ପାରାଦୀପରେ ହାଜତ ମୃତ୍ୟୁ ଅଭିଯୋଗ

ପାରାଦୀପ/କୁଜଙ୍ଗ/ଭୁବନେଶ୍ୱର, ୩ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ପାରାଦୀପ ଅଭୟଚାନ୍ଦପୁର ଥାନା ହାଜତରେ ଶନିବାର ମଧ୍ୟରାତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବୃନ୍ଦାବନ କଲୋନୀର ମନୋରଞ୍ଜନ ଗେଡି (୨୩)। ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ପୋଲିସ ତାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫର ୨ଘଣ୍ଟା ମଧ୍ୟରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଛି। ମନୋରଞ୍ଜନଙ୍କୁ ପୋଲିସ ହାଜତରେ ପିଟି ପିଟି ମାରିଦେଇଥିବା ତାଙ୍କ ବାପା ପ୍ରହଲ୍ଲାଦ ରବିବାର ଗଣମାଧ୍ୟମରେ କହିଛନ୍ତି। ଏନେଇ ଅନୁଗୋଳର ସୁଜିତ୍‌ ସାହୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ରାଜ୍ୟ ମାନବିକ ଅଧିକାର କମିଶନ(ଓଏଚ୍‌ଆରସି) ଗୁରୁତ୍ୱର ସହ ନେଇଛନ୍ତି। ସୋମବାର କମିଶନ ନିଜ ଆଡୁ ମାମଲା ରୁଜୁ କରିବା ସହ ଜଗତ୍‌ସିଂହପୁର ଏସ୍‌ପିଙ୍କୁ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ୨୦ ତାରିଖ ସୁଦ୍ଧା ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ସମେତ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପତ୍ର (ନଂ. ୭୮୮/୨୨) ଜରିଆରେ କୁହାଯାଇଛି। ଏହାର ନକଲ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କୁ ପଠାଯାଇଛି।
ପ୍ରହଲ୍ଲାଦଙ୍କ କହିବାନୁଯାୟୀ, ତାଙ୍କ ପୁଅ ମନୋରଞ୍ଜନ ଶନିବାର ସାରେ ସାଙ୍ଗ ନବୀନ ସୂତାର (ଗୁଡୁ)ଙ୍କ ସହ ଘରୁ ଯାଇଥିଲେ। ରାତି ସାଢ଼େ ୧୦ଟାରେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକସଂଘ ପକ୍ଷରୁ ସୂଚନା ମିଳିଲା ଯେ ପୁଅର ଦୁର୍ଘଟଣା ହୋଇଛି। ସେ ମେଡିକାଲରେ ଅଛନ୍ତି। ଖବରପାଇ ପ୍ରହଲ୍ଲାଦଙ୍କ ପରିବାର ସଦସ୍ୟ ଆଖପାଖରେ ଥିବା ମେଡିକାଲ ପହଞ୍ଚତ୍ ଖୋଜାଖୋଜି କରୁଥିତ୍ବାବେଳେ ମନୋରଞ୍ଜନ ଜଗତସିଂହପୁର ଜିଲା ହସ୍ପିଟାଲରେ ଥିବା ସୂଚନା ମିଳିଥିଲା। ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ପୁଅ ପାଖକୁ ଛାଡ଼ିି ନ ଥିଲା। ରାତି ପ୍ରାୟ ୨ ଟାରେ ଜଣେ ପୋଲିସ କର୍ମଚାରୀ କହିଲେ ଆସ ତୁମ ପୁଅକୁ ଦେଖିବ। ସେତେବେଳେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ସଙ୍ଗେ ସଙ୍ଗେ ପୋଲିସ ଏକ କାଗଜରେ ଦସ୍ତଖତ କରିବା ପାଇଁ କହିଥିଲେ। ଏହାପରେ ମୃତଦେହ ବ୍ୟବଚ୍ଛେଦ କରିଦେଲେ। ଘଟଣା ସମ୍ପର୍କରେ ଥାନାଧିକାରୀ ଜୀବନାନନ୍ଦ ଜେନା କୁହନ୍ତି, ମନୋରଞ୍ଜନ ଓ ନବୀନଙ୍କ ପାଖରେ ବ୍ରାଉନସୁଗାର ଥିବା ଖବରପାଇ ଉଭୟଙ୍କୁ ଧରିବାକୁ ଯାଇଥିଲୁ। ରଙ୍ଗିଆଗଡ଼ ପୋଲ ନିକଟରେ ଉଭୟଙ୍କୁ କାବୁ କଲାବେଳେ ମନୋରଞ୍ଜନ ପୋଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରିଥିଲେ। ସେ ଦୌଡ଼ି ପଳାଇଯାଉଥିବାବେଳେ ଏକ ସିମେଣ୍ଟ କାନ୍ଥରେ ବାଡ଼େଇ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଠରବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଛି। ଏ ନେଇ ଜଗତସିଂହପୁର ଥାନାରେ ଅପମୃତ୍ୟୁ ମାମଲା (ନଂ. ୨୫/୨୨) ରୁଜୁ ହୋଇଛି। ବ୍ରାଉନସୁଗାର ବେପାର ଅଭିଯୋଗରେ ମଧ୍ୟ ନବୀନ ଓ ମନୋରଞ୍ଜନ ନାମରେ ଅଭୟଚାନ୍ଦପୁର ଥାନାରେ ମାମଲା (ନଂ. ୧୮୦/୨୨) ରୁଜୁ ହୋଇଛି। ନବୀନଙ୍କୁ ରବିବାର କୁଜଙ୍ଗ କୋର୍ଟ ଚାଲାଣ କରାଯାଇଛି।
ଘଟଣାରେ ପୋଲିସ ପ୍ରତି ସନ୍ଦେହ ବଢ଼ିଛି। କାରଣ ମନୋରଞ୍ଜନଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇ ନ ଥିଲା। ଆମ୍ବୁଲାନ୍ସ ବଦଳରେ ମନୋରଞ୍ଜନଙ୍କୁ ପୋଲିସ ଗାଡ଼ିରେ ହସ୍ପିଟାଲ ନିଆଯାଇଥିଲା। ରାତି ୨ଟାରେ ତରବରିଆ ଭାବେ ବ୍ୟବଚ୍ଛେଦ କରାଯାଇଥିଲା। ଅନ୍ୟପକ୍ଷରେ ଘଟଣା ପ୍ରତିବାଦରେ ଭୁବନେଶ୍ୱରଠାରେ ବିଭିନ୍ନ ମାନବାଧିକାର ଓ ରାଜନୈତିକ ସଙ୍ଗଠନ ପକ୍ଷରୁ ଗଣପ୍ରତିବାଦ କରାଯାଇଥିଲା। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ କରି ଘଟଣାର ତଦନ୍ତ ହେଉ। ଏଥିସହ ଅଭୟଚାନ୍ଦପୁର ଥାନା ଆଇଆଇସି ଓ ଜଗତସିଂହପୁର ଜିଲା ଏସପିଙ୍କ ବିରୋଧରେ ଆଇପିସି ଦଫା ୩୦୨ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଉ। ସେହିପରି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆନ୍ଦୋଳନକାରୀମାନେ ଦାବି କରାଯାଇଥିଲା। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଖିଳ ଭାରତ ଜନମଞ୍ଚ, ପରୱାର୍ଡ ବ୍ଲକ, ଜନ ଅଧିକାର ମଞ୍ଚ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଜନସାଫ୍‌, ସିପିଏମ୍‌, ସିପିଆଇ(ଏମ୍‌ଏଲ୍‌), ସମାଜବାଦୀ ପାର୍ଟି, ବସ୍ତିସୁରକ୍ଷା ମଞ୍ଚ, ସୂଚନା ଅଧିକାର ଅଭିଯାନ ଆଦି ସଙ୍ଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଥାନାଧିକାରୀ ଜେନା ଓ ଏସ୍‌ପି ଅଖିଳେଶ ସିଂ ପୁରୀ ଜିଲାରେ ଥିବାବେଳେ ଏକ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା। ବାସେଳୀସାହି ଥାନାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ପିଟିପିଟି ମାରି ଦେଇଥିବା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri