଦୀଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଛି। ତାଙ୍କୁ ଓ୍ବାର୍ଡରମାନେ ମାଡ଼ ମାରିଥିବାବେଳେ ଅନ୍ୟ ଅଭିଯୁକ୍ତ ଜିତୁ ରଞ୍ଜନ ଖଟେଇ, ରାକେଶ ମହାନ୍ତି, ଗୋପୀନାଥ ନାୟକ, ଲିଙ୍ଗରାଜ ବାରିକ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି। ଏହି ଘଟଣାର ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାକେଶ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଝାରପଡା ଜେଲ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ରନାଥ ବାରିକ। ସେ କହିଛନ୍ତି, ଅଭିଯୁକ୍ତ ରାକେଶଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ରାକେଶ ୫ମାସ ତଳେ ଓ୍ବାର୍ଡର ଜୟପ୍ରକାଶଙ୍କୁ ଆକ୍ରମଣକରି ମୁହଁକୁ ମୁଥ ମାରିଥିଲେ। ଏନେଇ ଳକ୍ଷ୍ମୀସାଗର ଥାନାରେ ଅଭିଯୋଗ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri