Advertisement
Posted inଜାତୀୟ

ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଛାତ୍ର-ସୁରକ୍ଷାକର୍ମୀ ମୁହାଁମୁହିଁ

ପ୍ରୟାଗରାଜ,୧୯।୧୨: ଉତ୍ତରପ୍ରଦେଶ ପ୍ରୟାଗରାଜର ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ଛାତ୍ର ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ କ୍ୟାମ୍ପସ୍‌ରେ ଫାୟାରିଂ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା ବେଳେ କାହାରିକୁ ଗୁଳି ବାଜି ନାହିଁ। ଏବେବି କ୍ୟାମ୍ପସ୍‌ ପରିସରରେ ଉତ୍ତେଜନା ଜାରି ରହିଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ଛାତ୍ର ନେତା ବିବେକାନନ୍ଦ ପାଠକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବ୍ୟାଙ୍କକୁ ଯିବା ପାଇଁ ପହଞ୍ଚିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଗେଟ୍‌ ଖୋଲିବାକୁ ମନା କରିଦେଇଥିଲେ ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। କଥା ଏତେ ଦୂର ବଢ଼ିଯାଇଥିଲା ଯେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ଓ ପଥର ଫିଙ୍ଗା ଆରମ୍ଭ ହୋଇଯାଇଥିଲା। ଏଥିରେ ଛାତ୍ର ନେତା ବିବେକାନନ୍ଦ ପାଠକ, ଅମିତ କୁମାର ଏଲ୍‌ଏଲ୍‌ବି ଛାତ୍ରଙ୍କ ସମେତ ଅନେକ ଛାତ୍ର ଆହତ ହୋଇଥିଲେ। ଏହାପରେ ସୁରକ୍ଷାକର୍ମୀ ପାୟାରିଂ କରିଥିବା ବେଳେ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା ଆରମ୍ଭ କରିବା ସହ ବାଇକ୍‌ରେ ନିଆଁ ଲଗାଇଦେଇଥିଲେ। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ବର୍ତ୍ତମାନ ସ୍ଥିତିି ନିୟନ୍ତ୍ରଣରେ ଥିବା ବେଳେ ପୋଲିସ ଉତ୍ତ୍ୟକ୍ତ ଛାତ୍ରଙ୍କ ସହ ଆଲୋଚନା କରୁଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିମୁଦ୍ରୀକରଣ ଲକ୍ଷ୍ୟ ଭୁଲ୍‌ ପ୍ରମାଣିତ’

ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନୀତିକୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶୁକ୍ରବାର ସମାଲୋଚନା କରାଯାଇଛି। ବିମୁଦ୍ରୀକରଣ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି...

କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୦।୧: କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ତେଲଙ୍ଗାନାର ର୍ନିମଲ ଜିଲାର ଜଣେ ୪୨ ବର୍ଷିୟ ସ୍ବାସ୍ଥ୍ୟ...

ଅଖିଳେଶଙ୍କ ସାଇକେଲ ଯାତ୍ରା

ଲକ୍ଷ୍ନୌ,୫ ।୮: ସମାଜବାଦୀ ଆନ୍ଦୋଳନର ବରିଷ୍ଠ ନେତା ଜନେଶ୍ୱର ମିଶ୍ରଙ୍କର ଜୟନ୍ତି ଅବସରେରେ ସାଇକେଲ ଯାତ୍ରାରେ ବାହାରିଥିଲେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ।...

୧୭ ବର୍ଷ ନାବାଳକଙ୍କୁ ବିବାହ କରି ଯୁବତୀ ଗିରଫ…

ବେଙ୍ଗାଲୁରୁ,୨୮।୬: ଜଣେ ୧୭ ବର୍ଷ ବୟସ୍କା ନାବାଳକଙ୍କୁ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ୨୧ ବର୍ଷ ବୟସ୍କା ଯୁବତୀଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁର ମାଡିକେରିରେ ବିଏସ୍‌ସି...

କର୍ନାଟକରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିବା ୫ଜଣ ବ୍ୟକ୍ତି କରୋନା ପଜିଟିଭ୍‌: ଜେଲରୁ ଗଲେ ହସ୍ପିଟାଲ

ବେଙ୍ଗାଲୁରୁ,୨୪।୪: ବେଙ୍ଗାଲୁରୁର ପଦାରାୟଣପୁରା ଅଞ୍ଚଳର ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ସପ୍ତାହରେ ୫ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ୫ଜଣଙ୍କର କରୋନା ପଜିଟିଭ୍‌ ବାହାରିଥିବା...

୧୨ବର୍ଷର ପୁଅଙ୍କୁ ନଦୀକୁ ଠେଲିଦେଲେ

ସୁରଟ,୪।୧୧: ବାପ ନିଜ ନାବାଳକ ପୁଅକୁ ନଦୀକୁ ଠେଲି ହତ୍ୟା କରିଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗୁଜରାଟ ସୁରଟର ତାନପୁର ଅଞ୍ଚଳରେ ଘଟିଛି। ସୂଚନା...

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ...

କୌଣସି ବ୍ୟକ୍ତିଙ୍କ ନାମରେ ମିଳିିନି ଭୋଟ: ନୀତୀଶ

ନୂଆଦିଲ୍ଲୀ, ୧ା୬ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡ଼ିୟୁ ସାମିଲ ହୋଇ ନ ଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାକୁ ଟାର୍ଗେଟ କରି ବିଷ...

Advertisement
Archives

Model This Week