Posted inଜାତୀୟ

ଦୋଷ ଲୁଚାଇବାକୁ ଯାଇ ଅଭିଯୋଗ

ନୂଆଦିଲ୍ଲୀ, ୯ା୯: ଭାରତୀୟ ସେନା ବେଆଇନ ଭାବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ପାଙ୍ଗୁଙ୍ଗଶୋକୁ ଅତିକ୍ରମ କରିଛି ବୋଲି ଚାଇନା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତ ମଙ୍ଗଳବାର ଖଣ୍ଡନ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚାଇନାର ସରକାରୀ ଗଣମାଧ୍ୟମ (ଗ୍ଲୋବାମ୍‌ ଟାଇମ୍ସ)ରେ ଭାରତର ସୀମା ଅତିକ୍ରମ ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ଭୁଲ୍‌। ନିଜ ଦୋଷ ଲୁଚାଇବାକୁ ଯାଇ ଚାଇନା ଭାରତ ବିରୋଧରେ ଆଣିଥିବା ଅଭିଯୋଗରୁ ଦୂରେଇ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ ଚେତାବନୀ ଦିଆଯାଇଛି।
ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଚାଇନା ସେନା ମଙ୍ଗଳବାର ସକାଳେ ବିବାଦୀୟ ଲଦାଖ୍‌ ଅଞ୍ଚଳରେ ପ୍ରଥମେ ଗୁଳିମାଡ଼ କରିଥିଲା। ସେନା ମୁଖ୍ୟ ଜେନେରାଲ ମନୋଜ ନରଓ୍ବାଣେ ଲଦାଖର ଦକ୍ଷିଣରେ ଚାଇନା ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜଣାଇ ଦେଇଛନ୍ତି। ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପ୍ରଥମେ ସୋମବାର ଏଲ୍‌ଏସିର ଫରଓ୍ବାର୍ଡ ପୋଜିଶନ୍‌ରେ ଆକ୍ରମଣ କରିଥିଲା। କିନ୍ତୁ ପିଏଲ୍‌ଏ ମିଛରେ ଭାରତୀୟ ସେନା ବିରୋଧରେ ଅଭିଯୋଗ ଆଣିଛି। ଏଲ୍‌ଏସିରେ କିଭଳି ଉତ୍ତେଜନା ହ୍ରାସ କରାଯାଇପାରିବ ସେ ଦିଗରେ ଭାରତ ସର୍ବାଧିକ ସତର୍କତା ଅବଲମ୍ବନ କରିଚାଲିଛି। କୌଣସି ଭାବେ ଭାରତ ଏଲ୍‌ଏସି ଅତିକ୍ରମ କରିନାହିଁ କିମ୍ବା ଆକ୍ରମଣ କରିନାହିଁ। ବରଂ ପିଏଲ୍‌ଏ ମୁଖପାରୀ ଅଞ୍ଚଳର ସାଉଥ୍‌ ବ୍ୟାଙ୍କ୍‌ ନିକଟରେ ସୋମବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଭାରତୀୟ ସୀମା ଆଡ଼କୁ ମାଡ଼ିଆସିଥିଲା। ପିଏଲ୍‌ଏର ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିବା ପରେ ଚାଇନା ଗଣମାଧ୍ୟମରେ ଭାରତ ବିରୋଧରେ ମିଛ ଅଭିଯୋଗ ଅଣାଯାଇଛି। ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାଲାଗି ଚାଇନା ଗଣମାଧ୍ୟମ ଭାରତୀୟ ସେନା ବିରୋଧରେ ମିଥ୍ୟା ଅଭିଯୋଗ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ିଛି। ସେନା ମୁଖପାତ୍ରଙ୍କ କହିବା ଅନୁଯାୟୀ, ଭାରତୀୟ ସେନା ଏଲ୍‌ଏସିରେ ଶାନ୍ତି ବଜାୟ ରଖିବା ଲାଗି କାର୍ଯ୍ୟ କରୁଛି। ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ସେନା ଏହାର ଦୃଢ଼ ଜବାବ ଦେବ ବୋଲି ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ ଜଣାଇ ଦିଆଯାଇଛି।
ସାଉଥ୍‌ ବ୍ୟାଙ୍କ୍‌ ନିକଟରେ ଦୁଇ ଦେଶ ମଧ୍ୟରେ ଅଗଷ୍ଟ ୨୯ ଓ ୩୦ ମଧ୍ୟରାତ୍ରିଠାରୁ ଉତ୍ତେଜନା ଲାଗି ରହିଛି। ପିଏଲ୍‌ଏ ବେଆଇନ ଭାବେ ଏଲ୍‌ଏସି ଅତିକ୍ରମ କରିବାକୁ ଉଦ୍ୟମ କରିବା ପରେ ଭାରତୀୟ ସେନା ତାହାକୁ ଭଣ୍ଡୁର କରିଦେଇଥିଲା। ଫଳରେ ଥାକୁଙ୍ଗରୁ ରେଚିନ୍‌ ଲା ଏବଂ ଚୁସୁଲ୍‌ ସେକ୍ଟରର କେତେକ ଅଞ୍ଚଳକୁ ଭାରତୀୟ ସେନା ଅକ୍ତିଆର କରିଥିବା ସେନା ମୁଖପାତ୍ର କହିଛନ୍ତି। ହେଲେ ପିଏଲ୍‌ଏର ମନ୍ଦ ଉଦ୍ଦେଶ୍ୟ ଧରାପଡ଼ିଯିବା ପରେ ଚାଇନା ଗଣମାଧ୍ୟମରେ ଭାରତ ବିରୋଧୀ ଅପପ୍ରଚାର କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?