ଭାଜପା ପୂର୍ବତନ ବିଧାୟକ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଲା ବିଜେଡି

ପଦ୍ମପୁର ୪।୧୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଅନ୍ୟ ଜିଲାରୁ ଆସିଥିବା ରାଜନୈତିକ ଅତିଥି, ପ୍ରଚାରକଙ୍କୁ ଶନିବାର ଅପରାହ୍ନ ୪ଟା ସୁଦ୍ଧା ପଦ୍ମପୁର ଅଞ୍ଚଳ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ବହୁ ରାଜନୈତିକ ବ୍ୟକ୍ତି ପଦ୍ମପୁର ଛାଡି ଚାଲିଯାଇଥିଲେ। ତେବେ ଜୁନାଗଡ଼ର ପୂର୍ବତନ ବିଧାୟକ ହିମାଂଶୁ ଶେଖର ମେହେର ରବିବାର ଲଖମରାଠାରେ ଥିବା ଖବର ପାଇ କେତେକ ଯୁବକ ସେଠାରେ ପହଞ୍ଚି ଥିଲେ। ପ୍ରଶାସନର ଆଦେଶକୁ ବେଖାତିର କରିଥିବାରୁ ଉକ୍ତ ଯୁବକ ଏବଂ ମେହେରଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଜଗଦଲପୁର ଥାନା ଅଧିକାରୀ ସୁଷମା କୁଅଁର ସଦଳବଳ ପହଞ୍ଚି ପୂର୍ବତନ ବିଧାୟକ ମେହେରଙ୍କୁ ଥାନାକୁ ଆଣିଥିଲେ। ସେଠାରେ ସମସ୍ତ କାଗଜପତ୍ର ଯାଞ୍ଚ ପରେ ଏକ ଚୁକ୍ତିପତ୍ର ସ୍ବାକ୍ଷର କରି ତାଙ୍କୁ ଛାଡି ଦିଆଯାଇଥିଲା। ଅନ୍ୟପକ୍ଷେ ଲଖମରାକୁ ପୂର୍ବତନ ବିଧାୟକ ହିମାଂଶୁ ଶେଖର ମେହେର ଟଙ୍କା ବାଣ୍ଟିବା ପାଇଁ ଆସିଥିବା ବିଜେଡି ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାପୀ ଗାଁବାସୀକର ଅଭିଯୋଗ: ମାସ୍‌କେ ଦୁଇଦିନ୍‌ ଖୁଲୁଛେ ଉପ ସ୍ବାସ୍ଥ୍ୟକେନ୍ଦ୍ର

ବିନିକା, ୨୬।୧୨ (ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ର ତଥା ଏଏନ୍‌ଏମ୍‌ ସେଣ୍ଟର ତିଆର ହେଲାଦିନୁ ଅବେବସ୍‌ତା ଘେରରେ...

ବିଗୁଡୁଛି ଗହୀରମଥା ପରିବେଶ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୨: ପ୍ରତିରକ୍ଷା ବିଭାଗ ପାଇଁ ସୁପର ସୋନିକ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ(ସ୍ମାର୍ଟ) ସିଷ୍ଟମର ସଫଳ ପରୀକ୍ଷଣ ଗତ ୧୩ ତାରିଖରେ ହୁଇଲର ଦ୍ୱୀପରୁ...

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୪ ଜଳିଗଲେ, ୪ ଗୁରୁତର

ଖୋର୍ଦ୍ଧା ଅଫିସ,୬ା୩: ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା...

ବଦଳି କରିଦେବାକୁ କହି ଠକି ନେଲେ ୩୪ ଲକ୍ଷ ଟଙ୍କା

ପଦ୍ମପୁର,୨୩ା୬(ଡି.ଏନ୍‌.ଏ.): ବଦଳି କରି ଦେବାକୁ କହି ଦୁର୍ବୃତ୍ତ ଠକି ନେଇଛନ୍ତି ୩୪ ଲକ୍ଷ ଟଙ୍କା। ତେବେ ଅଭିଯୁକ୍ତଙ୍କ ଠାରୁ ଏକ କାର୍‌,୫ ଲକ୍ଷ ଟଙ୍କାର ସୁନାଗହଣା...

ଆସିକା ଏନ୍‌ଏସିରେ ଜବରଦଖଲ ଉଚ୍ଛେଦ

ଆସିକା, ୧୩।୨ (ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଏନଏସିର ବସ୍‌ଷ୍ଟାଣ୍ଡକୁ ଲାଗିଥିବା ରାସ୍ତା ବିନାୟକ ବଜାର, ଲକ୍ଷ୍ମୀ ବଜାର ଅଞ୍ଚଳରେ ଗୁରୁବାର ସକାଳୁ ଜବରଦଖଲ ଉଚ୍ଛେଦ...

ମଞ୍ଚମୁହାଁ କଳାକାର

ଭୁବନ, ୬।୨(ଡି.ଏନ.ଏ.) ଖୋଲିଲାଣି ଆଖଡ଼ା ଶାଳା। ସଂଳାପରେ କମ୍ପୁଛି ପରିବେଶ। କଟକଣା କୋହଳ ପରେ ମଞ୍ଚମୁହାଁ କଳାକାର। ଯାତ୍ରାଜଗତ ପାଇଁ ନୂତନ ବର୍ଷ ନୂଆ ଆଶା...

ବଡ଼ବିଲରେ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ମାଡ଼

ବଡ଼ବିଲ, ୨୪।୪(ସ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରେ ଶୁକ୍ରବାର ମଧ୍ୟାହ୍ନରେ କାଳ ବୈଶାଖୀ ସାଙ୍ଗକୁ, ବର୍ଷା, ଘଡଘଡି ଓ ପ୍ରବଳ ମାତ୍ରାରେ କୁଆପଥର ମାଡ଼ ହୋଇଛି। ପ୍ରବଳବେଗରେ ପବନ...

ହରିଣ ମାଂସ ଖାଇବା ପଡ଼ିଲା ମହଙ୍ଗା: ୩ ଶିକାରୀ, ୧୦ ଗ୍ରାହକ ଗିରଫ

ବାରଙ୍ଗ,୪।୯(ଡି.ଏନ୍‌.ଏ.): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଫିରିଙ୍ଗନାଳି ଅଞ୍ଚଳରୁ ଗୁରୁବାର ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଚନ୍ଦକା ଡ଼ମପଡ଼ା ବନ ବିଭାଗ, ଚନ୍ଦକା ପୋଲିସ ଗୁରୁବାର...

Advertisement
Archives

Model This Week