Odisha Elections 2024

ଅର୍କେଶଙ୍କ ବିରୋଧରେ ସ୍ତ୍ରୀ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର ଅଫିସ, ୧୬ା୫: ବଲାଙ୍ଗୀର ରାଜ ପରିବାର ସଦସ୍ୟ ତଥା ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କ ନାତୁଣୀ ଆଦ୍ରିଜା ମଞ୍ଜରୀ ସିଂଦେଓ ଗୁରୁତର ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କିତ ଏକ ନ୍ୟୁଜ୍‌ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡେରାଡୁନ୍‌ଠାରେ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ତାଙ୍କ ନିର୍ଯାତନା ସମ୍ପର୍କରେ ଆଦ୍ରିଜା ଅଭିଯୋଗ କରିଥିବା ଭାଇରାଲ ନ୍ୟୁଜ୍‌ କ୍ଲିପ୍‌ରେ ସୂଚନା ଦିଆଯାଇଛି। ୧.୨୧ ମିନିଟର ନ୍ୟୁଜ୍‌ କ୍ଳିପ୍‌ରେ ୨୦୧୭ ମସିହାରେ ଅର୍କେଶ ଓ ଆଦ୍ରିଜାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଇଥିବା ଏବଂ ଏ ସମ୍ପର୍କରେ ପୋଲିସକୁ ସୁରକ୍ଷା ପାଇଁ ଆଦ୍ରିଜା ଲିଖିତଭାବେ ଜଣାଇଥିବା କୁହାଯାଇଛି। ସୁରକ୍ଷା ପାଇଁ ଜଣାଇବା ପରେ ମଧ୍ୟ ପୋଲିସ ସହାୟତା ନ ମିଳିବାରୁ ଆଦ୍ରିଜା ଉତ୍ତରାଖଣ୍ଡ ଡିଜିପିଙ୍କୁ ଘଟଣା ସମ୍ପର୍କରେ ଜଣାଇଛନ୍ତି। ଅଭିଯୋଗ ପରେ ଡିଜିପି ଘଟଣା ସମ୍ପର୍କରେ ସମ୍ପୃକ୍ତ ଥାନାକୁ ଜଣାଇ ଆଦ୍ରିଜାଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା ନ୍ୟୁଜ୍‌ କ୍ଳିପ୍‌ରେ କୁହାଯାଇଛି। ସ୍ବାମୀଙ୍କ ସମ୍ମୁଖରେ ଷ୍ଟାଫ୍‌ ମେମ୍ବର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଆଦ୍ରିଜା ଭାଇରାଲ ଭିଡିଓରେ କହୁଥିବା ଦେଖାଯାଇଛି। ଆଜି ସବୁ ସୀମା ଟପିଗଲା ଏବଂ ଘର ଜଗୁଆଳି ତାଙ୍କ ଗାଡିକୁ ଘରକୁ ପଶିବାକୁ ଦେଇ ନ ଥିବା ସେ କହୁଥିବା ଦେଖାଯାଇଛି। ଏହି ନ୍ୟୁଜ୍‌ କ୍ଳିପ୍‌ ଭାଇରାଲ ହେବା ପରେ ବଲାଙ୍ଗୀରରେ ହଇଚଇ ସୃଷ୍ଟି ହୋଇଛି। କିଛିଦିନ ହେଲା ଅର୍କେଶ ଏବଂ ଆଦ୍ରିଜାଙ୍କ ମଧ୍ୟରେ ମତଭେଦ ଥିବାନେଇ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଥିଲା। ତେବେ ଏନେଇ କେହି କିଛି ମୁହଁ ଖୋଲୁ ନ ଥିଲେ। ସୋମବାର ଭିଡିଓ କ୍ଲିପ୍‌ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି।
୨୦୧୭ ମସିହାରେ ଅର୍କେଶ ଏବଂ ଆଦ୍ରିଜାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓଙ୍କ ସାନପୁଅ ଅର୍କେଶ ନାରାୟଣ ସିଂଦେଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ବଲାଙ୍ଗୀରରୁ ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ ଆଦ୍ରିଜା ମଞ୍ଜରୀ ଓ ଅର୍କେଶ ଏକାଠି ମିଶି ନିର୍ବାଚନ ପ୍ରଚାର କରିବା ଦେଖାଯାଇଥିଲା। ତେବେ ଅର୍କେଶ ନିର୍ବାଚନରେ ପରାସ୍ତ ହୋଇଥିଲେ। ପରେ ଏହି ଦମ୍ପତି ପୌର ନିର୍ବାଚନ ବେଳେ ପୁଣି ବଲାଙ୍ଗୀର ଫେରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହାପରେ ଉଭୟେ ଦୀର୍ଘଦିନ ଧରି ବଲାଙ୍ଗୀରରେ ଅନୁପସ୍ଥିତ ରହିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ମତଭେଦ ଦେଖାଯାଇଛି ତାହା ଜଣାପଡିନାହିଁ।
ସାମାଜିକ ଗଣମାଧ୍ୟମରେ ନ୍ୟୁଜ୍‌ କ୍ଳିପ୍‌ ଭାଇରାଲ ପ୍ରସଙ୍ଗରେ ଅର୍କେଶ ନାରାୟଣ ସିଂଦେଓଙ୍କୁ ପଚାରିବାରୁ ଏସବୁ ମିଥ୍ୟା ଅଭିଯୋଗ ବୋଲି କହିଥିଲେ। ଆଜିକାଲି ଦାମ୍ପତ୍ୟ ଜୀବନରେ ଏ ପ୍ରକାର ଅଭିଯୋଗ କରି ସାଧାରଣରେ ବଦନାମ କରିବା ପାଇଁ ଚାପ ସୃଷ୍ଟି କରାଯାଉଛି। କେସ୍‌ ଡେରାଡୁନ କୋର୍ଟରେ ଚାଲିଛି। ନ୍ୟାୟପାଳିକା ଉପରେ ମୋର ଭରସା ଅଛି, ଖୁବ୍‌ଶୀଘ୍ର ଆପଣମାନେ ସତ୍ୟତା କ’ଣ ଜାଣି ପାରିବେ ବୋଲି ସେ କହିଥିଲେ। ସେହିପରି ଆଦ୍ରିଜା ମଞ୍ଜରୀଙ୍କୁ ତାଙ୍କ ଫୋନ୍‌ ନମ୍ବର (୯୯୯୯୨୪୧୧୧୯)ରେ ଯୋଗାଯୋଗ କରାଯାଇଥିଲା। ରିଂ ହେବାସତ୍ତ୍ୱେ ଫୋନ୍‌ ଉଠାଇ ନ ଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଦ୍ରିଜାଙ୍କୁ ନିର୍ଯାତନା ଅଭିଯୋଗ ଅର୍କେଶଙ୍କୁ ଅଡୁଆରେ ପକାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ର ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri