୪ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ଅଭିଯୋଗ

ଚଣ୍ଡିଖୋଲ,୬ା୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ହାଜତରେ ଅଟକ ଥିବା ଯୁବକ କଟକ ଜିଲା ମାହଙ୍ଗା ଥାନା ପୋଡ଼ାମରେଇ ପଞ୍ଚାୟତ ଅଧୀନ ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ୪ ପୋଲିସ ଅଧିକାରୀ ଯଥା; ବଡ଼ଚଣା ଥାନାଧିକାରୀ ସୁଶୀଲ କୁମାର ନାୟକ, ଏସ୍‌ଆଇ ସୁବାସ ଚନ୍ଦ୍ର ମୁଦୁଲି, ଧାନମଣ୍ଡଳ ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ଦାସ ଓ ଫାଣ୍ଡି କନଷ୍ଟେବଳ ଦେବେଦ୍ର ସାହୁଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏତଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ କାର୍ଯ୍ୟରୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏଥିସହିତ ମୃତକଙ୍କ ପରିବାର ଓ କିଛି ସଂଗଠନର ସଦସ୍ୟ ଗୁରୁବାର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମ୍ପୃକ୍ତ ୪ ପୋଲିସ ଅଧିକାରୀ ଈଶ୍ୱରଙ୍କୁ ପିଟି ମାରି ଦେଇଛନ୍ତି ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଘଟଣାକୁ ନେଇ ନଂ.୭ା୨୩ରେ ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସମ୍ପାଦକ ଦିଲୀପ କୁମାର ସାହୁ ଜାତୀୟ ମାନବ ଅଧିକାରୀ ଆୟୋଗ(ଏନ୍‌ଏଚ୍‌ଆର୍‌ସି)ରେ ମାମଲା ଦାୟର କରିଛନ୍ତି। ହତ୍ୟା ମାମଲାରେ ମାନବାଧିକାର ଆୟୋଗଙ୍କ ଟିମ୍‌ ତଦନ୍ତ କରିବାକୁ ସେ ଦାବି କରିବା ସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିବେଦନ କରିଛନ୍ତି।
ଈଶ୍ୱରଙ୍କ ବାପା ପଦନ ସେଠୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖ ମଙ୍ଗଳବାର ରାତି ପ୍ରାୟ ୨ଟାରେ ବଡ଼ଚଣା ଥାନାଧିକାରୀ ସୁଶୀଲ କୁମାର ନାୟକ ଓ ଏସ୍‌ଆଇ ସୁବାସ ଚନ୍ଦ୍ର ମୁଦୁଲିଙ୍କ ସମେତ ୧୦ରୁ ୧୨ଜଣ ପୋଲିସ କର୍ମଚାରୀ ତାଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ପଦନ ଓ ତାଙ୍କ ପୁଅଙ୍କୁ ମାଡ଼ ମାରିଥିଲେ। ଏହାପରେ ପୁଅଙ୍କୁ ଗାଡ଼ିରେ ବସାଇ ନେଇ ଆସିଥିଲେ। ୪ ତାରିଖ ବୁଧବାର ପଦନଙ୍କ ଝିଅ ସ୍ବର୍ଣ୍ଣପ୍ରିୟା ସେଠୀ ଓ ତାଙ୍କ ସ୍ବାମୀ ଦୀପୁ ସେଠୀ ବଡ଼ଚଣା ଥାନାରେ ପହଞ୍ଚିଥିଲେ। ବଡ଼ଚଣା ପୋଲିସ ସେମାନଙ୍କୁ କହିଥିଲା ଯେ, ଈଶ୍ୱର ଧାନମଣ୍ଡଳ ଫାଣ୍ଡିରେ ଅଛନ୍ତି, ସେଠାରେ ଯାଇ ଦେଖାକର। ଏହାପରେ ପଦନଙ୍କ ଝିଅ ଜ୍ୱାଇଁ ସେଠାକୁ ଯାଇ ଈଶ୍ୱରଙ୍କୁ ଦେଖା କରିଥିଲେ। ଏହି ସମୟରେ ଈଶ୍ୱର କହିଥିଲେ, ମଙ୍ଗଳବାର ରାତିରେ ପୋଲିସ ତାଙ୍କୁ ଭୀଷଣ ପିଟିଛି। ଏପରି କି ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖାଇଥିଲେ। ଏହାପରେ ପଦନଙ୍କ ଝିଅଜ୍ୱାଇଁ ବଡ଼ଚଣା ଥାନାଧିକାରୀଙ୍କୁ ଭେଟି ଫେରି ଆସିଥିଲେ। ମାତ୍ର ରାତି ପ୍ରାୟ ୮ଟାରେ ମାହାଙ୍ଗା ପୋଲିସ ପଦନଙ୍କ ଘରକୁ ଗାଁ ଲୋକଙ୍କ ହାତରେ ଖବର ଦେଇଥିଲା ଯେ, ଈଶ୍ୱରଙ୍କ ଦେହ ଖରାପ ଅଛି, ତୁରନ୍ତ ବଡ଼ଚଣା ପୋଲିସ ସହ ଯୋଗାଯୋଗ କରି କଟକ ବଡ଼ ଡାକ୍ତରଖାନାକୁ ଯାଅ। ଏହାପରେ ରାତି ୯ଟାରେ ମାହାଙ୍ଗା ପୋଲିସ ପୁନର୍ବାର ଖବର ଦେଇଥିଲା ଯେ, ଈଶ୍ୱରଙ୍କ ମୃତ୍ୟୁ ହୋଇଯାଇଛି। ଖବର ପାଇ ପରିବାର ଲୋକେ ବଡ଼ଚଣା ଥାନାରେ ପହଞ୍ଚିବା ବେଳକୁ ପୋଲିସ କଟକ ଯିବାକୁ କହିଥିଲା। ତେବେ ରାତି ଅଧିକ ହୋଇଥିବାରୁ ଈଶ୍ୱରଙ୍କ ପରିବାର କଟକ ଯାଇପାରି ନ ଥିଲେ ବୋଲି ତାଙ୍କ ବାପା ଏତଲାରେ ଦଶାଇଛନ୍ତି।
ଏ ସମ୍ପର୍କରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି, ଈଶ୍ୱରଙ୍କୁ ମଙ୍ଗଳବାର ରାତିରେ ଅଣାଯାଇଥିଲା। ବୁଧବାର ତାଙ୍କୁ ଧାନମଣ୍ଡଳ ଫାଣ୍ଡିରେ ରଖିଥିବା ବେଳେ ସନ୍ଧ୍ୟା ପ୍ରାୟ ୫ ଟାରେ ସେ ବେକରେ ଏକ ତାର ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆମେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ନେଇଥିଲୁ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଥାଉକି, ବଡ଼ଚଣା ଥାନା ଅନ୍ତର୍ଗତ ଖଇରା ଗ୍ରାମର ଜଣେ ଯୁବତୀଙ୍କ ଫଟୋ ଭାଇରାଲ କରିବା ଓ ବିଭିନ୍ନ ସ୍ଥାନରେ ଫଟୋ ପକାଇବା ନେଇ ଯୁବତୀ ୩ ତାରିଖରେ ଈଶ୍ୱରଙ୍କ ନାମରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ନଂ.୫/୨୩ରେ ଏକ ମାମଲା ରୁଜୁ କରିବା ସହ ଈଶ୍ୱରଙ୍କୁ ଉଠାଇ ଆଣିଥିଲା। ୪ ତାରିଖ ରାତିରେ ତାଙ୍କର ହାଜତ ମୃତ୍ୟୁ ହୋଇଥିଲା। ବିକ୍ଷୋଭରେ ସିନ୍ଧୁପୁର ଗ୍ରାମବାସୀଙ୍କ ସମେତ ଆମ୍ବେଡକର ଲୋହିଆ ମଞ୍ଚର ମନୋରଞ୍ଜନ ଜେନା, ୟୁନାଇଟେଡ୍‌ ଫୋରମ ରାଜ୍ୟ ସମ୍ପାଦକ ନିହାର ରଞ୍ଜନ ସାମଲ ଓ ସାମାଜିକ ନ୍ୟାୟ ଅଭିଯାନର ସଂଯୋଜକ ଉମାକାନ୍ତ ମଲିକ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri