ଅର୍କେଶଙ୍କ ବିରୋଧରେ ସ୍ତ୍ରୀ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର ଅଫିସ, ୧୬ା୫: ବଲାଙ୍ଗୀର ରାଜ ପରିବାର ସଦସ୍ୟ ତଥା ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କ ନାତୁଣୀ ଆଦ୍ରିଜା ମଞ୍ଜରୀ ସିଂଦେଓ ଗୁରୁତର ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କିତ ଏକ ନ୍ୟୁଜ୍‌ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡେରାଡୁନ୍‌ଠାରେ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ତାଙ୍କ ନିର୍ଯାତନା ସମ୍ପର୍କରେ ଆଦ୍ରିଜା ଅଭିଯୋଗ କରିଥିବା ଭାଇରାଲ ନ୍ୟୁଜ୍‌ କ୍ଲିପ୍‌ରେ ସୂଚନା ଦିଆଯାଇଛି। ୧.୨୧ ମିନିଟର ନ୍ୟୁଜ୍‌ କ୍ଳିପ୍‌ରେ ୨୦୧୭ ମସିହାରେ ଅର୍କେଶ ଓ ଆଦ୍ରିଜାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଇଥିବା ଏବଂ ଏ ସମ୍ପର୍କରେ ପୋଲିସକୁ ସୁରକ୍ଷା ପାଇଁ ଆଦ୍ରିଜା ଲିଖିତଭାବେ ଜଣାଇଥିବା କୁହାଯାଇଛି। ସୁରକ୍ଷା ପାଇଁ ଜଣାଇବା ପରେ ମଧ୍ୟ ପୋଲିସ ସହାୟତା ନ ମିଳିବାରୁ ଆଦ୍ରିଜା ଉତ୍ତରାଖଣ୍ଡ ଡିଜିପିଙ୍କୁ ଘଟଣା ସମ୍ପର୍କରେ ଜଣାଇଛନ୍ତି। ଅଭିଯୋଗ ପରେ ଡିଜିପି ଘଟଣା ସମ୍ପର୍କରେ ସମ୍ପୃକ୍ତ ଥାନାକୁ ଜଣାଇ ଆଦ୍ରିଜାଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା ନ୍ୟୁଜ୍‌ କ୍ଳିପ୍‌ରେ କୁହାଯାଇଛି। ସ୍ବାମୀଙ୍କ ସମ୍ମୁଖରେ ଷ୍ଟାଫ୍‌ ମେମ୍ବର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଆଦ୍ରିଜା ଭାଇରାଲ ଭିଡିଓରେ କହୁଥିବା ଦେଖାଯାଇଛି। ଆଜି ସବୁ ସୀମା ଟପିଗଲା ଏବଂ ଘର ଜଗୁଆଳି ତାଙ୍କ ଗାଡିକୁ ଘରକୁ ପଶିବାକୁ ଦେଇ ନ ଥିବା ସେ କହୁଥିବା ଦେଖାଯାଇଛି। ଏହି ନ୍ୟୁଜ୍‌ କ୍ଳିପ୍‌ ଭାଇରାଲ ହେବା ପରେ ବଲାଙ୍ଗୀରରେ ହଇଚଇ ସୃଷ୍ଟି ହୋଇଛି। କିଛିଦିନ ହେଲା ଅର୍କେଶ ଏବଂ ଆଦ୍ରିଜାଙ୍କ ମଧ୍ୟରେ ମତଭେଦ ଥିବାନେଇ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଥିଲା। ତେବେ ଏନେଇ କେହି କିଛି ମୁହଁ ଖୋଲୁ ନ ଥିଲେ। ସୋମବାର ଭିଡିଓ କ୍ଲିପ୍‌ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି।
୨୦୧୭ ମସିହାରେ ଅର୍କେଶ ଏବଂ ଆଦ୍ରିଜାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓଙ୍କ ସାନପୁଅ ଅର୍କେଶ ନାରାୟଣ ସିଂଦେଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ବଲାଙ୍ଗୀରରୁ ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ ଆଦ୍ରିଜା ମଞ୍ଜରୀ ଓ ଅର୍କେଶ ଏକାଠି ମିଶି ନିର୍ବାଚନ ପ୍ରଚାର କରିବା ଦେଖାଯାଇଥିଲା। ତେବେ ଅର୍କେଶ ନିର୍ବାଚନରେ ପରାସ୍ତ ହୋଇଥିଲେ। ପରେ ଏହି ଦମ୍ପତି ପୌର ନିର୍ବାଚନ ବେଳେ ପୁଣି ବଲାଙ୍ଗୀର ଫେରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହାପରେ ଉଭୟେ ଦୀର୍ଘଦିନ ଧରି ବଲାଙ୍ଗୀରରେ ଅନୁପସ୍ଥିତ ରହିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ମତଭେଦ ଦେଖାଯାଇଛି ତାହା ଜଣାପଡିନାହିଁ।
ସାମାଜିକ ଗଣମାଧ୍ୟମରେ ନ୍ୟୁଜ୍‌ କ୍ଳିପ୍‌ ଭାଇରାଲ ପ୍ରସଙ୍ଗରେ ଅର୍କେଶ ନାରାୟଣ ସିଂଦେଓଙ୍କୁ ପଚାରିବାରୁ ଏସବୁ ମିଥ୍ୟା ଅଭିଯୋଗ ବୋଲି କହିଥିଲେ। ଆଜିକାଲି ଦାମ୍ପତ୍ୟ ଜୀବନରେ ଏ ପ୍ରକାର ଅଭିଯୋଗ କରି ସାଧାରଣରେ ବଦନାମ କରିବା ପାଇଁ ଚାପ ସୃଷ୍ଟି କରାଯାଉଛି। କେସ୍‌ ଡେରାଡୁନ କୋର୍ଟରେ ଚାଲିଛି। ନ୍ୟାୟପାଳିକା ଉପରେ ମୋର ଭରସା ଅଛି, ଖୁବ୍‌ଶୀଘ୍ର ଆପଣମାନେ ସତ୍ୟତା କ’ଣ ଜାଣି ପାରିବେ ବୋଲି ସେ କହିଥିଲେ। ସେହିପରି ଆଦ୍ରିଜା ମଞ୍ଜରୀଙ୍କୁ ତାଙ୍କ ଫୋନ୍‌ ନମ୍ବର (୯୯୯୯୨୪୧୧୧୯)ରେ ଯୋଗାଯୋଗ କରାଯାଇଥିଲା। ରିଂ ହେବାସତ୍ତ୍ୱେ ଫୋନ୍‌ ଉଠାଇ ନ ଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଦ୍ରିଜାଙ୍କୁ ନିର୍ଯାତନା ଅଭିଯୋଗ ଅର୍କେଶଙ୍କୁ ଅଡୁଆରେ ପକାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri