୪ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ଅଭିଯୋଗ

ଚଣ୍ଡିଖୋଲ,୬ା୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ହାଜତରେ ଅଟକ ଥିବା ଯୁବକ କଟକ ଜିଲା ମାହଙ୍ଗା ଥାନା ପୋଡ଼ାମରେଇ ପଞ୍ଚାୟତ ଅଧୀନ ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ୪ ପୋଲିସ ଅଧିକାରୀ ଯଥା; ବଡ଼ଚଣା ଥାନାଧିକାରୀ ସୁଶୀଲ କୁମାର ନାୟକ, ଏସ୍‌ଆଇ ସୁବାସ ଚନ୍ଦ୍ର ମୁଦୁଲି, ଧାନମଣ୍ଡଳ ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ଦାସ ଓ ଫାଣ୍ଡି କନଷ୍ଟେବଳ ଦେବେଦ୍ର ସାହୁଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏତଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ କାର୍ଯ୍ୟରୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏଥିସହିତ ମୃତକଙ୍କ ପରିବାର ଓ କିଛି ସଂଗଠନର ସଦସ୍ୟ ଗୁରୁବାର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମ୍ପୃକ୍ତ ୪ ପୋଲିସ ଅଧିକାରୀ ଈଶ୍ୱରଙ୍କୁ ପିଟି ମାରି ଦେଇଛନ୍ତି ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଘଟଣାକୁ ନେଇ ନଂ.୭ା୨୩ରେ ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସମ୍ପାଦକ ଦିଲୀପ କୁମାର ସାହୁ ଜାତୀୟ ମାନବ ଅଧିକାରୀ ଆୟୋଗ(ଏନ୍‌ଏଚ୍‌ଆର୍‌ସି)ରେ ମାମଲା ଦାୟର କରିଛନ୍ତି। ହତ୍ୟା ମାମଲାରେ ମାନବାଧିକାର ଆୟୋଗଙ୍କ ଟିମ୍‌ ତଦନ୍ତ କରିବାକୁ ସେ ଦାବି କରିବା ସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିବେଦନ କରିଛନ୍ତି।
ଈଶ୍ୱରଙ୍କ ବାପା ପଦନ ସେଠୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖ ମଙ୍ଗଳବାର ରାତି ପ୍ରାୟ ୨ଟାରେ ବଡ଼ଚଣା ଥାନାଧିକାରୀ ସୁଶୀଲ କୁମାର ନାୟକ ଓ ଏସ୍‌ଆଇ ସୁବାସ ଚନ୍ଦ୍ର ମୁଦୁଲିଙ୍କ ସମେତ ୧୦ରୁ ୧୨ଜଣ ପୋଲିସ କର୍ମଚାରୀ ତାଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ପଦନ ଓ ତାଙ୍କ ପୁଅଙ୍କୁ ମାଡ଼ ମାରିଥିଲେ। ଏହାପରେ ପୁଅଙ୍କୁ ଗାଡ଼ିରେ ବସାଇ ନେଇ ଆସିଥିଲେ। ୪ ତାରିଖ ବୁଧବାର ପଦନଙ୍କ ଝିଅ ସ୍ବର୍ଣ୍ଣପ୍ରିୟା ସେଠୀ ଓ ତାଙ୍କ ସ୍ବାମୀ ଦୀପୁ ସେଠୀ ବଡ଼ଚଣା ଥାନାରେ ପହଞ୍ଚିଥିଲେ। ବଡ଼ଚଣା ପୋଲିସ ସେମାନଙ୍କୁ କହିଥିଲା ଯେ, ଈଶ୍ୱର ଧାନମଣ୍ଡଳ ଫାଣ୍ଡିରେ ଅଛନ୍ତି, ସେଠାରେ ଯାଇ ଦେଖାକର। ଏହାପରେ ପଦନଙ୍କ ଝିଅ ଜ୍ୱାଇଁ ସେଠାକୁ ଯାଇ ଈଶ୍ୱରଙ୍କୁ ଦେଖା କରିଥିଲେ। ଏହି ସମୟରେ ଈଶ୍ୱର କହିଥିଲେ, ମଙ୍ଗଳବାର ରାତିରେ ପୋଲିସ ତାଙ୍କୁ ଭୀଷଣ ପିଟିଛି। ଏପରି କି ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖାଇଥିଲେ। ଏହାପରେ ପଦନଙ୍କ ଝିଅଜ୍ୱାଇଁ ବଡ଼ଚଣା ଥାନାଧିକାରୀଙ୍କୁ ଭେଟି ଫେରି ଆସିଥିଲେ। ମାତ୍ର ରାତି ପ୍ରାୟ ୮ଟାରେ ମାହାଙ୍ଗା ପୋଲିସ ପଦନଙ୍କ ଘରକୁ ଗାଁ ଲୋକଙ୍କ ହାତରେ ଖବର ଦେଇଥିଲା ଯେ, ଈଶ୍ୱରଙ୍କ ଦେହ ଖରାପ ଅଛି, ତୁରନ୍ତ ବଡ଼ଚଣା ପୋଲିସ ସହ ଯୋଗାଯୋଗ କରି କଟକ ବଡ଼ ଡାକ୍ତରଖାନାକୁ ଯାଅ। ଏହାପରେ ରାତି ୯ଟାରେ ମାହାଙ୍ଗା ପୋଲିସ ପୁନର୍ବାର ଖବର ଦେଇଥିଲା ଯେ, ଈଶ୍ୱରଙ୍କ ମୃତ୍ୟୁ ହୋଇଯାଇଛି। ଖବର ପାଇ ପରିବାର ଲୋକେ ବଡ଼ଚଣା ଥାନାରେ ପହଞ୍ଚିବା ବେଳକୁ ପୋଲିସ କଟକ ଯିବାକୁ କହିଥିଲା। ତେବେ ରାତି ଅଧିକ ହୋଇଥିବାରୁ ଈଶ୍ୱରଙ୍କ ପରିବାର କଟକ ଯାଇପାରି ନ ଥିଲେ ବୋଲି ତାଙ୍କ ବାପା ଏତଲାରେ ଦଶାଇଛନ୍ତି।
ଏ ସମ୍ପର୍କରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି, ଈଶ୍ୱରଙ୍କୁ ମଙ୍ଗଳବାର ରାତିରେ ଅଣାଯାଇଥିଲା। ବୁଧବାର ତାଙ୍କୁ ଧାନମଣ୍ଡଳ ଫାଣ୍ଡିରେ ରଖିଥିବା ବେଳେ ସନ୍ଧ୍ୟା ପ୍ରାୟ ୫ ଟାରେ ସେ ବେକରେ ଏକ ତାର ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆମେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ନେଇଥିଲୁ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଥାଉକି, ବଡ଼ଚଣା ଥାନା ଅନ୍ତର୍ଗତ ଖଇରା ଗ୍ରାମର ଜଣେ ଯୁବତୀଙ୍କ ଫଟୋ ଭାଇରାଲ କରିବା ଓ ବିଭିନ୍ନ ସ୍ଥାନରେ ଫଟୋ ପକାଇବା ନେଇ ଯୁବତୀ ୩ ତାରିଖରେ ଈଶ୍ୱରଙ୍କ ନାମରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ନଂ.୫/୨୩ରେ ଏକ ମାମଲା ରୁଜୁ କରିବା ସହ ଈଶ୍ୱରଙ୍କୁ ଉଠାଇ ଆଣିଥିଲା। ୪ ତାରିଖ ରାତିରେ ତାଙ୍କର ହାଜତ ମୃତ୍ୟୁ ହୋଇଥିଲା। ବିକ୍ଷୋଭରେ ସିନ୍ଧୁପୁର ଗ୍ରାମବାସୀଙ୍କ ସମେତ ଆମ୍ବେଡକର ଲୋହିଆ ମଞ୍ଚର ମନୋରଞ୍ଜନ ଜେନା, ୟୁନାଇଟେଡ୍‌ ଫୋରମ ରାଜ୍ୟ ସମ୍ପାଦକ ନିହାର ରଞ୍ଜନ ସାମଲ ଓ ସାମାଜିକ ନ୍ୟାୟ ଅଭିଯାନର ସଂଯୋଜକ ଉମାକାନ୍ତ ମଲିକ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?