ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ ଉଠିଲା

ମୁରିବାହାଲ, ୨୩ା୫(ଡି.ଏନ.ଏ.): ବଲାଙ୍ଗୀର ଜ଼ିଲା ମୁରିବାହାଲ ପଞ୍ଚାୟତ ସମିତିର ତ୍ରୈମାସିକ ବୈଠକ ସୋମବାର ବ୍ଲକ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଗ୍ରାମ ପଞ୍ଚାୟତ ଅଧିକାରୀ ଏନ.ଯେ.ଥିଓଫିଲ ପୃର୍ବ ବିବରଣୀ ପାଠ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତୀକ କୁମାର ମେହେର ବିଭାଗ ସମ୍ବନ୍ଧରେ ସୂଚନା ଦେଇଥିଲେ। ସମନ୍ବିତ ଶିଶୁ ବିଭାଗ ଯୋଜନା ଅଧିକାରୀ ସୁପ୍ରଭାତ ମହାପାତ୍ର ନିଜ ବିଭାଗ ତଥ୍ୟ ପ୍ରଦାନ କରୁଥିବା ବେଳେ ବ୍ଲକ ଅନ୍ତର୍ଗତ ୨୨ ପଞ୍ଚାୟତର ୧୯୭ ଅଙ୍ଗନୱାଡି କେନ୍ଦ୍ରରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବାରୁ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ବୋଲି ଗୁଡିଘାଟ ସମିତି ସଭ୍ୟ ପୁଣ୍ୟ ହରପାଳ ଓ ଇଛାପଡା ସମିତି ସଭ୍ୟ ତୋଫାନ ନାଗ ଅଭିଯୋଗ କରିଥିଲେ। ଏଣୁ ଛତୁଆ ବଣ୍ଟନ କରୁଥିବା ଏସ୍‌ଏଚ୍‌ଜିକୁ ବଦଳାଇ ନୂତନ ନିଯୁକ୍ତି ଦେବା ପାଇଁ ଜ଼ିଲା ପରିଷଦ ଉପାଧ୍ୟକ୍ଷ ମିଥିଲା ମାଝି କହିଥିଲେ। ଏହି ସମୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଯାଜ୍ଞସିନୀ ହାତୀ ନିଜ ସିଟ୍‌ରୁ ଉଠି ମତେ କୌଣସି ଗୁରୁତ୍ୱ ଦିଆଯାଉନାହିଁ ବୋଲି କହି ବୈଠକ ବର୍ଜନ କରିଥିଲେ। ଏହାପରେ ବିଭିନ୍ନ ସମସ୍ୟାକୁ ନେଇ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଗୃହରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ରଖି ତଳେ ଅନଶନରେ ବସିଥିଲେ। ପରେ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ ହେର୍ଣ୍ଣାଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଉପସ୍ଥିତ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ହସ୍ତକ୍ଷେପ ପରେ ସେ ଅନଶନରୁ ଉଠି ନିଜ ଆସନରେ ବସିଥିଲେ। ଗୃହ ସ୍ବଭାବିକ ହେବା ପରେ ଶିକ୍ଷା, ଉଦ୍ୟାନ, କୃଷି, ପ୍ରାଣୀସମ୍ପଦ, ଯୋଗାଣ, ବିଦ୍ୟୁତ୍‌ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ନିଜ ବିଭାଗର ଯୋଜନା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ। ଆଲୋଚନାରେ ମୁରିବାହାଲ ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ପଞ୍ଚାୟତର ନିଜସ୍ବ କାର୍ଯାଳୟ ନ ଥିବା ବିଷୟ ସଭାର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଏକ ପ୍ରସ୍ତାବ ଗୃହୀତ କରି ଜ଼ିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ ସେଟ ବ୍ଲକରେ କେନ୍ଦ୍ର ସରକାର ଯୋଜନାରେ ଘର ଘର ନଳ, ଘର ଘର ଜଳ ଯୋଜନାରେ ୨୦ ଗ୍ରାମରେ ଓଭରହେଡ ଟ୍ୟାଙ୍କ ନିର୍ମାଣ କରା ଯାଉଛି ବୋଲି ତଥ୍ୟ ଦେଇଥିଲେ। ଉକ୍ତ କାର୍ଯ୍ୟକୁ ସଠିକ ଏବଂ ସମୟରେ ସାରିବା ପାଇଁ ଏମ୍‌ପି ପ୍ରୀତିନିଧି ଶ୍ରୀବତ୍ସ ବେହେରା ପରାମର୍ଶ ଦେଇଥିଲେ। ବିଡିଓ ପୁଟେଲ ବିଭିନ୍ନ ବିଭାଗର ସମସ୍ୟା ଉପରେ ଉତ୍ତର ରଖିଥିଲେ। ବୈଠକରେ ଅତିରିକ୍ତ ସହକାରୀ ଯନ୍ତ୍ରୀ ଅବିନାଶ ମୋଡି, ଜିଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ, ସରପଞ୍ଚ କାଳିଆ ସରାଫ, ସବିତା ବିଭାର, ରାମଦାସ ମହାକୁର, ସମିତି ସଭ୍ୟ ସନ୍ୟାସୀ ପୁଟେଲ, ଭୀମ ବାଗ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri